ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

‘ଷଡ୍‌ଯନ୍ତ୍ର କରୁଛି ସ୍ତ୍ରୀ’

0

ଭୁବନେଶ୍ବର: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ତୁଟୁନି । ବରଂ ଦିନକୁ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ପତ୍ନୀ ବର୍ଷାଙ୍କ ବିରୋଧରେ ସିଧାସଳଖ ଷଡଯନ୍ତ୍ରର ଅଭିଯୋଗ ଆଣି ପୁରୀ ଘାଟ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ। ଜଣାଇଛନ୍ତି, ବର୍ଷା ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନୁଭବ।

ଅନୁଭବ ଥାନାରେ ଅଭିଯୋଗ କରିଛନ୍ତି ଯେ, କିଛି ଦିନ ହେଲା ତାଙ୍କ ଘର ପାଖରେ କିଛି ଅଜଣା ଲୋକଙ୍କୁ ବୁଲୁଥିବା ସେ ଦେଖିବାକୁ ପାଉଛନ୍ତି । ହେଲ୍‌ମେଟ ପିନ୍ଧି ଅଜଣା ଲୋକ ଘର ପାଖରେ ବୁଲୁଥିବା ସେ ସିସିଟିଭିରୁ ଦେଖିଛନ୍ତି । ଏପରିକି ବିପଦ ଥିବାର ଆଶଙ୍କା କରି ଭଏସ ରେକର୍ଡ ସିସିଟିଭି ଲଗାଯାଇଛି। ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି।

ସିସିଟିଭିରୁ ଦେଖିଥିବା ଫୁଟେଜକୁ ଆଧାର କରି ଅନୁଭବ ଆହୁରି କହିଛନ୍ତି, ତାଙ୍କ ଘରର ଅନେକ ନକଲି ଚାବି ପ୍ରସ୍ତୁତ ହୋଇଛି। ଯାହା ଫଳରେ ତାଙ୍କ ଘରୁ ବହୁ ମୂଲ୍ୟବାନ ଜିନିଷ ଚୋରି ହୋଇପାରେ ବୋଲି ସେ ଆଶଙ୍କା କରୁଛନ୍ତି। ଏହାସହିତ ବର୍ଷା ତାଙ୍କ ଘର ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରୁଥିବା ସେ ନିଜର ଅଭିଯୋଗରେ ଦର୍ଶାଇଛନ୍ତି।

କିଛି ଦିନ ପୂର୍ବେ ମଧ୍ୟସ୍ଥି କେନ୍ଦ୍ରକୁ ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ଝାଡ଼ିଥିଲେ ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନାହାନ୍ତି । ଜାଣିଶୁଣି ମାମଲାକୁ ସାରିବାକୁ ବର୍ଷା ଚାହୁଁନାହାନ୍ତି। ସୋସିଆଲ୍‌ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବାକୁ ସମୟ ନାହିଁ ବୋଲି ବର୍ଷାଙ୍କୁ ଟାର୍ଗେଟ କରି କହିଥିଲେ ଅନୁଭବ।

ଅନ୍ୟପକ୍ଷରେ ସେହି ପୁରୀ ଘାଟ ଥାନାରେ ବର୍ଷା ମଧ୍ୟ ପୂର୍ବରୁ ଅନୁଭବ ମହାନ୍ତିଙ୍କ ବିରୋଧରେ ଅନେକ ଥର ଅଭିଯୋଗ କରିଛନ୍ତି। ପୁଲିସ ମଧ୍ୟ ତାଙ୍କ ଅଭିଯୋଗର ତଦନ୍ତ କରି ପଦକ୍ଷେପ ନେଇଛି। ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ଅଭିଯୋଗ ପରେ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତା ଉପରେ ନଜର ରହିବ।

Leave A Reply

Your email address will not be published.