ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ନୌସେନାର ତାକତ ବଢିଲା

0

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମୁମ୍ବାଇ ଡକୟାର୍ଡରେ ଆୟୋଜିତ ସମାରୋହରେ ନୌସେନାରେ ଆଇଏନଏସ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ। ଚାରିଦିନ ପରେ ନଭେମ୍ବର ୨୫ରେ ସ୍କର୍ପିନ ଶ୍ରେଣୀର ଚତୃର୍ଥ ବୁଡାଜାହାଜ ‘ଆଇଏନଏସ ଭେଲା’ ମଧ୍ୟ ଦେଶର
ସାମୂଦ୍ରିକ ଶକ୍ତି ବଢାଇବା ପାଇଁ ସାମିଲ ହେବ।

‘ଆଇଏନଏସ ଭେଲା’ ସମାରୋହରେ ନୈସେନା ମୁଖ୍ୟ ଆଡମିରାଲ କରମବୀର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତୀୟ ନୈସେନାର ସହ ମୁଖ୍ୟ (ଉପାଧ୍ୟକ୍ଷ) ,ଭାଇସ ଆଡମିରାଲ ଏସ.ଏନ ଘୋରମୋଡ଼େ ଏକ ପ୍ରେସ ବିବୃତିରେ କହିଛନ୍ତି, ବିଶ୍ୱ ସ୍ତରରେ ଯେଭଳି ଭାବେ ଦ୍ରୁତ ଗତିରେ ଭୌଗଳିକ ପରିବର୍ତ୍ତନ ହେଉଛି, ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ସାମୂଦ୍ରିକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ। ଯାହା ଫଳରେ କୌଣିସ ପ୍ରକାର ଆକ୍ରମଣର ଜବାବ ସମୂଦ୍ର ମଝିରୁ ଦେଇହେବ।

ଆଇଏନଏସ ବିଶାଖାପଟନମ ଓ ଆଇଏନଏସ ଭେଲା ଏଇ ମାସରେ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛନ୍ତି। ଆଇଏନଏସ ବିଶାଖାପଟନମ ମୁମ୍ବାଇ ସ୍ଥିତ ମଝଗାଓଁ ଡକୱାର୍ଡ ଲିମିଟେଡ଼(ଏମଡିଏମ) ଦ୍ୱାରା ନିର୍ମିତ । ଏହା ନୌସେନା ପ୍ରୋଜେକ୍ଟର ୧୫ ବି’ର ଏକ ଅଂଶ। ଏମଡିଏଲ ଅଧିନରେ ଚାରିଟି କୋଲକତା ଶ୍ରେଣୀର ଷ୍ଟିଲ ଗାଇଡ ମିସାଇଲ ବିନାଶକ(ଯୁଦ୍ଧ ଜାହାଜ)ମଧ୍ୟ ବନାଯାଉଛି। ଏହି ଶ୍ରେଣୀର ଅନ୍ୟ ୩ଟି ଯୁଦ୍ଧ ଜାହାଜ ୨୦୨୩ ସୁଦ୍ଧା ଆଇଏନଏସ ମୋରମୁଗା, ୨୦୨୪ ସୁଦ୍ଧା ଇମ୍ପାଲ, ୨୦୨୫ ସୁଦ୍ଧା ଆଇଏନଏସ ସୁରଟ ପ୍ରତ୍ୟେକ ବର୍ଷ ବ୍ୟବଧାନରେ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

ଆଇଏନଏସ ବିଶାଖାପଟନମର ଲମ୍ବା ପ୍ରାୟ ୧୬୩ ମିଟର, ଓଜନ ପ୍ରାୟ ୭୪୦୦ ଟନ୍। ଏହି ଜାହାଜରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ବିଷୟବସ୍ତୁ ଅଛି ବାୟୁସେନା ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ ମିସାଇଲ ଖଞ୍ଜା ଯାଇଛି। ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛି ଆଇଏନଏସ ବିଶାଖାପଟନମ। ଏହି ଯୁଦ୍ଧ ଜାହାଜଟି ବିଇଏଲର ମଧ୍ୟମ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ, ବ୍ରହ୍ମୋସ୍ତ୍ର, ଏଲ ଆଣ୍ଡ ଟି କମ୍ପାନିର ଟୋରପିଡୋ ଟ୍ୟୁବ ଲଞ୍ଚର, ଏଲ ଆଣ୍ଡ ଟିର ନିଜସ୍ୱ ଆଣ୍ଟି ସବମେରାଇନ ରକେଟ ଲଞ୍ଚର ଓ ବିଏଚଇଏଲର ୭୬ ମିମି ସୁପର ରାପିଡ ବନ୍ଧୁକ(କାନନ) ଏଥିରେ ରଖାଯାଇଛି।

ଏବେ ଭାରତୀୟ ନୈସେନାରେ ଗୋଟିଏ ବିମାନ ପରିବହନକାରୀ ( ଆଇଏନଏସବିକ୍ରମାଦିତ୍ୟ) ସମେତ ୧୩୦ଟି ଯୁଦ୍ଧ ଜାହାଜ ଅଛି। ଏହା ସହ ଦେଶର ବିଭିନ୍ନ ସିପୟାର୍ଡରେ ୩୯ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯାଉଛି।

Leave A Reply

Your email address will not be published.