ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଗୋଟେ ମିନିଟ୍‌ରେ କରନ୍ତୁ ଆଧାର କାର୍ଡ ସମସ୍ୟାର ସମାଧାନ…

0

ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସମସ୍ୟା ଅଛି କିମ୍ବା ଆପଣଙ୍କୁ ଆଧାର କାର୍ଡ ଅପଡେଟ କରିବାକୁ ପଡୁଛି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେବେଳ ଗୋଟିଏ ନମ୍ବର ଡାଏଲ କରି ସମସ୍ତ ସମସ୍ୟାର ସମାଧାନ କରିପାରିବେ । ୟୁଆଇଡିଏଆଇ ତରଫରୁ ଏକ ନମ୍ବର ଜାରି କରାଯାଇଛି । ୟୁଆଇଡିଏଆଇ ଟୁଇଟ କରି ଏହି ସୂଚନା ଦେଇଛି ।

ଆଧାର କାର୍ଡ ସହିତ ଜଡିତ କୌଣସି ସମସ୍ୟାର ସମାଧାନ ପାଇଁ ଆପଣଙ୍କୁ କେବେଳ ୧୯୪୭ରେ କଲ କରିବାକୁ ପଡିବ । ଏବଂ କଲ୍ କରିବା ପରେ ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । ଏହି ନମ୍ବର ପାଖାପାଖି ୧୨ଟି ଭାଷାରେ କାମ କରୁଛି । ତେଣୁ କୌଣସି ରାଜ୍ୟର ଲୋକମାନେ ଏହି ନମ୍ବରକୁ ଫୋନ କରି ନିଜ ସମସ୍ୟା ସଂପର୍କରେ କହିପାରିବେ । ଏହି ନମ୍ବରକୁ ଡାଏଲ କରି ଆପଣ ହିନ୍ଦୀ, ଇଂରାଜୀ,ତେଲଗୁ,କନ୍ନଡ଼, ତାମିଲ, ମାଲାୟାଲାମ,ପଞ୍ଜାବୀ, ଗୁଜୁରାଟୀ, ମରାଠୀ, ଓଡିଆ,ବଙ୍ଗାଳୀ,ଆସାମ ଓ ଉର୍ଦ୍ଦୁ ଭାଷାରେ କଥା ହୋଇପାରିବେ । ଏହି ନମ୍ବରକୁ ଫୋନ କରିବା ସମ୍ପୂର୍ଣ୍ଣ ମାଗଣା ଅଟେ, ଅର୍ଥାତ ଏହି ନମ୍ବରକୁ କଲ କରିବା ପାଇଁ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହା ସହିତ ଆପଣ ଏହି ନମ୍ବରକୁ ଯେକୌଣସି ସମୟରେ ୨୪ ଘଣ୍ଟା ମଧ୍ୟରେ ଆଇଭିଆରଏସ ମୋଡ଼ରେ କଲ କରିପାରିବେ ।

ଏହା ସହିତ ଏହି ସୁବିଧା ପାଇଁ କଲ ସେଂଟରରେ ପ୍ରତିନିଧିମାନେ ସକାଳ ୭ରୁ ରାତି ୧୧ଟା (ସୋମବାର ରୁ ଶନିବାର) ଉପସ୍ଥିତ ରହିଥାନ୍ତି । ସେହିପରି ରବିବାର ଦିନ ପ୍ରତିନିଧି ସକାଳ ୮ରୁ ସନ୍ଧ୍ୟା ୫ଟା ଯାଏଁ ଉପସ୍ଥିତ ରହିଥାନ୍ତି ।

Leave A Reply

Your email address will not be published.