ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପୁଣି ବିଜୟଙ୍କୁ ଭରସା କଲେ ସରକାର

0

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର କେ ବିଜୟ କୁମାରଙ୍କ ଉପରେ କେନ୍ଦ୍ର ସରକାର ପୁଣି ଥରେ ଭରସା କରିଛନ୍ତି। ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସେ କଶ୍ମୀର ସମସ୍ୟା ସହିତ ମାଓ ଉପଦ୍ରୁତ ରାଜ୍ୟ ପାଇଁ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ବର୍ଷକ ପାଇଁ ସରକାର ତାଙ୍କୁ କେନ୍ଦ୍ର ସରକାର ଏହି ନିଯୁକ୍ତି ଦେଇଥିବା ସୂଚନା ମିଳିଛି।

୧୯୭୫ ବ୍ୟାଚର ଏହି ଆଇପିଏସ୍ ଅଫିସର ୨୦୧୮ ମସିହାରୁ ଜାମୁ ଓ କାଶ୍ମୀର ରାଜ୍ୟପାଳଙ୍କୁ ସୁରକ୍ଷା ସଂପର୍କିତ ପରାମର୍ଶମାନ ଦେଇ ଆସୁଥିଲେ। ୬୭ ବର୍ଷୀୟ ବିଜୟ ସିଆରପିଏଫ୍ ଡିଜି ଭାବେ କାର୍ଯ୍ୟ କରିଥିଲେ। ୨୦୦୪ ମସିହାରେ ତାମିଲନାଡୁରେ ଗଠନ ହୋଇଥିବା ସ୍ବତନ୍ତ୍ର ଟାସ୍କ ଫୋର୍ସର ମୁଖ୍ୟ ଥାଇ ବୀରାପ୍ପାନଙ୍କୁ ମାରିଥିଲେ। ସେତେବେଳେ ତାଙ୍କ ନାମକୁ ନେଇ ସମଗ୍ର ଦେଶରେ ଚହଳ ସୃଷ୍ଟି ହୋଇଥିଲା। ସେ ହାଇଦ୍ରାବାଦ ସ୍ଥିତ ଜାତୀୟ ପୁଲିସ ଏକାଡେମି ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Leave A Reply

Your email address will not be published.