ପ୍ରମୁଖ ଖବର

ତୃତୀୟ ଥର ପାଇଁ ଟାଟା ଚେୟାରମ୍ୟାନ ହେଲେ ଏନ.ଚନ୍ଦ୍ରଶେଖରନ୍‌
ଭାରତୀୟ ବାୟୁସେନାକୁ ତେଜସ୍‌ ଓ ଏଚ୍‌ଟିଟି-୪୦ ହସ୍ତାନ୍ତର କରିବ ଏଚ୍‌ଏଏଲ୍‌
ଦକ୍ଷତା ବିକାଶରେ ଓଡ଼ିଶା ମଡେଲକୁ ନୀତି ଆୟୋଗର ସ୍ୱୀକୃତି
ଭୁବନେଶ୍ୱର ଡିସିପି ପଦରୁ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ
ଗ୍ଲୋବାଲ ସେମିକଣ୍ଡକ୍ଟର ହବ୍‌ ଦିଗରେ ଭାରତ, ‘ସେମିକନ୍ ଇଣ୍ଡିଆ ୨୦୨୬’ ଉଦ୍‌ଘାଟନ କଲେ ମୋଦି

ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର କରୁଛି କିଏ?

0

ଭୁବନେଶ୍ୱର: କିଛି ବର୍ଷ ତଳେ ପୁରୀରେ ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଅାସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଅାସିଛି । ଅାଷାଢ଼ ମାସ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଥାଏ । ହେଲେ ଲୁଧିଅାନାରେ ଇସ୍କନ କର୍ତ୍ତୃପକ୍ଷ ଅାସନ୍ତା ନଭେମ୍ୱର ୧୬ ତାରିଖରେ ରଥଯାତ୍ରା କରୁଥିବା ସୂଚନା ମିଳିଛି । ଅାଜି ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସିଧା ସିଧା ଧମକାଇଥିଲେ, ଏହାକୁ ବନ୍ଦ କରାନଗଲେ ଇସ୍କନକୁ ବିରୋଧ କରାଯିବ ।

ଶୀ୍ର ପଟ୍ଟନାୟକ ବାଚସ୍ପତିଙ୍କୁ ଜଣାଇଥିଲେ ଯେ ଲୁଧିଅାନାରେ ଗତବର୍ଷ ଡିସେମ୍ୱର ୧୬ ତାରିଖରେ ରଥଯାତ୍ରା ପାଳନକୁ ବିରୋଧ କରାଯାଇଥିଲା । ଜଗନ୍ନାଥ ପ୍ରେମୀ ଓ ଗଜପତି ମହାରାଜା ଏହାକୁ ବରୋଧ କରିଥିଲେ । ଧାରଣା ଦେବାକୁ ଧମକ ଦେବା ପରେ ସେମାନେ ଏମିତି ଅାଉ କରିବେନି ବୋଲି କହିଥିଲେ । ମାତ୍ର ଏବେ ପୁଣ ସ୍ଥିର କରିଛନ୍ତି ଯେ ନଭେମ୍ୱର ୧୬ ତାରିଖରେ ଏହି ରଥଯାତ୍ରା ପାଳନ କରାଯିବ । ମହାପ୍ରଭୁଙ୍କ ପ୍ରଚାର ପ୍ରସାର କରନ୍ତୁ ବା ମନ୍ଦିର ତିଅାରି କରିବାକୁ ମନା ନାହିଁ କିନ୍ତୁ ଯିଏ ଯାହା ପାଇବ ତାହା କରିବ ଏହାକୁ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ବ୍ୟକ୍ତିଗତ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଶୀ୍ର ପଟ୍ଟନାୟକ ଦାବି କରିଥିଲେ ।

ପୁରୀରେ ଇସ୍କନ ମନ୍ଦିର ନିର୍ମାଣ ପ୍ରସଂଗ ଏବେ ବିଚାରଧିନ ରହିଛି । ଏମିତି ପରିସ୍ଥିତିରେ ସଂପୃକ୍ତ ସଂସ୍ଥା ମହାପ୍ରଭୁଙ୍କ ପ୍ରଚାର ନାଁରେ ବିଭିନ୍ନ ଅବାନ୍ତର କଥା ଅାରମ୍ଭ କରୁଥିବା ଘଟଣା ସାଧାରଣରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି କଲାଣି ।

Leave A Reply

Your email address will not be published.