ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

କେତେ ରଙ୍ଗିଲା ଏ ବିଲ୍‌ଡର

0

ଭୁବନେଶ୍ବର: ବିଲଡରଙ୍କୁ ବାନ୍ଧିଲା ପୁଲିସ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯଦି ବିଲଡରଙ୍କ ଗିରଫର କାରଣ ଜାଣିବେ। ରାଜଧାନୀର ଏହି ରଙ୍ଗିଲା ବିଲଡର ଜଣକ ଥରେ କି ଦୁଇ ଥର ନୁହେଁ ଚାରି ଚାରିଟି ବିବାହ କରିଛନ୍ତି । ଆଉ ଥାନାରେ ଅଭିଯୋଗ ପରେ ଘଟଣାର ସତ ଜଣାପଡିଛି ଓ ଏବେ ବିଲଡର ପ୍ରିୟବ୍ରତ ମିଶ୍ରଙ୍କୁ ପୁଲିସ ଗିରଫ କରିଛି।

ବିଲଡର ପ୍ରିୟବ୍ରତ ମିଶ୍ରଙ୍କ ନାଁରେ ଭୁବନେଶ୍ୱରର ଦୁଇଟି ଥାନାରେ ମାମଲା ରୁଜୁ ହୋଇଛି । ମିଛ କହି ଏକାଧିକ ଯୁବତୀଙ୍କୁ ବିବାହ କରିଛନ୍ତି ପ୍ରିୟବ୍ରତ। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହି ରଙ୍ଗିଲା ବାବୁଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥବା ବେଳେ ମହିଳା ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି ।

ନିଜକୁ ଅବିବାହିତ ଦର୍ଶାଇ ଏକାଧିକ ଯୁବତୀଙ୍କ ସହ ଏହି ବିଲଡର ବାବୁଙ୍କ ହାତଗଣ୍ଠି ପଡିଛି । ବିବାହର ଫଟୋ ଏବଂ ସବୁ ପ୍ରମାଣ ପତ୍ର ଥାନାରେ ଅଭିଯୋଗକାରୀ ଦେବା ପରେ ସାମ୍ନାକୁ ଆସିଛି ବିଲ୍ଡରଙ୍କ ରଙ୍ଗିଲା ମିଜାଜ । ଏପରିକି ଭୁବନେଶ୍ୱର କ୍ୟାପିଟାଲ ଓ ମହିଳା ଥାନା ବ୍ୟତୀତ କେନ୍ଦ୍ରାପଡା ଥାନାରେ ମଧ୍ୟ ବିଲଡରଙ୍କ ନାଁରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.