ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଉପକୂଳ ଓଡିଶାରେ କାହିଁକି କମୁନି ସଂକ୍ରମଣ?

0

ଭୁବନେଶ୍ବର: ରାଜ୍ୟରେ କରୋନା ଲହରର ଦ୍ୱିତୀୟ ପ୍ରବାହ ଏଯାଏ କମିନି> ସଂକ୍ରମଣ ହାର ପୂର୍ବଅପକ୍ଷୋ କମିଥିଲେ ମଧ୍ୟ ଦୈନିକ ସଂକ୍ରମଣ ୨ ହଜାରୁ ୩ ହଜାର ଭିତରେ ରହୁଛି। ୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମିତଙ୍କ ସଂଖ୍ୟା। ଊପକୂଳ ଓଡିଶାରେ ଲକଡାଉନ ଓ ସଟଡଉନ ସତ୍ୱେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ । ସର୍ଭିଲାନ୍ସ ସହିତ ଟେଷ୍ଟିଂ ଓ ଟିକାକରଣ ସତ୍ୱେ ଉପକୂଳ ଓଡିଶାରେ କାହିଁକି ସଂକ୍ରମଣ କମୁନି ତାହା ଏବେ ଚିନ୍ତାଜନକ ବିଷୟ । ସେହିପରି କରେନା ମୃତ୍ୟୁର ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି।

ଗତ ୨୪ ଘଂଟାରେ ୭୫ ହଜାର ୬୫୩ କରୋନା ନମୂନା ପରୀକ୍ଷା ହୋଇଥିବା ବେଳେ ୨୩ ଶହ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୩.୦୮ ପ୍ରତିଶତ। ଖୋର୍ଦ୍ଧାରୁ ସର୍ବାଧିକ ୩୮୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୭୧,ବାଲେଶ୍ୱରରୁ ୧୬୪,ଭଦ୍ରକରୁ ୧୨୧,ଜଗତସିଂହପୁରରୁ ୧୦୧,ଯାଜପୁରରୁ ୧୭୯, କେନ୍ଦ୍ରାପଡାରୁ ୧୯୬, ମୟୂରଭଂଜରୁ ୧୦୪, ପୁରୀରୁ ୧୦୬,ନୟାଗଡରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଏବେ ୯ ଲକ୍ଷ ୩୭ ହଜାର ୪୭୦ରେ ପହଞ୍ଚିଛି।

ସେହିପରି ଆଜି ଆଉ ୫୮ ମୃତ୍ୟୁର ସରକାର ହିସାବ ଦେଇଛନ୍ତି । ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୩୪କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ ଓ ପୁରୀରୁ ୭ ଲେଖାଏ , ଗଂଜାମ ଓ ସୁନ୍ଦରଗଡରୁ ୬ ଲେଖାଏ, ସମ୍ବଲପୁରରୁ ୪ , କେନ୍ଦ୍ରାପଡାରୁ ୩, କଟକ, ଢେଙ୍କାନାଳ, ନୟାଗଡ଼,କେନ୍ଦୁଝରୁ ୨ ଲେଖାଏ ଓ ଅନୁଗୁଳ,ଯାଜପୁର,ଗଜପତିରୁ ଜଣେ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.