ପ୍ରମୁଖ ଖବର

ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ: ଖଡଗେ
ରାଜ୍ୟରେ କାଲିଠାରୁ ଗଡ଼ିବ ସବୁ ଘରୋଇ ବସ୍‌
ରାଖୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୩ୟ କିସ୍ତି
ଆନ୍ଦୋଳନରୁ ଓହରିବାକୁ ସଂଘକୁ ଅନୁରୋଧ କଲେ ପରିବହନ ମନ୍ତ୍ରୀ
ଅବାନ୍ତର ଓ ମିଛ କଥା କହୁଛନ୍ତି ରାହୁଲ: ଆଇନ ମନ୍ତ୍ରୀ
ଅଦାନୀ ପାଇଁ ଶ୍ରୀଜଗନ୍ନାଥଙ୍କ ରଥକୁ ରୋକାଯାଇଛି : ରାହୁଲ ଗାନ୍ଧୀ

ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍‍ଯନ୍ତ୍ର କରୁଛି କିଏ?

0

ଭୁବନେଶ୍ୱର: କିଛି ବର୍ଷ ତଳେ ପୁରୀରେ ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଅାସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଅାସିଛି । ଅାଷାଢ଼ ମାସ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଥାଏ । ହେଲେ ଲୁଧିଅାନାରେ ଇସ୍କନ କର୍ତ୍ତୃପକ୍ଷ ଅାସନ୍ତା ନଭେମ୍ୱର ୧୬ ତାରିଖରେ ରଥଯାତ୍ରା କରୁଥିବା ସୂଚନା ମିଳିଛି । ଅାଜି ଏହି ପ୍ରସଙ୍ଗକୁ ନେଇ ବିଧାନ ସଭାରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସିଧା ସିଧା ଧମକାଇଥିଲେ, ଏହାକୁ ବନ୍ଦ କରାନଗଲେ ଇସ୍କନକୁ ବିରୋଧ କରାଯିବ ।

ଶୀ୍ର ପଟ୍ଟନାୟକ ବାଚସ୍ପତିଙ୍କୁ ଜଣାଇଥିଲେ ଯେ ଲୁଧିଅାନାରେ ଗତବର୍ଷ ଡିସେମ୍ୱର ୧୬ ତାରିଖରେ ରଥଯାତ୍ରା ପାଳନକୁ ବିରୋଧ କରାଯାଇଥିଲା । ଜଗନ୍ନାଥ ପ୍ରେମୀ ଓ ଗଜପତି ମହାରାଜା ଏହାକୁ ବରୋଧ କରିଥିଲେ । ଧାରଣା ଦେବାକୁ ଧମକ ଦେବା ପରେ ସେମାନେ ଏମିତି ଅାଉ କରିବେନି ବୋଲି କହିଥିଲେ । ମାତ୍ର ଏବେ ପୁଣ ସ୍ଥିର କରିଛନ୍ତି ଯେ ନଭେମ୍ୱର ୧୬ ତାରିଖରେ ଏହି ରଥଯାତ୍ରା ପାଳନ କରାଯିବ । ମହାପ୍ରଭୁଙ୍କ ପ୍ରଚାର ପ୍ରସାର କରନ୍ତୁ ବା ମନ୍ଦିର ତିଅାରି କରିବାକୁ ମନା ନାହିଁ କିନ୍ତୁ ଯିଏ ଯାହା ପାଇବ ତାହା କରିବ ଏହାକୁ ବରଦାସ୍ତ କରାଯିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହ ବ୍ୟକ୍ତିଗତ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଶୀ୍ର ପଟ୍ଟନାୟକ ଦାବି କରିଥିଲେ ।

ପୁରୀରେ ଇସ୍କନ ମନ୍ଦିର ନିର୍ମାଣ ପ୍ରସଂଗ ଏବେ ବିଚାରଧିନ ରହିଛି । ଏମିତି ପରିସ୍ଥିତିରେ ସଂପୃକ୍ତ ସଂସ୍ଥା ମହାପ୍ରଭୁଙ୍କ ପ୍ରଚାର ନାଁରେ ବିଭିନ୍ନ ଅବାନ୍ତର କଥା ଅାରମ୍ଭ କରୁଥିବା ଘଟଣା ସାଧାରଣରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି କଲାଣି ।

Leave A Reply

Your email address will not be published.