ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବର ଆସିଲାନି ବାହାଘରକୁ ..

0

ବର ଘର ଆଗରେ କନ୍ୟାର ଧାରଣା । ରାତିସାରା ବୋହୂବେଶରେ ଧାରଣାରେ ବସିଲେ ଯୁବତୀ । ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବ୍ରହ୍ମାନଗରରେ । ପ୍ରତିଶୃତି ଦେଇ ବର ନଆସିବାରୁ ରାତିସାରା କନ୍ୟାର ପ୍ରତିବାଦ । ବିବାହ ପାଇଁ ଦୁଇ ଦୁଇ ଥର ଲଗ୍ନ ସ୍ଥି ପରେ ବି ବାହାଘର ହୋଇପାରିନି ।

କନ୍ୟା ତପସ୍ୱନୀ ଦାସଙ୍କ କହିବା ଅନୁସାରେ ୨୦୨୦ ସେପ୍ଟେମ୍ବର ୭ରେ ବାହାଘର ହୋଇଥିଲା । ଖୋର୍ଦ୍ଧା କୋର୍ଟରେ ତାଙ୍କର ବାହାଘର ହୋଇଥିଲା । ହେଲେ ବାହାଘର ପରେ ଘରେ ବନ୍ଦୀ କରି ତାଙ୍କୁ ରଖାଯାଇଥିଲା । ଶ୍ୱଶୁର ଓ ଦେଢଶୂର ତାଙ୍କୁ ନିର୍ଯାତନା ଦେଉଥିଲେ । ପାଖାପାଖି ୬ ମାସ ଏକାଠି ରହିବା ପରେ ସୁମିତ ସାହୁ ତପସ୍ୱନୀଙ୍କୁ ନେଇ ବାପଘରେ ଛାଡିଦେଇଥିଲେ ।

ମାମାଲା ଯାଇଁ କୋର୍ଟରେ ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ବାହା ହୋଇ ଘରକୁ ଆଣିବେ ବୋଲି ପ୍ରତିଶୃତି ଦେଇଥିଲେ । ପୁଅର ବାପା ମଧ୍ୟ କୋର୍ଟରେ ଏହି କଥା କହିଥିଲେ ହେଲେ ଦୁଇ ଦୁଇ ଥର ଲଗ୍ନ ସ୍ଥିର ପରେ ମଧ୍ୟ ବାହାଘର ହୋଇପାରିନି । ସୋମବାର ବାହାଘର ପାଇଁ କାର୍ଡ ବଣ୍ଟା ସରିଥିଲା । ସବୁ କିଛି ଠିକ୍ କରାଯାଇଥିଲା । ହେଲେ ବର ଆସିନଥିଲା । ବର ପ୍ରତିଶୃତି ଦେଇ ନଆସିବାରୁ ନିରାଶ ହୋଇଛନ୍ତି କନ୍ୟା । ବାହା ହେବା ପାଇଁ ବର ନଆସିବାରୁ ବୋହୂ ବେଶରେ ଯାଇ ପୁଅ ଘର ଆଗରେ ପ୍ରତିବାଦ କରୁଛନ୍ତି ତପସ୍ୱନୀ । ତେବେ ଏନେଇ ଅଭିଯୋଗ ପରେ ବି ମହିଳା ଥାନା ପୁଲିସ ଶୁଣିନଥିବା କହିଛନ୍ତି ।

Leave A Reply

Your email address will not be published.