ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ସ୍ମାର୍ଟସିଟି ବାବୁ, ଆର୍‌କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?

0

ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?

ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ

୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁ

ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍

କାହା ଆଖିକୁ ନଜର ପଡୁନି କି କେହି ଥରୁଟିଏ ଆସି ଦେଖୁନାହାନ୍ତି

‘୫ଟି’ରୁ ଗୋଟିଏ ‘ଟି’ ଦଳିଦେଇଛି, କାହିଁକି କାର୍ଯ୍ୟାନୁଷ୍ଠାନ ହେବନି?

ଯଦି ତା ବିରୋଧରେ ଚୁପ୍, ଅନ୍ୟମାନଙ୍କୁ ଦଣ୍ଡ ଦେବା ଅଧିକାର କିଏ ଦେଲା?

ବିଜେଡି ସିନା ମୁହଁ ଖୋଲିବନି, ବିଜେପି ଓ କଂଗ୍ରେସ ମୁହଁରେ ତୁଣ୍ଡି ବନ୍ଧାହୋଇଛି କି?

ଭୁବନେଶ୍ବର: ଏମିତି କରିଦେବୁ, ସେମିତି କରିଦେବୁ ସ୍ବପ୍ନ ଦେଖାଇ ସବୁ ଭାଙ୍ଗିଦେଲେ। ଏମିତି ଉତ୍ପାତ କଲେ ଯେ ଯେମିତି ଗୋଟିଏ ରାତିରେ ସବୁକିଛି ସୁନା କରିଦେବେ କି? ଦୋକାନୀଙ୍କ ଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ କାହାକୁ ଫୁରୁସତ୍ ଦେଲେନି। ରାଜଧାନୀବାସୀ ବି ଆଶା କରିଥିଲେ ଯେ ସରକାରୀ କରିତକର୍ମା ବାବୁମାନେ କିଛି ତ ଗୋଟିଏ ଆଶ୍ଚର୍ଯ୍ୟଜନକ କଥା କରିଦେଖାଇବେ। ହେଲେ ଦିନେ କି ଦୁଇ ଦିନ ନୁହେଁ, ପାଖାପାଖି ୪ବର୍ଷ ପରେ ବି ରାସ୍ତାକୁ ନେଇ ଗବେଷଣା ଚାଲିଛି। କେଉଁଦିନ ଯୋଡାଯାଉଛି, କେଉଁଦିନ ଭାଙ୍ଗୁଛି। ଏସବୁକୁ ଧରି ଯଦି କେହି କାଗଜରେ ଟିପିବ, ତେବେ ୩୬୫ ଦିନ ପାଇଁ ଡାଏରିରେ ଉଦ୍ଦିଷ୍ଟ ସ୍ଥାନ ବି ପୁରଣ ହୋଇଯିବ।

ହଁ ଆଜ୍ଞା, ଆମେ କୌଣସି ଉପାନ୍ତ ଅଞ୍ଚଳ କିମ୍ବା ଅନ୍ୟ ଜିଲ୍ଲା କଥା କହୁନାହୁଁ। ସ୍ମାର୍ଟିସିଟି କାର୍ଯ୍ୟକ୍ରମରେ ହାତକୁ ନିଆଯାଇଥିବା ବହୁ ଆକାଂକ୍ଷିତ ଭୁବନେଶ୍ବର ଜନପଥର ବିକାଶ କଥା କହୁଛୁ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସବୁ ପରାମର୍ଶଦାତା, ୫ଟି ସଚିବ, ପୂର୍ତ୍ତ ସଚିବ, ନଗର ଉନ୍ନୟନ ସଚିବ ସରକାରରେ କେହିନଥିବେ, ଯିଏ ଏହି ୪ବର୍ଷ ମଧ୍ୟରେ ଏକାଧିକ ଥର ଏହି ରାସ୍ତାରେ ଯିବାଆସିବା କରିନଥିବେ। ବିଜେଡି ନେତାଙ୍କ କଥା ଛାଡ। ଏହାର ସଂଲଗ୍ନ ରହିଛି ବିଜେପି ଓ କଂଗ୍ରେସ ଅଫିସ। ସମସ୍ତଙ୍କ ଆଖିରେ ଅନ୍ଧପୁଟୁଳି ବନ୍ଧା ହୋଇଛି। ସରକାରଙ୍କ ନଜର ପଡୁନି କି ବାବୁଙ୍କୁ ଦେଖାଯାଉନି। ରାଜନୈତିକ ଦଳମାନଙ୍କ ମୁହଁରେ ତ ତୁଣ୍ଡି ବନ୍ଧା ହୋଇଛି।

