ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଉଚ୍ଛେଦ ହେଲା ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ

0

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍ )କୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏନେଇ ଆଜି କେନ୍ଦ୍ର କାର୍ମିକ,ସାଧାରଣ ଅଭିଯୋଗ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟଙ୍କ ସମ୍ମତି ଓ ଓଡ଼ିଶା ସରକାରଙ୍କ ଅନୁରୋଧ ଆଧାରରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ହୋଇଛି।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ କେନ୍ଦ୍ର ସରକାର ପ୍ରଶାସନିକ ଟ୍ରିବ୍ୟୁନାଲ ଆକ୍ଟ-୧୯୮୫ ଆଧାରରେ ଓଡ଼ିଶାରେ ୧୯୮୬ ଜୁଲାଇ ୪ତାରିଖରେ ସ୍ୟାଟ୍ ଗଠନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଦ୍ୱାରା ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିମନ୍ତେ ଅଗଷ୍ଟ ୨ତାରିଖରେ ବିଜ୍ଞପ୍ତି ଜାରି ହୋଇଥିଲାବେଳେ ଆଜି ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲକୁ ଉଚ୍ଛେଦ ନିମନ୍ତେ ରାଜ୍ୟ କ୍ୟାବିନେଟ୍ ୨୦୧୫ ସେପ୍ଟେମ୍ବର ୯ତାରିଖରେ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ତତ୍କାଳୀନ ମୁଖ୍ୟ ସଚିବ ୨୦୧୫ ସେପ୍ଟେମ୍ବର ୧୯ତାରିଖରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟଙ୍କୁ ଅବଗତ କରିଥିଲେ। ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଜିଆର ପୁରୋହିତ କାର୍ଯ୍ୟ କରୁଛନ୍ତି। ସ୍ୟାଟର ମୁଖ୍ୟ ବେଞ୍ଚ୍ ଭୁବନେଶ୍ୱରରେ ଥିବାବେଳେ କଟକରେ ଏହାର ନିୟମିତ ବେଞ୍ଚ୍ ଏବଂ ସମ୍ବଲପୁର ଓ ବ୍ରହ୍ମପୁରରେ ସର୍କିଟ ବେଞ୍ଚ କାର୍ଯ୍ୟ କରୁଛି। ୨୦୧୯ ମାର୍ଚ୍ଚ ସୁଦ୍ଧା ସ୍ୟାଟଙ୍କ ପାଖରେ ପ୍ରାୟ ୭୫ହଜାର ମାମଲା ବିଚାରାଧୀନ ରହିଥିଲା।

Leave A Reply

Your email address will not be published.