ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ସୁପ୍ରିମକୋର୍ଟରେ ଆଜି ପରୀ ଶୁଣାଣି

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ନୟାଗଡ ପରୀ ଅପହରଣ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ। ସୁପ୍ରିମ କୋର୍ଟର ଚାରି ନମ୍ବର କୋର୍ଟରେ ଆଇଟମ ନମ୍ବର ୧୫ରେ ପରି ଏହି ମାମଲା ତାଲିକାଭୁକ୍ତ ହୋଇଛି। ଜଷ୍ଟିସ ଏ ଏମ୍‌ ଖାଓ୍ବଲିକର ଏବଂ ଜଷ୍ଟିସ ସଞ୍ଜୀବ ଖାନ୍ନା ଙ୍କ କୋର୍ଟରେ ମାମଲାର ଶୁଣାଣୀ କରାଯିବ।

ପରି ହତ୍ୟା ଏବଂ ଅପହରଣ ମାମଲାରେ ସ୍ୱତନ୍ତ୍ର ତଦନ୍ତ କରିବା ଏବଂ ଓଡ଼ିଶାରେ ନିଖୋଜ ଶିଶୁମାନଙ୍କ ସଂପର୍କରେ ସିବିଆଇ ଦ୍ଵାରା ତଦନ୍ତ କରାଯାଉ ବୋଲି ପରୀର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି ମାମଲା ଗ୍ରହଣ କରିଛନ୍ତି।

ଇତିମଧ୍ୟରେ ପରୀର ପରୀ ଅପହରଣ ଓ ହତ୍ୟାକୁ ବର୍ଷେ ପୂରିଛି। ଏହି ଘଟଣାକୁ ବିଜେପି ପକ୍ଷରୁ ଏକ ପ୍ରସଙ୍ଗ କରାଯାଇ ଢେର୍ ଦିନ ଯାଏ ଆନ୍ଦୋଳନ କରାଯାଇଥିଲା। ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ବିଜେପି ସେବେ ଦାବି କରିଥିଲା। ସେପଟେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଗୋଟିଏ ଟିମ୍ ଗଠନ କରି ମାମଲାର ତଦନ୍ତ କରିଥିଲେ। ଏହି ଘଟଣାରେ ଜଣେ ୧୮ ବର୍ଷର ଜଣେ ଯୁବକ ହୋଇ ଏବେ ଜେଲରେ ଅଛନ୍ତି। ଗତବର୍ଷ ଜୁଲାଇ ୧୪ ତାରିଖରେ ଅପହୃତ ପରୀର ଗଳିତ ଶବ ୨୩ ତାରିଖରେ ମିଳିଥିଲା।

Leave A Reply

Your email address will not be published.