ପ୍ରମୁଖ ଖବର

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ଆହୁରି ୨ ମାସ ବୃଦ୍ଧି ହେଲା ରାସନ୍ କାର୍ଡ ଇ-କେଓ୍ବାଇସି ସମୟ ସୀମା: ଯୋଗାଣ ମନ୍ତ୍ରୀ
ରାଇରଙ୍ଗପୁରରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଶୁଭାରମ୍ଭ କଲେ ରାଷ୍ଟ୍ରପତି
ବଦଳିବ ନିକୋ ପାର୍କର ରୂପ, ଖର୍ଚ୍ଚ ହେବ ୬୦୦ କୋଟି
ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଲାଲ ବଳୟରେ ଖୋର୍ଧା, ମୃତ୍ୟୁ ସଂଖ୍ୟା ରେକର୍ଡ (୪୨)

0

ଭୁବନେଶ୍ବର: ଖୋର୍ଦ୍ଧାକୁ ଛାଡି ପୁରା ଓଡିଶା ଏବେ ଲାଲ ବଳୟ ବାହାରେ। ବାଲେଶ୍ୱର, ଯାଜପୁର,କଟକ ୟେଲୋ ଜୋନରେ ଥିବା ବେଳେ ବାକି ୨୬ଟି ଜିଲ୍ଲା ଗ୍ରିନ ଜୋନରେ। ଖୋର୍ଦ୍ଧାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଅଢେଇ ହଜାର ଉପରେ ରହିଛି। ସଂକ୍ରମଣ ହାର ୫ ପ୍ରତିଶତ ଉପରେ କେବଳ ପୁରୀ ଓ ବାଲେଶ୍ୱରରେ ରହିଛି। ୩ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି।

ଗତ ୨୪ ଘଣ୍ଟାରେ ୭୪ ହଜାର ୫୫୩ କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ୧୬ ଶହ ୩୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ହାର ରହିଛି ୨.୧୯% । ଖୋର୍ଦ୍ଧାରୁ ସର୍ବାଧିକ ୩୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୫୦, ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୫୭,ଭଦ୍ରକରୁ ୭୧,ଜଗତସିଂହପୁରରୁ ୮୫,ଯାଜପୁରରୁ ୮୦, ମୟୂରଭଂଜରୁ ୭୫, ପୁରୀରୁ ୭୮, କେନ୍ଦ୍ରାପଡାରୁ ୭୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଆଉ ୬୨ ଜଣଙ୍କ ମୃତ୍ୟୁର ତାଲିକା ଦେଇଛନ୍ତି ସରକାର। ଏଥିରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଜଣ କରୋନାରେ ଆଖିବୁଜିଥିବା ହିସାବ ଦିଆଯାଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ,କେନ୍ଦୁଝରରୁ ୪ ଜଣ, ଯାଜପୁରରୁ ୨ ଜଣ, ଗଂଜାମ, ଜଗତସିଂହପୁର, କନ୍ଧମାଳ, ପୁରୀରୁ ଜଣେ ଲେଖାଁଏ କରୋନାରେ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୫ ହଜାର ୫୭୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.