- ଭୁବନେଶ୍ୱର: ଓଡିଶା ବିଧାନସଭାରେ ସ୍ମିତାରାଣୀ ହତ୍ୟା ମାମଲାରେ ମୁଖ୍ୟ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛି। ଠିକ ସେତିକିବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ବିଜେଡି ଓ ଏନସିପିକୁ ସେମାନଙ୍କ ସଂସଦରେ ଶୃଙ୍ଖଳିତ ବ୍ୟବହାର ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଗୃହ ଭିତରକୁ ନ ଆସି ବି ଲୋକମାନେ ତାଙ୍କୁ ଭଲ ପାଉଛନ୍ତି ଓ କ୍ଷମତାରେ ରଖିଛନ୍ତି। ଏଥିରୁ ବିଜେପି ସମେତ ଅନ୍ୟ ଦଳ ଶିଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମୋଦୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ବିଜେପିର ବିଧାନସଭା ପ୍ରଦର୍ଶନକୁ ବିତର୍କ ଭିତରକୁ ଟାଣିଆଣିଛି। କେବଳ ସେତିକି ନୁହେଁ, ସରକାରୀ ଦଳକୁ ମଧ୍ୟ ବିଧାନସଭାରେ ବଳ ମିଳିଛି। ବିରୋଧୀ ହଟ୍ଟଗୋଳ କଲେ ଏବେ ଏହି ଅସ୍ତ୍ର ଫିଙ୍ଗି ସରକାରୀ ଦଳ ପ୍ରତି ଆକ୍ରମଣ କରିବେ।
- ରାଜନୈତିକ ମହଲ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ଦୁଇଟି ଦୃଷ୍ଟିରୁ ବିଚାର କରୁଛନ୍ତି। ପ୍ରଥମତଃ, ଶିବସେନା ଦୂରେଇ ଯିବା ପରେ ବିଜେଡି ଆବଶ୍ୟକତା କେନ୍ଦ୍ର ସରକାର ପାଇଁ ସଂସଦରେ ବଢିଛି। ଏଣୁ ପ୍ରଧାନମନ୍ତ୍ରୀ ଏହି ମଲମରେ ବିଜେଡିକୁ ନିକଟରେ ରଖିପାରିଛନ୍ତି। ସେହିପରି ଏନସିପି ତତ୍କାଳ ମହାରାଷ୍ଟ୍ର ସରକାର ଗଠନ ନେଇ ଖେଳିବା ଆରମ୍ଭ କରିଦେଇଛି। ଦ୍ବିତୀୟତଃ, ମୋଦୀ ଧୀରେ ଧୀରେ ନିଜକୁ ପୋଖତ ଓ ବିଚକ୍ଷଣ ନେତା ଭାବେ ପ୍ରମାଣିତ କରୁଛନ୍ତି। ଏହି ମନ୍ତବ୍ୟ ତାର ଗୋଟିଏ ଝଲକ।
- ହେଲେ କେନ୍ଦ୍ରର ଏଭଳି ଗୋଟିଚାଳନା ରାଜ୍ୟ ବିଜେପି ପାଇଁ ଅଡୁଆ ବଢାଇଦେଇଛି। ଜାତୀୟ ସ୍ତରରେ ନବୀନଙ୍କ ପ୍ରତିଷ୍ଠା ଓ ଦଳ ଉପରେ ଥିବା ପକଡ ଚର୍ଚ୍ଚାକୁ ଆସିଛି। ନବୀନ ଧୀରେ ଧୀରେ ନିଜର ବ୍ୟକ୍ତିତ୍ୱ ଅଲଗା ଢଙ୍ଗରେ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି। ଏଥିରେ ବିଜେଡିର ତ ଲାଭ ହିଁ ଲାଭ। ନବୀନଙ୍କ ଲୋକପ୍ରିୟତା ବଢିବ। କିନ୍ତୁ ବିରୋଧୀ ଦଳ ଉପରେ ସନ୍ଦେହ ସୃଷ୍ଟିହେବା ଅମୂଳକ ନୁହେଁ।
ପ୍ରମୁଖ ଖବର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