ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

କେତେ ରଙ୍ଗିଲା ଏ ବିଲ୍‌ଡର

0

ଭୁବନେଶ୍ବର: ବିଲଡରଙ୍କୁ ବାନ୍ଧିଲା ପୁଲିସ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ଯଦି ବିଲଡରଙ୍କ ଗିରଫର କାରଣ ଜାଣିବେ। ରାଜଧାନୀର ଏହି ରଙ୍ଗିଲା ବିଲଡର ଜଣକ ଥରେ କି ଦୁଇ ଥର ନୁହେଁ ଚାରି ଚାରିଟି ବିବାହ କରିଛନ୍ତି । ଆଉ ଥାନାରେ ଅଭିଯୋଗ ପରେ ଘଟଣାର ସତ ଜଣାପଡିଛି ଓ ଏବେ ବିଲଡର ପ୍ରିୟବ୍ରତ ମିଶ୍ରଙ୍କୁ ପୁଲିସ ଗିରଫ କରିଛି।

ବିଲଡର ପ୍ରିୟବ୍ରତ ମିଶ୍ରଙ୍କ ନାଁରେ ଭୁବନେଶ୍ୱରର ଦୁଇଟି ଥାନାରେ ମାମଲା ରୁଜୁ ହୋଇଛି । ମିଛ କହି ଏକାଧିକ ଯୁବତୀଙ୍କୁ ବିବାହ କରିଛନ୍ତି ପ୍ରିୟବ୍ରତ। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଏହି ରଙ୍ଗିଲା ବାବୁଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥବା ବେଳେ ମହିଳା ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଛି ।

ନିଜକୁ ଅବିବାହିତ ଦର୍ଶାଇ ଏକାଧିକ ଯୁବତୀଙ୍କ ସହ ଏହି ବିଲଡର ବାବୁଙ୍କ ହାତଗଣ୍ଠି ପଡିଛି । ବିବାହର ଫଟୋ ଏବଂ ସବୁ ପ୍ରମାଣ ପତ୍ର ଥାନାରେ ଅଭିଯୋଗକାରୀ ଦେବା ପରେ ସାମ୍ନାକୁ ଆସିଛି ବିଲ୍ଡରଙ୍କ ରଙ୍ଗିଲା ମିଜାଜ । ଏପରିକି ଭୁବନେଶ୍ୱର କ୍ୟାପିଟାଲ ଓ ମହିଳା ଥାନା ବ୍ୟତୀତ କେନ୍ଦ୍ରାପଡା ଥାନାରେ ମଧ୍ୟ ବିଲଡରଙ୍କ ନାଁରେ ଅଭିଯୋଗ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.