ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଅଗଷ୍ଟ ଆରମ୍ଭରୁ ବି ବର୍ଷା ଗାଏବ

0

ବର୍ଷା ନାହିଁ..୪ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଅଗଷ୍ଟ ଆରମ୍ଭରୁ ବି ରାଜ୍ୟରେ ବର୍ଷା ଅଭାବ । ନିଅଣ୍ଟିଆ ବର୍ଷା ଯୋଗୁଁ ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛନ୍ତି । ରାଜ୍ୟରେ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷାର ପରିମାଣ ବଢି ଚାଲିଛି । ଅଗଷ୍ଟ ପହିଲାରୁ ୮ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ୧୦୫.୪ ମିମି ହେବାକୁ ଥିବା ବେେ ମାତ୍ର ୨୫ ମିମି ବର୍ଷା ହୋଇଛି । ସେହିପରି ଜୁନ୧ ରୁ ଅଗଷ୍ଟ ୮ ସୁଦ୍ଧା ସ୍ୱାଭାବି ବର୍ଷା ୬୬୭.୭ ମିମି ହେବାକୁ ଥିବା ବେଳେ ୪୮୧.୩ ମିମି ବର୍ଷା ହୋଇଛି । ଯାହା କି ୨୮ ପ୍ରତିଶତ ନିଅ ିଆନିଅଣ୍ଟିଆ ବର୍ଷା ହେଲାଣି ।

ରାଜ୍ୟରେ ୨୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜୁଥିବା ବେଳେ ଚାରି ଜିଲ୍ଲା ଭଦ୍ରକ, ଗଜପତି,ଯାଜପୁର ଓ ବଲାଙ୍ଗୀରରେ ଉତ୍କଟ ସ୍ଥିତି ରହିଛି ।ଏହି ୪ ଜିଲ୍ଲାରେ ୪୦ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି । ମୌସୁମୀ ଟ୍ରାପ ଲାଇନ ଏବେ ଉତରାଭିମୂଖୀ ହୋଇଥିବାରୁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଆସନ୍ତା ୧୪ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟିହୋଇପାରେ । ୧୬ ବେଳକୁ ଲଘୁଚାପରେ ପରିଣତ ହୋଇ ଆନ୍ଧ୍ର ତେଲେଙ୍ଗାନା ଆଡକୁ ଯିବ ବୋଲି ଅନୁମାନ କରାଯାଇଛି । ତେବେ ଏହା ପ୍ରଭାବରେ ଓଡିଶାରେ କମ ବର୍ଷା ହେବ ସହ ଆନ୍ଧ୍ରରେପ୍ରବଳ ବର୍ଷା ହେବ ।

Leave A Reply

Your email address will not be published.