ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ବୋଲବମରେ କରୋନା ବ୍ରେକ୍

0

ଭୁବନେଶ୍ବର: ଏଥର ବି ଆଉ ଶୁଭିବନି ବୋଲବମ..ବୋଲବମ ଡାକ । ରାସ୍ତା ଆଉ ଦେଖିବାକୁ ମିଳିବେନି ମାଳ ମାଳ କାଉଡିଆ । ଢୁ ଢୁ ବର୍ଷାରେ ଜଟିଆ ବାବା ପାର କରେଗା..ଭୋଲା ବାବା ପାର କରେଗା..ଡାକି ଡାକି ଆଉ କଳସ ଧରି ଯିବେନି କାଉଡିଆ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖ ଚଳିତ ବର୍ଷ ବି ବୋଲବମ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। କୌଣସି ଧାର୍ମିକ ସ୍ଥାନରୁ ପାଣି ଉଠାଇପାରିବେନି କାଉଡିଆ । ରାସ୍ତାରେ କଳସ ଧରି ମନ୍ଦିର ଅଭିମୁଖେ କାଉଡିଆ ଯାତ୍ରା କରିପାରିବେନି।

ଶ୍ରାବଣ ମାସ ପାଇଁ ସରକାର ଲାଗୁ କଲେ ନିୟମ । ଜୁଲାଇ ଓ ଅଗଷ୍ଟରେ ବନ୍ଦ ରହିବ କାଉଡିଆଙ୍କ ଯାତ୍ରା । ଏବେ ବି ରାଜ୍ୟରେ କରୋନା ସଂକ୍ରମଣ ପୂରା ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ବର୍ତମାନର ସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାର ଏଭଳି କଟକଣା ଲଗାଇଛନ୍ତି । କୌଣସି ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତମାନେ ଜଳାଭିଷେକ କରିପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏବେ ଦ୍ୱିତୀୟ ଲହରର ପ୍ରଭାବ ଯାଇନଥିବା ବେଳେ ତୃତୀୟ ଲହର ଆସିବା ପୂର୍ବରୁ ଭିଡ ନିୟନ୍ତ୍ରଣ କରିବା ସହ କରୋନା ସତର୍କତାକୁ କଡାକଡି ଭାବେ ପାଳନ କରିବା ଜରୁରୀ । ଶ୍ରାବଣ ମାସରେ ମାନସିକ ରଖି ମହାପ୍ରଭୁ ଶିବଙ୍କୁ ଜଳାଭିଷେକ କରିଥାନ୍ତି କାଉଡିଆ । ଦିନଦିନ ପାଦରେ ଚାଲି ଚାଲି ଠାକୁରଙ୍କୁ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବ ପୀଠରେ ଭିଡ ଜମାଇଥାନ୍ତି । ସାରା ଦେଶରେ କାଉଡିଆଙ୍କ ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇବାକୁ ଆଇଏମଏ ମଧ୍ୟ ସୁପାରିସ କରିଥିଲା ।

Leave A Reply

Your email address will not be published.