ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଧୋନୀଙ୍କ ପରେ ବଡ଼ ପରଦାରେ ଗାଙ୍ଗୁଲୀ

0

ମୁମ୍ବାଇ: କ୍ରିକେଟ ଲିଜେଣ୍ଡ୍ ମହେନ୍ଦ୍ର ସିଂ ଧୋନୀ ଓ କପିଲ ଦେବଙ୍କ ପରେ ଏବେ ସୌରଭ ଗାଙ୍ଗୁଲୀଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ଉପରେ ତିଆରି ହେବାକୁ ଯାଉଛି ବାୟୋପିକ । ଫିଲ୍ମ ନେଇ ଘୋଷଣା କରାଯାଇଛି । ଏହି ବାୟୋପିକକୁ ନିର୍ମାଣ କରିବେ ଲଭ ରଞ୍ଜନ ଓ ଅଙ୍କୁର ଗର୍ଗ।

ଲଭ୍ ଫିଲ୍ମ ପକ୍ଷରୁ ଇନଷ୍ଟାଗ୍ରାମରେ ସୂଚନା ଦିଆଯାଇଛି ଯେ, ଏହା ଜଣାଇବାକୁ ଖୁସି ଲାଗୁଛି ଯେ , ଦାଦା ସୌରଭ ଗାଙ୍ଗୁଲୀଙ୍କ ବାୟୋପିକର ପ୍ରଯୋଜନା ଆମେ କରିବୁ।

ସୌରଭ ଗାଙ୍ଗୁଲୀ, ଯିଏ ଦାଦା ଭାବେ ଅଧିକ ଜଣାଶୁଣା । କ୍ରିକେଟ ପ୍ରେମୀଙ୍କ ହୃଦୟରେ ତାଙ୍କର ଏକ ସ୍ୱତନ୍ତ୍ର ଜାଗା ଥାଏ । ୯୦ ଦଶକରୁ ଏବେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଅଧ୍ୟକ୍ଷ ହେବା ଯାଏ ତାଙ୍କୁ କ୍ରିକେଟ୍ ପାଇଁ ଜଣାଯାଏ। ବଡ଼ ପରଦାରେ ଗାଙ୍ଗୁଲୀଙ୍କ ବାୟୋପିକ ଦେଖିବା ପାଇଁ ତାଙ୍କ ଫ୍ୟାନ ମାନେ ଏବେ ଠୁ ଉତ୍ସାହିତ ହୋଇପଡିଛନ୍ତି।

ଲଭ୍ ଫିଲ୍ମସ ପୂର୍ବରୁ ବହୁ ସୁପରିହିଟ୍ ଫିଲ୍ମ ‘ସୋନୁ କେ ଟିଟୁ କି ସ୍ୱିଟି’,ଦେ ଦେ ପ୍ୟାର ଦେ, ମଲଙ୍ଗ, ଛଲାଙ୍ଗ ଭଳି ଫିଲ୍ମ ନିର୍ମାଣ କରିଛି । ଲଭ ଫିଲ୍ମସର ଆଗାମୀ ଫିଲ୍ମ ଆସିବାକୁ ଯାଉଛି ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଉଫ।

ନିକଟରେ ସୌରଭ ଗାଙ୍ଗୁଲୀଙ୍କୁ କୋନ୍ ବନେଗା କରୋଡପତି ସିଜିନ ୧୩ର ସାନଦାର ଶୁକ୍ରବାରରେ ଦେଖିବାକୁ ମିଳିଥିଲା। ବୀରେନ୍ଦ୍ର ସେହୱାଗ ବି ଗାଙ୍ଗୁଲୀଙ୍କ ସହ ଯାଇଥିଲେ। ସୋ’ରେ ଅମିତାଭଙ୍କ ସହ ଖୁବ ମସ୍ତି କରୁଥିବା ନଜର ଆସିଥିଲେ । ସୌରଭ କେବିସିର ବଙ୍ଗଳା ବି ହୋଷ୍ଟ କରୁଥିଲେ । ଯାହାର ନାଁ ଥିଲା ‘କେ ହୋବେ ବଙ୍ଗଲାର କୋଟିପତି’। ଗାଙ୍ଗୁଲୀ କହିଥିଲେ କି ସେ ଏହି ଅମିତାଭଙ୍କ ଭିଡ଼ିଓ ଦେଖିକି ଏହି ସୋ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।

Leave A Reply

Your email address will not be published.