ପ୍ରମୁଖ ଖବର

ଆଇପିଏସ୍ କୁଳଦୀପ ମୀନା ଓଡିଶା ରାଜ୍ୟପାଳଙ୍କ ନୂଆ ଏଡିସି
ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା
ତାଡିନେଲେ ଏଟିଏ, ଟଙ୍କା ଲୁଟି ଗଙ୍ଗୁଆରେ ଫିଙ୍ଗିଦେଲେ ମେସିନ୍‌
ଓଲଟିଲା ଅତିରିକ୍ତ ଏସ୍‌ପି ରଞ୍ଜନ କୁମାର ଦେଙ୍କ ଗାଡ଼ି: ୪ ଆହତ
ମହାରାଷ୍ଟ୍ରର ଭଣ୍ଡାରାରେ ଏକ ଗୋଳାବାରୁଦ କାରଖାନାରେ ବଡ଼ ବିସ୍ଫୋରଣ: ୫ ମୃତ ଅନେକ ଆହତ

ଖୋର୍ଦ୍ଧା ଓ କଟକକୁ କେମିତି ଫୋକସ୍ କରିଛନ୍ତି ଯେ…

0
  • ସଂକ୍ରମିତଙ୍କ ସଂଖ୍ୟା କମୁନି, ମୁଣ୍ଡ ବ୍ୟଥା ବଢିଲାଣି
  • ଆୟତ୍ତକୁ ଆଣିପାରୁନାହାନ୍ତି ବାବୁ, କଟକଣା ସବୁ ଫୁ
  • ଲକଡାଉନ୍, ସଟଡାଉନ୍ ନିର୍ଦେଶ ସବୁ ଚୁଲିକୁ ଗଲାଣି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ନିୟମିତ ବଢୁଛି। କେଉଁଦିନ ୫୦୦ ଅତିକ୍ରମ କରୁଛି ତ କେଉଁଦିନ ୫୦୦ରୁ ସାମାନ୍ୟ ତଳକୁ ଖସୁଛି। ଲକଡାଉନ, ସଟଡାଉନ ପରେ ବି ସଂକ୍ରମଣ ଚେନରେ ବ୍ରେକ ଲାଗୁନି । ଗତ ୨୪ ଘଣ୍ଟାରେ ୩ ଜିଲ୍ଲାରେ ଶହେ ଉପରେ ଆକ୍ରାନ୍ତଙ୍କ ସଂଖ୍ୟା ଥିବା ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ସ୍ଥିତି ଏଯାଏ ସୁଧୁରୁନି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ବଳବତ୍ତର ରହିଛି। ଜୁଲାଇ ମାସ ସରିବାକୁ ବସିଲାଣି। ହେଲେ ସଂକ୍ରମିତଙ୍କ ସଖ୍ୟା କମିବାର ନାଁ ନେଉନି, ସେଣେ ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା ।

ଦିନକରେ ୭୮ ହଜାର ୧୩୪ ନମୁନା ପରୀକ୍ଷା ହୋଇଥିବା ବେଳେ ୧୯ ଶହ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣର ହାର ରହିଛି ୨.୪୫% । ଖୋର୍ଦ୍ଧାର ସର୍ବାଧିକ ୫୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୧୮, ଅନୁଗୁଳରୁ ୯୧, ବାଲେଶ୍ୱରରୁ ୮୪, ଜଗତସିଂହପୁରରୁ ୯୨,କେନ୍ଦ୍ରାପଡାରୁ ୭୩ ସଂକ୍ରମିତ ଚିହ୍ନଟ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚିଛି।

ଡିଏମଇଟି କହିଥିଲେ, ଆମେ ଖୋର୍ଧା ଓ କଟକ ଜିଲ୍ଲାକୁ ଫୋକସ୍ କରୁଛୁ। କିଭଳି ଫୋକସ୍ କରୁଛନ୍ତି ଯେ ସଂଖ୍ୟା କମୁନି? ଲକଡାଉନ୍, ସଟଡାଉନ୍ କଟକଣା କିଏ ସମୀକ୍ଷା କରୁଛନ୍ତି?

ସେହିପରି ୬୯ ଜଣଙ୍କ ମୃତ୍ୟୁ ତାଲିକା ଦିଆଯାଇଥିବା ବେଳେ ଖୋର୍ଦ୍ଧାରୁ ୨୬ ଜଣ, ବାଲେଶ୍ୱରରୁ ୧୦ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡାରୁ ୬ ଜଣ, ବରଗଡରୁ ୫ଜଣ, ସୁନ୍ଦରଗଡରୁ ୪ଜଣ, ବଲାଙ୍ଗୀର, ଝାରସୁଗୁଡା, ରାୟଗଡା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.