ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମହାପ୍ରଭୁ ଆମର ଆତ୍ମା, ତ୍ୟାଗ ବ୍ୟର୍ଥ ଯିବନି

0
  • ପୁରୀ ବିକାଶ ପେଡି ଖୋଲିଲେ ନବୀନ
  • ରାଜ୍ୟବାସୀଙ୍କ ସହଯୋଗ ଲୋଡିଲେ
  • ଉପଯୁକ୍ତ ଥଇଥାନ ପାଇଁ ଆଶ୍ୱସ୍ତ କଲେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ବିକାଶ ସଂପର୍କରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ ସହଯୋଗ କରନ୍ତୁ । ଏହି ତ୍ୟାଗକୁ ଓଡ଼ିଶା ଜାତି ସବୁଦିନ ପାଇଁ ମନେ ରଖିବ । କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଏ କଥା ବି ଦେଇଛନ୍ତି ଯେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଯେଉଁମାନଙ୍କ ଘର ବା ଦୋକାନ ଆସୁଛି, ସେମାନଙ୍କର ଠିକ୍‍ ଭାବେ ଥଇଥାନ କରାଯିବ । ମଠ ଗୁଡିକୁ ପୁଣି ଥରେ ଗଢିବାରେ ରାଜ୍ୟ ସରକାର ସହଯୋଗ କରିବେ ।

ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଲୋକସେବା ଭବନରେ ଏକ ବୈଠକ କରିଥିଲେ । କହିଥିଲେ, ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି କାମ ଆରମ୍ଭ କଲେ, ସବୁ କାମ ଶୁଭ ହୋଇଥାଏ । ଏହା ଓଡ଼ିଶା ଜାତିର ବିଶ୍ୱାସ । ପୁରୀ ଓଡ଼ିଆ ଜାତିର ପ୍ରାଣକେନ୍ଦ୍ର । ମହାପ୍ରଭୁ ଆମର ଆତ୍ମା । ଶହ ଶହ ବର୍ଷ ଧରି ଶ୍ରୀମନ୍ଦିର ସୁରକ୍ଷା ପାଇଁ ଓଡ଼ିଆ ଜାତି ଅନେକ ତ୍ୟାଗ କରିଛି । ଅନେକ ବଳିଦାନ ଦେଇଛି । ମହାପ୍ରଭୁଙ୍କୁ ଧରି ଚିଲିକାରୁ ସୋନପୁର ପର୍ଯ୍ୟନ୍ତ ବୁଲିଛି । ଶହ ଶହ ବର୍ଷ ଧରି ମହାପ୍ରଭୁ ପାତାଳି ହୋଇ ରହିଛନ୍ତି । ବହୁ ବର୍ଷ ଧରି ପବିତ୍ର ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିଲା । କିନ୍ତୁ ଓଡ଼ିଆ ଜାତିକୁ ତାର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରୁ କେହି ଅଲଗା କରିପାରିନାହିଁ । କରିପାରିବେ ନାହିଁ । ବିଶର ମହାନ୍ତିଙ୍କ ତ୍ୟାଗ ଏ ଜାତି କେବେ ଭୁଲିନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସଂସ୍କୃତି, ଆମ ପରମ୍ପରା ମହାପ୍ରଭୁଙ୍କୁ କେନ୍ଦ୍ର କରି ଗଢି ଉଠିଛି । ସେ ହେଉଛନ୍ତି ଆମ ଅସ୍ମିତାର ପ୍ରତୀକ । ଶ୍ରୀମନ୍ଦିର ଓ ମହାପ୍ରଭୁଙ୍କ ସୁରକ୍ଷା ଓଡ଼ିଆ ଜାତିର ଧର୍ମ । ବର୍ତମାନ ସାରା ବିଶ୍ୱ ପାଇଁ ଆତଙ୍କବାଦ ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଆତଙ୍କବାଦର ଧର୍ମ ନାହିଁ । ବିଭିନ୍ନ ଧର୍ମ ଅନୁଷ୍ଠାନକୁ ସେମାନେ ଟାର୍ଗେଟ କରୁଛନ୍ତି । ତେଣୁ ଶ୍ରୀମନ୍ଦିରର ନିରାପତ୍ତା ପାଇଁ ଆସିଥିବା ସୁପାରିସ କାର୍ଯ୍ୟକାରୀ କରାଯିବା ନିହାତି ଜରୁରୀ ।

ଏଥିରେ କିଛି ପରିବାର ନିଶ୍ଚିତ ପ୍ରଭାବିତ ହେବେ ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ନିରାପତ୍ତା ପାଇଁ ଏହି ତ୍ୟାଗ ଗୁରୁତ୍ୱପୂର୍ଣ୍ଣ ।

ମଠ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେମାନଙ୍କର ଶ୍ରୀମନ୍ଦିର ସହିତ ସ୍ୱତନ୍ତ୍ର ସଂପର୍କ ରହିଛି । ପୁରୀରେ ଥିବ ସବୁ ମଠକୁ ଅଭଡା ଯୋଜନାରେ ରାଜ୍ୟ ସରକାର ସାହାଯ୍ୟ ଦେବେ । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି । ମଠ ସଂସ୍କୃତିର ସୁରକ୍ଷା ପାଇଁ ସରକାର ପୂରା ସହଯୋଗ କରିବେ ।

ଫନି ପରେ ପୁରୀ ଗସ୍ତରେ ଯିବା ବେଳର ସ୍ମୃତି ମନେ ପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସେତେବେଳେ ପୁରୀର ଅବସ୍ଥା ଦେଖି ବହୁତ କଷ୍ଟ ଲାଗିଥିଲା । ପୁରୀକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢିବା ପାଇଁ ସେଦିନ ହିଁ ସଂକଳ୍ପ ନେଇଥିଲି । ନିକଟରେ ପୁରୀର ଭିତ୍ତିଭୂମିର ବିକାଶ ପାଇଁ ସରକାର ୨୭୫ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଆଉ ୫୦୦ କୋଟିର ପ୍ରକଳ୍ପ ଅନୁମୋଦନ ମିଳିଛି । ପୁରୀରେ ରାଜ୍ୟର ପ୍ରଥମ ଟ୍ରମ୍ପେଟ୍‍ ବ୍ରିଜ ତିଆରି ହେବ । ପୁରୀରେ ଥିବା ପବିତ୍ର ପୋଖରୀର ପୁନରୁଦ୍ଧାର ହେବ । ଅଠରନଳାର ବିକାଶ ହେବ । ମୂଷା ନଦୀର ପୁନରୁଦ୍ଧାର କରାଯାଇ ଏହାକୁ ମଙ୍ଗଳା ନଦୀ ସହିତ ଯୋଡାଯିବ । ପୁରୀରେ ୨୮ ଏକର ଜମିରେ ବହୁତ ବଡ ପୋଖରୀ ନିର୍ମାଣ କରାଯିବ । ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ବହୁ ଲେନ୍‍ ବିଶିଷ୍ଟ ରାସ୍ତା ଓ ବଡ ପାର୍କିଂ ବ୍ୟବସ୍ଥା ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀ ଜଗନ୍ନାଥ ହେଉଛନ୍ତି, ଓଡ଼ିଆ ଜାତିିର ସବୁଠାରୁ ବଡ ପରିଚୟ । ପୁରୀ ଧାମର ଗରିମା ବୃଦ୍ଧି ଦିଗରେ ସମସ୍ତଙ୍କ ସହଯୋଗ ମିଳିବା ଉଚିତ୍‍ । ଏଥିସହିତ ସେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ କାମନା କରିଥିଲେ ।

Leave A Reply

Your email address will not be published.