ପ୍ରମୁଖ ଖବର

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୪ ଓ ୨୫ରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ, ଏଥି ପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ରେ ହାଇକୋର୍ଟ ଖୋଲା ରହିବ
ବାତ୍ୟା ପାଇଁ ଓଏଏସ୍ ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ
ହବିଷ୍ୟାଳିଙ୍କ ପାଇଁ ୨୪ ଓ ୨୫ ତାରିଖରେ ବନ୍ଦ ରହିପାରେ ମହାପ୍ରଭୁଙ୍କ ଦର୍ଶନ:ଜିଲ୍ଲାପାଳ
ବାତ୍ୟା ପାଇଁ ବ୍ୟାପକ ଟ୍ରେନ୍‌ ବାତିଲ ଘୋଷଣା କଲା ରେଲୱେ
ବାତ୍ୟା ପ୍ରଭାବିତ ଜିଲାରେ ବନ୍ଦ ରହିବ ମଦ ଦୋକାନ ; ନଗର ଉନ୍ନୟନ ମନ୍ତ୍ରୀ
୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ
ବାତ୍ୟା ‘ଦାନା’ ପାଇଁ ନନ୍ଦନକାନନ ବନ୍ଦ
ୱାୟନାଡ ପାଇଁ ନାମାଙ୍କନ ଦାଖଲ କଲେ ପ୍ରିୟଙ୍କା ଗାନ୍ଧି
ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ମିଳିଲା ଜାମିନ

ଆମେରିକା କରିକି ଦେଖାଇଲା, ଆମେ କେବେ?

0

ବାଇଡେନ୍ ମାସ୍କ ଖୋଲିବା ପରେ ସାରା ଭାରତ ଉପରେ ଚାପ ବଢ଼ିଲା, କେବେ ଖୋଲିବ ମାସ୍କ

ଭୁବନେଶ୍ବର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଅର୍ଥାତ୍ ୧୨ ହଜାର ୩୯୦ ଛୁଇଁଛି, ୨୨ଜଣ ପ୍ରାଣ ହରାଇଛନ୍ତି।। ଭାରତବର୍ଷରେ ଏହି ସମୟରେ ମୋଟ ୩ଲକ୍ଷ ୪୩ ହଜାର ୧୪୪ ସଂକ୍ରମିଚ ଚିହ୍ନଟ ହୋଇଛନ୍ତି ଓ ୪୦୦୦ ଲୋକଙ୍କର ପ୍ରାଣଯାଇଛି।

ଭାରତର ଅଧିକାଂଶ ସହର ଭଳି ଓଡ଼ିଶା ବି ଲକ୍‌ଡାଉନ୍‌ରେ ଅଛି। ୧୯ ତାରିଖରେ ସରିବାକୁ ଥିବା ଲକ୍‌ଡାଉନ୍ ଅତି କମରେ ଆଉ ୧୫ ଦିନ ପାଇଁ ବୃଦ୍ଧି କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଇତିମଧ୍ୟରେ ପ୍ରସ୍ତାବ ଦେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ପୁଲିସ ଲୋକଙ୍କୁ ତାଗିଦ୍ କରୁଛି, ଲକ୍‌ଡାଉନ୍ ନିୟମ ମାନ। ରାଜ୍ୟ ସରକାର କେନ୍ଦ୍ର ନିକଟରେ ଟିକା ପାଇଁ ଅନୁନୟ ବିନୟ ହୋଇବିଫଳ ହେବା ପରେ ଏବେ ଗ୍ଲୋବାଲ୍ ଟେଣ୍ଡର ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ଆମ ସ୍ଥିତି ଏତେ ଦୁର୍ବିସହ ଯେ ଶିଶୁଙ୍କ ମୁହଁରେ ତୁଣ୍ଡି ବାନ୍ଧିବା ଲାଗି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।ହେଲେ ଠିକ୍ ଏହି ସମୟରେ ଆମେରିକାରୁ ଏକ ବଡ଼ ଖବର ସାମ୍ନାକୁ ଆସିିଛି। ନିଜେ ରାଷ୍ଟ୍ରପତି ଜୋ ବାଇଡେନ୍ ଲୋକଙ୍କ ସାମ୍ନାକୁ ବିନା ମାସ୍କରେ ଆସିଛନ୍ତି। ଆମେରିକାରୁ ସାମାଜିକ ଦୂରତା ଓ ମାସ୍କ କଟକଣା ହଟିଯାଇଛି। ଶତପ୍ରତିଶତ ଟିକାକରଣ ପରେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍‌ସନ୍ (ସିଡିସି) ଘୋଷଣା କରିଛି ଯେ ଆମେରିକାବାସୀଙ୍କୁ ଆଉ ବାହାରକୁ ଆସିଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଆଉ ଏହା ପରେ ପରେ ରାଷ୍ଟ୍ରପତି ଆଗକୁ ଆସି ନିଜେ ପରୋକ୍ଷରେ ସୂଚନା ଦେଇଛନ୍ତି ଯେ ସେମାନେ କରୋନା ଉପରେ ବିଜୟ ଲାଭ କଲେ।