ରାଜଧାନୀର ରାଜରାସ୍ତାର ବିକାଶ ସଂପର୍କିତ ଏହି ପ୍ରକଳ୍ପ ବୁଝାଇ ଦେଉଛି ଯେ ସ୍ମାର୍ଟସିଟି କର୍ତ୍ତୃପକ୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ସୂତ୍ରକୁ ଆଦୌ ଖାତିର୍ କରନ୍ତିନି। କାରଣ ସେମାନେ ସରକାରଙ୍କ ଖାସ୍ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ନ ହେଲେ ଏତେ ବେଫିକର ହୁଅନ୍ତେ କେମିତି? ଯିଏ ଆସିଲା, ସିଏ ତାର ମନମାନି ଚଳାଇଲା ଏହି ରାସ୍ତା ଉପରେ। ସତରେ ଯେମିତି ଏହି ରାସ୍ତାଟା ବାବୁମାନଙ୍କର ନିଜର ପାରିବାରିକ ସଂପତ୍ତି କି?

ଆଉ ସବୁଠାରୁ ବଡ଼ କଥା ହେଲା, ଏହି କାମ ହାତକୁ ନେଇଥିବା ଆରକେଡି ସଂସ୍ଥା। ଏହି ସଂସ୍ଥା କାହାର ଗେହ୍ଲାପୁଅ? ମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀ ଏମାନଙ୍କର ଇଏ ସଂପର୍କୀୟ ଲାଗେ କି? ଅନ୍ୟଥା ଗୋଟିଏ ରାସ୍ତା ୪ବର୍ଷ ହେଲା ସରିପାରୁନି। ସବୁଦିନ ଇଏ ରାଜଧାନୀକୁ ଧୁଳି ଧୁସର କରିଦେଉଛି। ୫.୮ କିଲୋମିଟର ଏହି ରାସ୍ତା ନିର୍ମାଣ ଲାଗି ଚାରିବର୍ଷ ଲାଗିଲାଣି। ଏକାଧିକ ଥର କଣ୍ଟ ବଢିସାରିଲାଣି। ତଥାପି ସରୁନି କି ତାଗିଦ୍ ନାହିଁ।

ରବିବାର ଛୁଟି ଦିନରେ ୫ଟି ସଚିବ ଭୁବନେଶ୍ବର ବରମୁଣ୍ଡା ଅନ୍ତଃରାଜ୍ୟ ବସ ଟର୍ମିନାଲ ଠାରୁ ଆରମ୍ଭ କରି ଅନ୍ୟ ପ୍ରକଳ୍ପ ବୁଲିଲେ। ପୂର୍ତ୍ତ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ବି ସାଙ୍ଗରେ ଥିଲେ। ଏବେ ପ୍ରଶ୍ନ ଉଠୁଛି, ୫ଟି ସଚିବଙ୍କର କାହିଁକି ଏହି ରାସ୍ତା ଉପରେ ନଜର ପଡୁନି। ଥରୁଟିଏ ଆସି ଏହି ରାସ୍ତା କିଭଳି ଅବସ୍ଥାରେ ଅଛି ଦେଖିବେନି? ବର୍ତ୍ତମାନର ପୂର୍ତ୍ତ ସଚିବ ଡାକ୍ତର କ୍ରିଷନ୍ କୁମାର ଯେବେ ବିଏମସି ଦାୟିତ୍ବରେ ଥିଲେ, ସେବେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେ ବି ଏହି ପ୍ରକଳ୍ପ ଦେଖିବାକୁ ଆସିବେନି? ନିକଟରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ଅର୍ଥ ସଚିବ ଅଶୋକ ମୀନା ଜୟଦେବ ବିହାରରୁ ସମାନ୍ତରାଳ ଭାବେ ଯିବାକୁ ଥିବା ରାସ୍ତା ସଂପ୍ରସାରଣ ସରଜମିନ୍ ଅନୁଧ୍ୟାନ କରିବାକୁ ବୁଲୁଥିଲେ। ସେମାନଙ୍କର କଣ ଏହା ଉପରେ ନଜର ପଡୁନି।

