ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଯେବେ ଆର୍ୟନ ଓ ଅନନ୍ୟାଙ୍କ ଡେଟିଂକୁ ନେଇ ହୋଇଥିଲା ଚର୍ଚ୍ଚା

0

ଡ୍ରଗ୍ସ ମାମଲାକୁ ନେଇ ଉଠୁଛି ପଡୁଛି ବଲିଉଡ଼ । ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଏନସିବି ଟାର୍ଗେଟରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଦୁଇ ଜଣ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଛନ୍ତି । ଆର୍ୟନ ଖାନ ଜେଲରେ ଥିବା ବେଳେ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା କରୁଛି ଏନସିବି । ଗତ ଦୁଇ ଦିନରେ ଅନନ୍ୟାଙ୍କୁ ଏନସିବି ୬ ଘଣ୍ଟା ଜେରା କରିସାରିଥିବା ବେଳେ ସୋମବାର ପୁଣି ଥର ପଚରାଉଚରା ପାଇଁ ହାଜର ହେବାକୁ କୁହାଯାଇଛି ।

୨୦୧୯ରୁ ଆର୍ୟନ ଓ ଅନନ୍ୟା ଡେଟିଂ କରୁଥିବା ଖବର ଆସିଥିଲା । ଉଭୟ ପରସ୍ପରର ଘନିଷ୍ଠ ବନ୍ଧୁ । ଏବଂ ଅନେକ ପାର୍ଟିରେ ମଧ୍ୟ ଏକାଠି ଦେଖିବାକୁ ମିଳିଥାଏ । ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ହେଉଛନ୍ତି ଶାହାରୁଖଙ୍କ ଝିଅ ସୁହାନାଙ୍କ ସାଙ୍ଗ । ତେଣୁ ଯେବେବି ଅନନ୍ୟା ଖାନ ପରିବାରଙ୍କ ସହ ଦେଖାକରିବାକୁ ଯାଉଥିଲେ, ଅନେକ ଥର ସୁହାନାଙ୍କ ସହ ଆର୍ୟନ ଓ ଅନନ୍ୟାଙ୍କୁ ପାର୍ଟି କରୁଥିବାର ଦେଖିବାକୁ ମିଳିଥାନ୍ତି । ଅନନ୍ୟା ପାଣ୍ଡେ ଏକ ସାକ୍ଷାତକାରରେ ମଧ୍ୟ କହିଥିଲେ ଯେ, ସେ ଆର୍ୟନଙ୍କୁ ଜଣେ ଅଭିନେତା ଭାବେ ପରଦାରେ ଦେଖିବାକୁ ଚାହୁଁଛନ୍ତି ।

ଫିଲ୍ମରେ ‘ଦି ଲାଅନ କିଙ୍ଗ’ରେ ସିମ୍ବାର ସ୍ୱର ଦେଇଥିଲେ ଆର୍ୟନ ଖାନ । ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ନୋଟିସ ପରେ ଆର୍ୟନ ଖାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କଥା ଉଠିଲାଣି । ଏନସିବି ଦୁହିଁଙ୍କ ଭିତରେ ଥିବା ସଂପର୍କ ଓ ଡ୍ରଗ୍ସ କାରବାର ଥିଲା କି ନାହିଁ ସେ ନେଇ ଖୋଳତାଡ଼ ଆରମ୍ଭ କରିଦେଇଛି । ଯେଉଁ ଚାଟ୍‌କୁ ନେଇ ଅନନ୍ୟା ପାଣ୍ଡେଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି, ତାକୁ ନେଇ ଚର୍ଚ୍ଚା ଜୋର ଧରିବାର ଲାଗିଛି ।

ଏପରିକି ଚାଟ୍ରୁ ୨୦୧୮-୧୯ରେ ଗଞ୍ଜେଇ ସେବନ ନେଇ ଦୁହିଁଙ୍କ ଭିତରେ ଆଲୋଚନା ହୋଇଥିବା ଜଣାପଡିଛି । ଆର୍ୟନଙ୍କ ସହ ଅନନ୍ୟାଙ୍କ ଚାଟ୍ ଆସିବା ପରେ ତାଙ୍କୁ ଘନଘନ ଜେରା କରୁଛି ଏନସିବି । ଗତ ଦୁଇ ଦିନରେ ଡ୍ରଗ୍ସ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଛି । ହେଲେ ଡ୍ରଗ୍ସ ନେଉଥିବା ନେଇ ସେ ସଂପୂର୍ଣ୍ଣ ମନା କରିଦେଇଛନ୍ତି । ଏବେ ପୁଣି ସୋମବାର ତାଙ୍କୁ ଜେରା କରାଯିବ । ଆରମ୍ଭରୁ ହିଁ ଅନନ୍ୟାଙ୍କ ଫୋନ ଓ ଲାପଟପ ଏନସିବି ପାଖରେ ରହିଛି ।

Leave A Reply

Your email address will not be published.