ଗତ କିଛି ଦିନ ଧରି ରାଜ୍ୟରେ ସଂକ୍ରମଣର ସ୍ଥିରାବସ୍ଥା ରହିବା ପରେ ଆସିଛି ଆଶ୍ୱସ୍ତିକର ଖବର । ହଜାରେ ତଳକୁ ଖସିଛି ଦୈନିକ ସଂକ୍ରମିତ ସଂଖ୍ୟା । କେବେଳ ଖୋର୍ଦ୍ଧା ଜିଲ୍ଲାରେ ଶହେ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ୧୧ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକଅଙ୍କ ଥିବା ବେଳେ ବାକି ସବୁ ଜିଲ୍ଲାରେ ଦୁଇ ଅଙ୍କ ରହିଛି । ୨୪ ଘଂଟାରେ ୮୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହପରି କଟକରେ ଶହେ ତଳକୁ ଖସିଛି ସଂଖ୍ୟା । କଟକରୁ ୮୧ଜଣ, ଅନୁଗୁଳରୁ ୩୨,ବାଲେଶ୍ୱରରୁ ୬୨, ଭଦ୍ରକରୁ ୩୧, ଯାଜପୁରରୁ୬୦, ଜଗତସିଂହପୁରରୁ ୫୪ , କେନ୍ଦ୍ରାପଡା ଜିଲ୍ଲାରୁ ୩୩ ଜଣ,ପୁରୀ ଜିଲ୍ଲାରୁ ୫୩ ଜଣ ,ମୟୂରଭଞ୍ଜରୁ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୯ ଲକ୍ଷ ୮୭ ହଜାର ୯୫୬ରେ ପହଞ୍ଚିଛି । ଆଜି ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ହିସାବ ଦେଇଛନ୍ତି ସରକାର । ଖୋର୍ଦ୍ଧରୁ ସର୍ବାଧିକ ୨୯ ଜଣ, କଟକରୁ ୧୩ ଜଣ, ସମ୍ବଲପୁରରୁ ୮ ଜଣ,ବରଗଡରୁ ୭ ଜଣ, ବଲାଙ୍ଗୀରରୁ ୩ ଜଣ, ନୂଆପଡା ଜିଲ୍ଲାରୁ ୨ ଜଣ ଆଖିବୁଜିଛନ୍ତି । ସେହିପରି ଝାରସୁଗୁଡା, କଳାହାଣ୍ଡି, ସୋନପୁର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତ ପ୍ରାଣ ହରାଇନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୬ ହଜାର ୫୦୧କୁ ବୃଦ୍ଧି ପାଇଛି ।
ପ୍ରମୁଖ ଖବର
ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