ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସବୁ ବିଲକୁ ସଂସଦରେ ଆଖିବୁଜା ସମର୍ଥନ କରିଚାଲିଛି ବିଜେଡି। ଏଣେ କିନ୍ତୁ ରାଜ୍ୟ ବିଜେପି ଏମିତି ପାନେ ଆଜି ବିିଜେଡିକୁ ଦେଇଛି ଯେ, ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଲାଣି। ନିର୍ବାଚନ ପୂର୍ବରୁ ଆକସ୍ମିକ ପାଣ୍ଠିକୁ ନେଇ ଦଳୀୟ ନେତା ଅଭିଯୋଗ ଆଣିଥିଲେ। ଆଜି କିନ୍ତୁ ଏହି ପ୍ରସଙ୍ଗରେ ବିଷ ଓଗାଳିଛନ୍ତି ବିିଜେପି ବିଧାୟକମାନେ। ଗୃହରେ ହଟ୍ଟଗୋଳ କରିବା ସହିତ ଗୃହ ବାହାରକୁ ଆସି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି।
ଆଜି ବିଜେପି ରାଜ୍ୟପାଳଙ୍କୁ ଜଣାଇଛି, ଶାସକ ବିଜେଡି ରାଜନୈତିକ ସ୍ୱାର୍ଥ ହାସଲ କରିବା ଏବଂ ଭୋଟ ହାତେଇବାପାଇଁ ଆକସ୍ମିକ ପାଣ୍ଠିକୁ ଅପବ୍ୟବହାର କରିଛି । ଏହା ଆପାତକାଳୀନ ସ୍ଥିତିରେ ବ୍ୟବହାର କରାଯାଏ । କିନ୍ତୁ ବିଜେଡି ସରକାର ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଭିନ୍ନ ଯୋଜନା କରି ଏହି ଅର୍ଥକୁ ଖର୍ଚ କରିଥିଲେ ।
ଏହି ପାଣ୍ଠି ବୃଦ୍ଧି କରି ସେଥିରେ କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନାରେ ଏହି
ଅର୍ଥକୁ ଖର୍ଚ୍ଚ କରିଛନ୍ତି । ରାଜ୍ୟ ସରକାର ସମ୍ବିଧାନର ଉଲ୍ଲଘଂନ କରି ଆର୍ଥିକ ଅନିୟମିତତା କରିଛନ୍ତି ।
ବିଜେପି କହିଥିଲା, ରାଜ୍ୟ ସରକାର ୨୦୧୮-୧୯ କଂଟିଜେନ୍ସି ଫଣ୍ଡରେ ୪୦୦ କୋଟି ଟଙ୍କା ଥିବାବେଳେ ତାକୁ ଉଦ୍ଦେଶ୍ୟମୁଳକ ଭାବେ ଏହାକୁ ୧୪୦୦ କୋଟିକୁ ବୃଦ୍ଧି କରିଥିଲେ । ଏସଡିଆରଏଫ ନିୟମାବଳୀ ଅନୁସାରେ ରାଜ୍ୟସରକାର କେବଳ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ କ୍ଷୟକ୍ଷତି ପୁର୍ନଗଠନ ନିମନ୍ତେ ଖର୍ଚ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଶାସକ ଦଳ
ତାହା ନକରି ରାଜନୈତିକ ଉଦ୍ଦେଶ୍ୟ ଚରତାର୍ଥ କରିବାକୁ ଯାଇ ଏହି ଅର୍ଥକୁ ଖର୍ଚ କରିଛନ୍ତି । ଯାହା ଫଳରେ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟକୁ ଅର୍ଥାଭାବରୁ ରାଜ୍ୟସରକାର ସଠିକ୍ ଭାବେ ସୁବ୍ୟବସ୍ଥିତ କରିପାରିଲେ ନାହିଁ । ରାଜ୍ୟ ସରକାର ଲୋକଙ୍କୁ ସ୍ଥାନନ୍ତର କଲେ କିନ୍ତୁ ଫନି ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ବିଫଳ ହେଲେ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅଭିଯୋଗ କରିଥିଲେ।
ବିଜେପି କହିଥଲା, ଆକସ୍ମିକ ପାଣ୍ଠିରୁ ରାଜ୍ୟ ସରକାର ଜାନୁଆରୀ ମାସରୁ ଅର୍ଥ ନେଇଥିଲେ । ସେଥିପାଇଁ ଫନି ଭଳି ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ମୁକାବିଲା ହୋଇପାରିଲା ନାହିଁ । କାଳିଆ ଯୋଜନାରେ ଚାଷୀ ମାନଙ୍କୁ ଚିହ୍ନଟ ନକରି ଭୋଟ ହାତେଇବା ନାଁରେ ଯୋଜନା କରି ସମ୍ବିଧାନର ନିୟମକୁ ରାଜ୍ୟସରକାର ଉଲ୍ଲଂଘନ କରିଛନ୍ତି । ସମସ୍ତ ଘଟଣା ସଂପର୍କରେ ଅବଗତ ହେବା ପରେ ରାଜ୍ୟପାଳ ପଦକ୍ଷେପ ନେବେ ବୋଲି ବିଧାୟକ ମାନଙ୍କୁ ପ୍ରତିଶୃତି ଦେଇଛନ୍ତି ବୋଲି ବିରୋଧୀ ଦଳର ସଚେତକ ମୋହନ ମାଝୀ କହିଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପିର ସମସ୍ତ ୨୩ ଜଣ ବିଧାୟକ ସାମିଲ ଥିଲେ ।
ପ୍ରମୁଖ ଖବର
କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା