ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଟିକାକରଣରେ ରେକର୍ଡ କଲା ଓଡିଶା

0

ଭୁବନେଶ୍ବର: କରୋନାକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟିକାକରଣକୁ ଜୋରଦାର କରାଯାଇଥିବା ବେଳେ ଏ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଓଡିଶା । ବଡ ବଡ ରାଜ୍ୟକୁ ପଛରେ ପକାଇ ନୂଆ ରେକର୍ଡ ସୃଷ୍ଟି କରିଛି ରାଜ୍ୟ । ଏକ ନୂଆ ମାଇଲଖୁଣ୍ଟ ଓଡ଼ିଶା ଅତିକ୍ରମ। ।

ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣରେ ସାମିଲ କରାଯାଇସାରିଲାଣି। ଏନେଇ ଓଡିଶାବାସୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଶ୍ର୍ରେୟ ଦେଇଛି ସ୍ୱାସ୍ଥ୍ୟବିଭାଗ।କିଭଳି ଅଧିକରୁ ଅଧିକ ଲୋକ ସୁରୁଖୁରରେ ଟିକା ନେଇପାରିବେ ତା ଉପରେ ଗୁରୁତ୍ୱ ଦେଇଛନ୍ତି ଓଡିଶା ସରକାର । ସମସ୍ତଙ୍କୁ ଟିକାକରଣରେ ସାମିଲ ପାଇଁ ଲକ୍ଷ୍ୟ ଥିବା ବେଳେ ଅଧିକରୁ ଅଧିକ ଟିକା ଦାବି କରୁଛି ଓଡିଶା । କେନ୍ଦ୍ରକୁ ଆବଶ୍ୟକ ଟିକା ଯୋଗାଇଦେବାକୁ ରାଜ୍ୟ ଦାବି କରିଛି । ରାଜ୍ୟରେ ଟିକା ଅପଚୟ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ ରହିଛି ।

ଗୋଟିଏ ଦିନରେ ୩ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ନେଇ ଟାର୍ଗେଟ ରଖିଛି ଓଡିଶା । ହେଲେ ଟିକାର ସଙ୍କଟ ଦେଖାଦେବାରୁ ଟିକାକରଣ ମଧ୍ୟ ଅନେକ ଜିଲ୍ଲାରେ ପ୍ରଭାବିତ ହେଉଛି । ଏହାରି ମଧ୍ୟରେ ଏକ କୋଟି ୨୦ ହଜାରରୁ ଅଧିକ ଲୋକ ପ୍ରଥମ ଡୋଜ ଟିକାନେଇସାରିଲେଣି । ସେହିପରି ଦ୍ୱିତୀୟ ଡୋଜ ଟିକା ପାଖାପାଖି ୨୨ ଲକ୍ଷ ୧୦ ହଜାର ୩୦୩ ଲୋକ ନେଇସାରିଲେଣି । ଉପାନ୍ତ ହେଉ କି ଉପକୂଳ, ଦକ୍ଷିଣ ହେଉ ଉତ୍ତର ଓଡ଼ିଶା, ସବୁଠି କେମିତି ଟିକାକରଣରେ ଅଧିକରୁ ଅଧିକ ଲୋକ ସାମିଲ ହୋଇପାରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁବେଳେ ଗୁରୁତ୍ୱ ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି।

Leave A Reply

Your email address will not be published.