ବିଶେଷଜ୍ଞମାନେ ଏହି ଘଟଣାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ସେମାନଙ୍କର ମତ ହେଉଛି, ଆମେରିକା କାହିଁକି ଉନ୍ନତ ଓ ଶ୍ରେଷ୍ଠ ରାଷ୍ଟ୍ର, ତାହା ସେମାନେ ପୁଣି ଥରେ ପ୍ରମାଣିତ କରିଦେଖାଇଛନ୍ତି। ଟିକା ଅପରିହାର୍ଯ୍ୟ, ଏକଥା ସେମାନେ ଭଲଭାବେ ବୁଝିଲେ ଓ ସମସ୍ତଙ୍କୁ ଟିକାକରଣ କରିବାରେ ସମର୍ଥ ହେଲେ।ଏଥିପାଇଁ ତାଙ୍କ ସରକାରଙ୍କ ପ୍ରସ୍ତୁତି ବେଶ୍ ପ୍ରଶଂସନୀୟ।

ଟ୍ରମ୍ପ୍‌ଙ୍କ ସମୟରେ ସଂଘୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ କ୍ଷମତାର ବିକେନ୍ଦ୍ରୀକରଣ କାରଣରୁ ସେମାନେ ଏକଦା ସମାଲୋଚିତ ହୋଇଥିଲେ। ହେଲେ ବାଇଡେନ୍‌ଙ୍କ କଠୋର ଅନୁଶାସନ କାରଣରୁ ପୂରା ଆମେରିକା ଶୃଙ୍ଖଳା ରକ୍ଷା କରି ସବୁ କଟକଣା ମାନିଲା ଏବଂ ଟିକାକରଣକୁ ଗୁରୁତ୍ବ ଦେଇ ସେମାନେ ଆଜି କୋଭିଡ୍ ଯୁଦ୍ଧ ଜିତିଗଲେ। ଅନୁରୂପ ଢଙ୍ଗରେ ଚୀନ ସେନା ବଳ ପ୍ରୟୋଗ କରି କଟକଣାକୁ ଏଭଳି ପ୍ରୟୋଗ କଲା, ସେମାନେ ଆଜି ଆପାତତଃ ସୁରକ୍ଷିତ।

ଭାରତବର୍ଷରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟୁଥିଲେ ବି ଦେଶ କୋଭିଡ୍ ରାଜନୀତିରୁ ଉର୍ଧ୍ବକୁ ଉଠିପାରୁନାହିଁ। ଏଯାଏ ସବୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୌଣସି ଗୋଟିଏ କଥାରେ ବି ସହମତ ହୋଇପାରୁନାହାନ୍ତି। ପୂରା ଭାରତକୁ କଠୋର ଲକ୍‌ଡାଉନ୍ ଭିତରେ ରଖି ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଦିଗରେ କେନ୍ଦ୍ର ସରକାର ଏଯାଏ ପଦକ୍ଷେପ ନେଇନାହାନ୍ତି। ସେହିଭଳି ଟିକାକରଣ ହିଁ ଏକମାତ୍ର ସମାଧାନ ଏକଥା ଜାଣି ମଧ୍ୟ ଏ ଦିଗକୁ ଯେତିକି ଗୁରୁତ୍ବ ଦିଆଯିବା କଥା ତାହା ପରିଲକ୍ଷିତ ହେଉନାହିଁ।