ବାସ୍ତବରେ କାହିଁକି ଏହି ପ୍ରକଳ୍ପକୁ ସମସ୍ତେ ଅଣଦେଖା କରୁଛନ୍ତି। ସ୍ମାର୍ଟସିଟି ଦାୟିତ୍ବରେ ଥିଲେ ପ୍ରେମଚନ୍ଦ ଚୌଧୁରୀ। ଏମିତି ତତ୍ପରତା ଦେଖାଉଥିଲେ ଯେମିତି ରାତି ଅଧିଆ ଭୁବନେଶ୍ବରକୁ ସୁନା କରିଦେବେ। ସେ କିନ୍ତୁ ଏହି ରାସ୍ତା ସାରିପାରିଲେନି। ଏବେ ସରକାରର ବରିଷ୍ଠ ଅଧିକାରୀ ସଞ୍ଜୟ ସିଂ ଦାୟିତ୍ବରେ। ସେ କେତେଥର ଏହି ରାସ୍ତା ବୁଲି ଦେଖିଲେଣି? କାହିଁକି କେଜାଣି- ଦାୟିତ୍ବରେ ଥିବା ଅଫିସରଙ୍କ ବିରୋଧରେ ଛିଡା ହେବା ଲାଗି ସରକାରର ପ୍ରମୁଖ ଅଧିକାରୀ ସାହସ କୁଳଉ ନାହାନ୍ତି ନା କାଳେ ସଂପର୍କ ଖରାପ ହୋଇଯିବ, ସେଥିପାଇଁ ଭୟ। ଇଏ ଆରକେଡି ସହିତ ବାବୁମାନଙ୍କର ଘନିଷ୍ଠ ସଂପର୍କ ଅଛି କି?

କାହିଁକି ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆରକେଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଉନାହାନ୍ତି? ଏହି ସଂସ୍ଥାକୁ ଅଯାଚିତ ଭାବେ ଗୋଟିଏ ପରେ ଗୋଟିଏ କାମ ଟେକିଦିଆଯାଉଛି। ସେ ନେଇଥିବା ପ୍ରତି କାମରେ ଖଇଚା। ତା ବିରୋଧରେ ମକଦ୍ଦମା ରୁଜୁ କରିବାକୁ ବାବୁମାନଙ୍କ ସାହସ ହେଉନି କି?

‘୫ଟି’ରୁ ଗୋଟିଏ ‘ଟି’କୁ ଏହି ସଂସ୍ଥା ମୋଡିମକଚି ଜନପଥରେ ପୋତି ଦେଇସାରିଲାଣି।

ଯଦି ରାଜଧାନୀ ରାଜରାସ୍ତାର ଗୋଟିଏ ରାସ୍ତାରେ ବାବୁମାନଙ୍କର ସ୍ଥିତି ଏୟା ତେବେ ବାକି ଭୁବନେଶ୍ବର କେବେ ସ୍ମାର୍ଟ ହେବ, କେମିତି ସ୍ମାର୍ଟ ହେବ, ଏସବୁ ସମୟ କହିବ?

Leave A Reply

Your email address will not be published.