ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପ୍ରବାସୀଙ୍କ ରାସ୍ତା ପୁଣି ଖୋଲିଦେଲେ ସୁପ୍ରିମକୋର୍ଟ

0
  • ହାଇକୋର୍ଟଙ୍କ ନିର୍ଦେଶ ଉପରେ ସର୍ବୋଚ୍ଚନ୍ୟାୟାଳୟଙ୍କ ରହିତାଦେଶ
  • ହାଇକୋର୍ଟ କହିଥିଲେ, ନେଗେଟିଭ୍ ଥିଲେ ହେଁ ପ୍ରବାସୀ ରାଜ୍ୟକୁ ପଶିବେ
  • ଅକଳରେ ପଡିଗଲେ ରାଜ୍ୟ ସରକାର, ପ୍ରବାସୀଙ୍କ ସହିତ ଆସୁଛି କରୋନା ଭୁତାଣୁ

ଭୁବନେଶ୍ବର: ନେଗେଟିଭ୍ ହେଲେ ହିଁ ପ୍ରବାସୀ ଶ୍ରମିକ ଓ଼ଡ଼ିଶା ଫେରିବେ। ଗୁରୁବାର ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ଉପରେ ହାଇକୋର୍ଟ ଏଭଳି ରାୟ ଶୁଣାଇଥିଲେ। ବିଭିନ୍ନ ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କ ଠାରେ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ଏହି ରାୟ ଆସିବାର ୨୪ ଘଣ୍ଟା ପୂରିନି। ପୁଣି ଏକ ବଡ଼ ନିର୍ଦେଶନାମା ଆସିଛି। ଆଜି ସର୍ବୋଚ୍ଚ ନ୍ୟାୟାଳୟ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଆଜି ସୁପ୍ରିମକୋର୍ଟରେ ବିଚାରପତି ଅଶୋକ ଭୂଷଣ, ବିଚାରପତି ଏସକେ କାଉଲ ଓ ବିଚାରପତି ବି ଆର ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଏଭଳି ରାୟ ଏବେ ପ୍ରବାସୀଙ୍କ ଓଡ଼ିଶା ଫେରିବା ରାସ୍ତାକୁ ପୁଣି ସୁଗମ କରିଦେଇଛି।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ ଲୋକମାନଙ୍କୁ ନିଜ ରାଜ୍ୟକୁ ପ୍ରବେଶ କରିବା ଲାଗି ଅନୁମତି ଦିଆଯାଉ। ଇତିମଧ୍ୟରେ ଲକଡାଉନର ୪୦ ଦିନ ବିତିଯାଇଥିବା ପରିପ୍ରେକ୍ଷୀରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।ଶ୍ରମିିକ, ଛାତ୍ର ଓ ଅନ୍ୟ ବ୍ୟକ୍ତିମାନେ ଅକଥନୀୟ ସମସ୍ୟାର ସାମ୍ନା କରୁଛନ୍ତି। ବରଂ ରାଜ୍ୟମାନେ ପ୍ରବାସୀ କିଭଳି ଫେରିବେ ସେ ନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଦରକାର, ଯଦି ସେମାନେ ଲୋକଙ୍କର ପରୀକ୍ଷା ନିରୀକ୍ଷା ଚାହୁଁଛନ୍ତି। କିନ୍ତୁ କୌଣସି ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ସମ୍ପୂୁର୍ଣ୍ଣ ବନ୍ଦ କରିପାରିବେ ନାହିଁ। ଏହା ଅନ୍ୟ ରାଜ୍ୟ କରିଥିବା କଟକଣାକୁ ମଧ୍ୟ ପ୍ରଭାବିତ କରିବ ବୋଲି ସଲିସିଟର ଜେନେରାଲ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସୁପ୍ରିିମକୋର୍ଟଙ୍କ ଏଭଳି ନିର୍ଦେଶ ପରେ ଓଡ଼ିଶା ସରକାରଙ୍କ ପାଇଁ ସମସ୍ୟା ବଢିଛି। ଗତକାଲି ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା, ବିଚାରପତି କେ ଆର ମହାପାତ୍ର ଏକ ଆବେଦନର ଶୁଣାଣି କରି କହିଥିଲେ ଯେ ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ପୂୁର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ଭୁତାଣୁ ଅଛି କି ନାହିଁ, ତାହା ପରୀକ୍ଷା କରାଯାଉ। ଯଦି ରିପୋର୍ଟ ନେଗେଟିଭ୍ ଥାଏ, ତେବେ ରାଜ୍ୟକୁ ଆସିବାକୁ ଦିଆଯିବ। ରାଜ୍ୟ ସରକାର ଏହି ପ୍ରକ୍ରିୟାକୁ ନିଶ୍ଚିତ କରିବାକୁ ପଦକ୍ଷେପ ନେବେ।

କୋର୍ଟଙ୍କ ନିର୍ଦେଶନାମା ପରିପ୍ରେକ୍ଷୀରେ ଗତକାଲି ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନକୁ ବାତିଲ୍ କରିଦିଆଯାଇଥିଲା ଓ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ସୀମା ପାର କରିବା ଲାଗି ଅନୁମତି ମିଳିନଥିଲା।

Leave A Reply

Your email address will not be published.