କେନ୍ଦ୍ର ସରକାର ନିଜେ ଗ୍ଲୋବାଲ୍ ଟେଣ୍ଡର କରି ଟିକା ଆଣି ରାଜ୍ୟମାନଙ୍କୁ ଯୋଗାଇବା ଲାଗି ଏଯାଏ ଆଗ୍ରହ ଦେଖାଇନାହାନ୍ତି। ଓଲଟା ଓଡ଼ିଶା ସମେତ ୧୦ରୁ ଅଧିକ ରାଜ୍ୟ ନିଜେ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା କରିଛନ୍ତି, ଯାହାର ଫଳ କଣ ହେବ, ତାହା ଏଯାଏ ଜଣାପଡିନାହିଁ।

ଓଡ଼ିଶା କଥା ବିଚାରକୁ ନେଲେ, ଏଯାଏ ରାଜ୍ୟର ୨୦ ପ୍ରତିଶତ ଲୋକଙ୍କୁ ଟିକାକରଣ କରାଯାଇପାରିଲା ନାହିଁ। ୨୨ଲକ୍ଷ ଲୋକ ଦ୍ବିତୀୟ ଡୋଜ୍ ପାଇଁ ଅପେକ୍ଷାରତ ବୋଲି ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଜଣାଇଛନ୍ତି। ଟିକା ନାହିଁ ବୋଲି ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଦେଇପାରୁନାହାନ୍ତି। ଓଲଟା ଏବେ ଟିକାକରଣର ଦ୍ବିତୀୟ ଡୋଜକୁ ନେଇ ଭାରତବର୍ଷରେ ବିତର୍କ ମୁଣ୍ଡ ଟେକିଛି। ବିଶେଷଜ୍ଞମାନେ ୧୨ରୁ ୧୬ସପ୍ତାହ ବ୍ୟବଧାନରେ କୋଭିସିଲ୍‌ଡର ଦ୍ବିତୀୟ ଡୋଜ ଟିକା ନେବା ପାଇଁ ଦେଇଥିବା ପରାମର୍ଶକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।

ଏଠାରେ ଉଲ୍ଲେଖଥାଉକି, ୧୯୯୯ ମହାବାତ୍ୟା ପରେ ନଭେମ୍ବର ୨୨ ସଂଖ୍ୟାରେ ଇଂରାଜି ପତ୍ରିକା ଇଣ୍ଡିଆ ଟୁଡେ ‘ ଗମାଙ୍ଗ ସୁଡ୍ ଗୋ’ ଲେଖି ପୂରା ଭାରତବର୍ଷରେ ଚହଳ ସୃଷ୍ଟି କରିଥିଲା। ଏବେ ଆଉଟଲୁକ୍ ପତିକ୍ରାର ପ୍ରଚ୍ଛଦ ପୃଷ୍ଠା ‘ମିସିଂ’ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି କରିଛି। ବିଦେଶୀ ଗଣମାଧ୍ୟମ ସହିତ ତାଳଦେଇ ଭାରତର ଗଣମାଧ୍ୟମ ମଧ୍ୟ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା ଆରମ୍ଭ କରିଦେଲେଣି। ଏକଦା ‘ଗୋଦି ମିଡିଆ’ ବୋଲି କୁହାଯାଉଥିବା ଭାରତୀୟ ଗଣମାଧ୍ୟମର ଏହି ଭୀଷଣ ରୂପ ନିଶ୍ଚିତ ଭାବେ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନଙ୍କର ଭାବମୂର୍ତିକୁ ଆଘାତ ପହଞ୍ଚାଇବ, କେବଳ ଦୁର୍ବଳ ଢଙ୍ଗରେ କୋଭିଡ୍ ମୁକାବିଲା ପାଇଁ।

Leave A Reply

Your email address will not be published.