ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ନୌସେନାର ତାକତ ବଢିଲା

0

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରୁ ଶତ୍ରୁକୁ ଦିଆଯିବ କଡା ଜବାବ। ସମୂଦ୍ରକୁ ଓହ୍ଲାଇବ ନୂଆ ରକ୍ଷକ। ବ୍ରହ୍ମାସ୍ତ୍ର ଓ ବାରାକ ପରି ମାରାତ୍ମକ କ୍ଷେପଣାସ୍ତ୍ରରେ ସଜ୍ଜିତ ହୋଇଥିବା ‘ଆଇଏନଏସ ବିଶାଖାପଟନମ୍‌’ ନୌସେନା ଦିବସ ପୂର୍ବରୁ ଆଜି ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମୁମ୍ବାଇ ଡକୟାର୍ଡରେ ଆୟୋଜିତ ସମାରୋହରେ ନୌସେନାରେ ଆଇଏନଏସ ବିଶାଖାପଟନମ ସାମିଲ ହେବା ପରେ ସମୁଦ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ। ଚାରିଦିନ ପରେ ନଭେମ୍ବର ୨୫ରେ ସ୍କର୍ପିନ ଶ୍ରେଣୀର ଚତୃର୍ଥ ବୁଡାଜାହାଜ ‘ଆଇଏନଏସ ଭେଲା’ ମଧ୍ୟ ଦେଶର
ସାମୂଦ୍ରିକ ଶକ୍ତି ବଢାଇବା ପାଇଁ ସାମିଲ ହେବ।

‘ଆଇଏନଏସ ଭେଲା’ ସମାରୋହରେ ନୈସେନା ମୁଖ୍ୟ ଆଡମିରାଲ କରମବୀର ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଭାରତୀୟ ନୈସେନାର ସହ ମୁଖ୍ୟ (ଉପାଧ୍ୟକ୍ଷ) ,ଭାଇସ ଆଡମିରାଲ ଏସ.ଏନ ଘୋରମୋଡ଼େ ଏକ ପ୍ରେସ ବିବୃତିରେ କହିଛନ୍ତି, ବିଶ୍ୱ ସ୍ତରରେ ଯେଭଳି ଭାବେ ଦ୍ରୁତ ଗତିରେ ଭୌଗଳିକ ପରିବର୍ତ୍ତନ ହେଉଛି, ଏହାକୁ ଦୃଷ୍ଟିରେ ରଖି ଭାରତ ନିଜର ସାମୂଦ୍ରିକ ଶକ୍ତି ବୃଦ୍ଧି କରିବା ଜରୁରୀ ଅଟେ। ଯାହା ଫଳରେ କୌଣିସ ପ୍ରକାର ଆକ୍ରମଣର ଜବାବ ସମୂଦ୍ର ମଝିରୁ ଦେଇହେବ।

ଆଇଏନଏସ ବିଶାଖାପଟନମ ଓ ଆଇଏନଏସ ଭେଲା ଏଇ ମାସରେ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛନ୍ତି। ଆଇଏନଏସ ବିଶାଖାପଟନମ ମୁମ୍ବାଇ ସ୍ଥିତ ମଝଗାଓଁ ଡକୱାର୍ଡ ଲିମିଟେଡ଼(ଏମଡିଏମ) ଦ୍ୱାରା ନିର୍ମିତ । ଏହା ନୌସେନା ପ୍ରୋଜେକ୍ଟର ୧୫ ବି’ର ଏକ ଅଂଶ। ଏମଡିଏଲ ଅଧିନରେ ଚାରିଟି କୋଲକତା ଶ୍ରେଣୀର ଷ୍ଟିଲ ଗାଇଡ ମିସାଇଲ ବିନାଶକ(ଯୁଦ୍ଧ ଜାହାଜ)ମଧ୍ୟ ବନାଯାଉଛି। ଏହି ଶ୍ରେଣୀର ଅନ୍ୟ ୩ଟି ଯୁଦ୍ଧ ଜାହାଜ ୨୦୨୩ ସୁଦ୍ଧା ଆଇଏନଏସ ମୋରମୁଗା, ୨୦୨୪ ସୁଦ୍ଧା ଇମ୍ପାଲ, ୨୦୨୫ ସୁଦ୍ଧା ଆଇଏନଏସ ସୁରଟ ପ୍ରତ୍ୟେକ ବର୍ଷ ବ୍ୟବଧାନରେ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

ଆଇଏନଏସ ବିଶାଖାପଟନମର ଲମ୍ବା ପ୍ରାୟ ୧୬୩ ମିଟର, ଓଜନ ପ୍ରାୟ ୭୪୦୦ ଟନ୍। ଏହି ଜାହାଜରେ ପ୍ରାୟ ୭୫ ପ୍ରତିଶତ ସ୍ୱଦେଶୀ ବିଷୟବସ୍ତୁ ଅଛି ବାୟୁସେନା ଆକ୍ରମଣରୁ ବର୍ତ୍ତିବା ପାଇଁ ଏଥିରେ ୩୨ ବାରାକ ମିସାଇଲ ଖଞ୍ଜା ଯାଇଛି। ସ୍ୱଦେଶୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛି ଆଇଏନଏସ ବିଶାଖାପଟନମ। ଏହି ଯୁଦ୍ଧ ଜାହାଜଟି ବିଇଏଲର ମଧ୍ୟମ ରେଞ୍ଜ ସର୍ଫେସ ଟୁ ଏୟାର ମିସାଇଲ, ବ୍ରହ୍ମୋସ୍ତ୍ର, ଏଲ ଆଣ୍ଡ ଟି କମ୍ପାନିର ଟୋରପିଡୋ ଟ୍ୟୁବ ଲଞ୍ଚର, ଏଲ ଆଣ୍ଡ ଟିର ନିଜସ୍ୱ ଆଣ୍ଟି ସବମେରାଇନ ରକେଟ ଲଞ୍ଚର ଓ ବିଏଚଇଏଲର ୭୬ ମିମି ସୁପର ରାପିଡ ବନ୍ଧୁକ(କାନନ) ଏଥିରେ ରଖାଯାଇଛି।

ଏବେ ଭାରତୀୟ ନୈସେନାରେ ଗୋଟିଏ ବିମାନ ପରିବହନକାରୀ ( ଆଇଏନଏସବିକ୍ରମାଦିତ୍ୟ) ସମେତ ୧୩୦ଟି ଯୁଦ୍ଧ ଜାହାଜ ଅଛି। ଏହା ସହ ଦେଶର ବିଭିନ୍ନ ସିପୟାର୍ଡରେ ୩୯ଟି ଯୁଦ୍ଧ ଜାହାଜ ନିର୍ମାଣ କରାଯାଉଛି।

Leave A Reply

Your email address will not be published.