ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଆଜି ଆର୍ୟନଙ୍କୁ ବେଲ?

0

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁହ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବଦେନ ଉପରେ ଆଜି ଆସିବ ରାୟ। ବୁଧବାର ମୁମ୍ବାଇ ସେସନ୍ସ କୋର୍ଟ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ଆର୍ୟନଙ୍କୁ କୋର୍ଟ ଜାମିନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ବୁଧବାର ଆର୍ୟନ ଖାନଙ୍କ ଓକିଲ କୋର୍ଟଙ୍କୁ ଜାମିନ ଦେବାକୁ ନିବେଦନ କରିଥିଲେ। ହେଲେ କୋର୍ଟ ଶୁଣିବାକୁ ମନା କରିଦେଇଥିଲେ। ଏନସିବି(ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଆର୍ୟନଙ୍କୁ ଜାମିନ ଦେବାକୁ ପ୍ରଥମରୁ ବିରୋଧ କରିଆସୁଛି। ପ୍ରତିଥର ଏନସିବି ପ୍ରୟାସ କରୁଛି ଯେ ଆର୍ୟନଙ୍କୁ କେମିତି ଜାମିନ ନ ମିଳୁ ଗତକାଲି ଏନସିବି କୋର୍ଟରେ ଜବାବ ଦାଖଲ କରିବା ସହ କହିଥିଲା ଯେ, ଆର୍ୟନଙ୍କ ପାଖରୁ ଡ୍ରଗ୍ସ ମିଳିନଥାଇପାରେ ହେଲେ ସେ ଡ୍ରଗ୍ସ ପ୍ୟାଡେଲରଙ୍କ ସଂପର୍କରେ ଥିଲେ। ଏହାର ଯାଞ୍ଚ କରିବା ଜରୁରୀ ଅଟେ। ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଓ ଗ୍ୟାଙ୍ଗ ଅଛି। ବିଦେଶରେ ଡ୍ରଗ୍ସ ବେପାର ନେଇ ଏନସିବି ତଦନ୍ତ କରୁଛି। ତେଣୁ ଆର୍ୟନ, ଅରବାଜ ମର୍ଚା ଓ ମୁନମୁନ ଧାମେଚାଙ୍କୁ ଜାମିନ ନଦେବାକୁ ଏନସିବି କୋର୍ଟରେ ନିବେଦନ କରିଥିଲା।

ଏନସିବି ପକ୍ଷରୁ କୋର୍ଟରେ କୁହାଯାଇଛି ଯେ, ଆର୍ୟନଙ୍କୁ ଜେରା ସମୟରେ ସେ ଡ୍ରଗ୍ସ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି। ଜଣେ ବିଦେଶୀ ବ୍ୟକ୍ତିଙ୍କ ସଂପର୍କରେ ସେ ଥିଲେ। ଏନସିବି ଦାବି କରିଛି ଯେ, ଆର୍ୟନ ଅରବାଜଙ୍କଠୁ ଡ୍ରଗ୍ସ ନେଉଥିଲେ ଏବଂ ଅରବାଜ ମାଧ୍ୟମରେ ସେ ବହୁଥର ଡ୍ରଗ୍ସ କିଣିଛନ୍ତି। ଡ୍ରଗ୍ସ ପାର୍ଟିରେ ଧରାପଡିବା ପରେ ଅରବାଜଙ୍କଠୁ ୬ ଗ୍ରାମ ଚରସ ଜବତ କରାଯାଇଛି।

ସେପଟେ ଓକିଲ କୋର୍ଟକୁ କହିଛନ୍ତି ଯେ, ଆର୍ୟନଙ୍କ ପାଖରୁ କିଛି ବି ଡ୍ରଗ୍ସ ବି ମିଳିନାହିଁ। ତାଙ୍କ ପାଖରୁ ଟଙ୍କା ବି ଜବତ କରାଯାଇନାହିଁ। ଏପରିକି ଆର୍ୟନ ମୁନମୁନ ଧମେଚାଙ୍କୁ ବି ଜାଣି ବି ନାହାଁନ୍ତି। ଏନସିବି ମାମଲାକୁ ଜଟିଳ କରିବାକୁ ଚେଷ୍ଟା କରିବା ସହ ଆର୍ୟନଙ୍କ ଜାମିନରେ କୌଣସି ପ୍ରକାର ବାଧା ସୃଷ୍ଟି କରିବାକୁ ଚାହୁଁଛି ବୋଲି ଆର୍ୟନଙ୍କ ଓକିଲ କହିଛନ୍ତି।

ଅକ୍ଟୋବର ୩ରେ ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ଏନସିବି ଛାପା ମାରିଥିଲା। ସମୁଦ୍ର ମଝିରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଚଢାଉ କରି ଏନସିବି ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ଏହା ପରେ ସମସ୍ତଙ୍କୁ ପଚରାଉଚରା ପରେ ଗିରଫ କରାଯାଇଥିଲା। ଏନସିବି ହେପାଜତ ଶେଷ ହେବା ପରେ ଆର୍ୟନଙ୍କ ଜାମିନ ଆବେଦନ ମୁମ୍ବାଇ କୋର୍ଟ ଖାରଜ କରିଥିଲେ। ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ପଠାଇଦିଆଯାଇଛି। ଅକ୍ଟୋବର ୧୧ରେ ଆର୍ୟନଙ୍କ ଓକିଲ ଜାମିନ ଆବେଦନ କରିଥିଲେ ମଧ୍ୟ ଅକ୍ଟୋବର ୧୩କୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ମଧ୍ୟ କୋର୍ଟ ଜାମିନ ଆବେଦନର ଶୁଣାଣିର ରାୟ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.