ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଟିକାକରଣରେ ରେକର୍ଡ କଲା ଓଡିଶା

0

ଭୁବନେଶ୍ବର: କରୋନାକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ରାଜ୍ୟ । ଏକ ନୂଆ ମାଇଲଖୁଣ୍ଟ ଓଡ଼ିଶା ଅତିକ୍ରମ। ।

ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇସାରିଲାଣି। ଏନେଇ ଓଡିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଶ୍ର୍ରେୟ ଦେଇଛି ସ୍ୱାସ୍ଥ୍ୟବିଭାଗ।କିଭଳି ଅଧିକରୁ ଅଧିକ ଲୋକ ସୁରୁଖୁରରେ ଟିକା ନେଇପାରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡିଶା ସରକାର । ସମସ୍ତଙ୍କୁ ଟିକାକରଣରେ ସାମିଲ ପାଇଁ ଲକ୍ଷ୍ୟ ଥିବା ବେଳେ ଅଧିକରୁ ଅଧିକ ଟିକା ଦାବି କରୁଛି ଓଡିଶା । କେନ୍ଦ୍ରକୁ ଆବଶ୍ୟକ ଟିକା ଯୋଗାଇଦେବାକୁ ରାଜ୍ୟ ଦାବି କରିଛି । ରାଜ୍ୟରେ ଟିକା ଅପଚୟ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ ରହିଛି ।

ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ନେଇ ଟାର୍ଗେଟ ରଖିଛି ଓଡିଶା । ହେଲେ ଟିକାର ସଙ୍କଟ ଦେଖାଦେବାରୁ ଟିକାକରଣ ମଧ୍ୟ ଅନେକ ଜିଲ୍ଲାରେ ପ୍ରଭାବିତ ହେଉଛି । ଏହାରି ମଧ୍ୟରେ ଏକ କୋଟି ୨୦ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ ଟିକାନେଇସାରିଲେଣି । ସେହିପରି ଦ୍ୱିତୀୟ ଡୋଜ ଟିକା ପାଖାପାଖି ୨୨ ଲକ୍ଷ ୧୦ ହଜାର ୩୦୩ ଲୋକ ନେଇସାରିଲେଣି । ଉପାନ୍ତ ହେଉ କି ଉପକୂଳ, ଦକ୍ଷିଣ ହେଉ ଉତ୍ତର ଓଡ଼ିଶା, ସବୁଠି କେମିତି ଟିକାକରଣରେ ଅଧିକରୁ ଅଧିକ ଲୋକ ସାମିଲ ହୋଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁବେଳେ ଗୁରୁତ୍ୱ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

Leave A Reply

Your email address will not be published.