ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, କଟକଣା ସମୀକ୍ଷା କଲେଣି କେନ୍ଦ୍ର

0

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ ଦେଖାଦେବା ପରେ ବିଶ୍ବ ଚିନ୍ତାରେ ପଡ଼ିଗଲାଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଉକ୍ତ ଭୂତାଣୁକୁ ଚିନ୍ତାଜନକ ଭୂତାଣୁ ବର୍ଗରେ ତାଲିକାଭୁକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ। ନୂଆ କରୋନା ଭୂତାଣୁ ଚିହ୍ନଟ ପରିପ୍ରେକ୍ଷୀରେ ଅଧିକ ସତର୍କ ରହିବା ସହିତ ସକ୍ରିୟ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଲୋକମାନେ ମଧ୍ୟ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

ନୂଆ କରୋନା ଭୂତାଣୁ ଚିହ୍ନଟ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ଭ୍ରମଣ କଟକଣା କୋହଳ ଉପରେ କେନ୍ଦ୍ର ସରକାର ସମୀକ୍ଷା ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଜିନୋମ ସିକ୍ବେନ୍ସିଂ ସଂଖ୍ୟା ବଢ଼ାଇବା ଏବଂ ଅଧିକ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯିବ। କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି ଯେ କରୋନାର ଅଧିକ ସଂକ୍ରମଣ ଯେଉଁ ଅଞ୍ଚଳରେ ଚିହ୍ନଟ ହେଉଛି ସେଠାରେ ଅବରୋଧ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ବଢ଼ାଯିବ। ବର୍ତ୍ତମାନ ଯେଉଁସବୁ ରାଜ୍ୟରେ ଅଧିକ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି ସେହି ରାଜ୍ୟଗୁଡ଼ିକୁ ବୈଷୟିକ ସହାୟତା ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ମନ୍ତ୍ରୀସ୍ତରୀୟ ବୈଠକକୁ ଅନିର୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି।ଚଳିତ ମାସ ୩୦ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଜେନେଭା ଠାରେ ଏହି ବୈଠକ ଅନୁଷ୍ଠିତ ହେବାର ଥିଲା। ମତ୍ସ୍ୟଚାଷ ଉପରେ ସବ୍‌ସିଡି, ଖାଦ୍ୟ ସୁରକ୍ଷା ଓ କୋଭିଡ୍ ସମ୍ପର୍କିତ ବୌଦ୍ଧିକ ସମ୍ପତ୍ତିର ଅଧିକାର ଆଦି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ଯାହା ଭାରତ ଲାଗି ଅତି ଗୁରୁତ୍ବପୂର୍ଣ୍ଣ ଥିଲା, ତାହା ଏବେ ଏହାଦ୍ବାରା ପ୍ରଭାବିତ ହେବ।
ଡବ୍‌ଲୁଟିଓର ଅଧ୍ୟକ୍ଷ ଡାସିଓ କାଷ୍ଟିଲୋ ଡକାଇଥିବା ଏକ ଜରୁରୀକାଳୀନ ବୈଠକରେ ସାଧାରଣ ପରିଷଦ ବୈଠକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି। ଡବ୍‌ଲୁଟିଓର ଡାଇରେକ୍ଟର ଜେନେରାଲ୍ ନୋଜି ଓକୋଞ୍ଜୋ କହିଛନ୍ତି ଯେ ଗମନାଗମନ ଉପରେ କଟକଣା ଲଗାଯାଇଥିବାରୁ ବହୁ ଦେଶର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇପାରିବେ ନାହିଁ। ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା ଏତେଟା ଫଳପ୍ରଦ ହେଉନାହିଁ। ପୁଣି ସ୍ଥିତିରେ ସୁଧାର ହେଲେ ବୈଠକ ପୁନର୍ବାର ଆୟୋଜନ କରାଯିବ ବୋଲି କୁହାଯାଇଛି।

ଏଠାରେ ଉଲ୍ଲେଖଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଶୁକ୍ରବାର ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା କୋଭିଡ୍‌-୧୯ର ବି.୧.୧.୫୨୯ ଷ୍ଟ୍ରେନ୍‌କୁ ଓମିକ୍ରନ୍ ଭାବରେ ପୁନର୍ନାମିତ କରିବା ସହ ଏହାକୁ ‘ଭାରିଆଣ୍ଟ ଅଫ୍ କନସର୍ନ’ (ଭିଓସି) ଭାବେ ବର୍ଗୀକୃତ କରିଛି। ଏହାଦ୍ବାରା ବିଶ୍ବସ୍ତରରେ ଆତଙ୍କ ସୃଷ୍ଟି କରିଥିବା ଡେଲଟା ଭାରିଆଣ୍ଟ ଓ ଏହାର ଦୁର୍ବଳ ପ୍ରତିଦ୍ୱନ୍ଦ୍ୱୀ ଆଲଫା, ବିଟା ଓ ଗାମା ଭିତରେ ଏହା ସବୁଠାରୁ ମାରାତ୍ମକ ଭିଓସି ବୋଲି ଜଣାପଡ଼ୁଛି। ନଭେମ୍ବର ୯ ତାରିଖରେ ନମୁନା ପରୀକ୍ଷଣରୁ ଓମିକ୍ରନ୍‌ର ଚିହ୍ନଟ କରାଯାଇଥିଲା। ଆଫ୍ରିକାରେ ଗତ କିଛି ସପ୍ତାହ ଭିତରେ ଏହାର ସଂକ୍ରମଣ ବୃଦ୍ଧି ପାଇଛି। ଏହି ଭାରିଆଣ୍ଟର ଅନେକ ପ୍ରକାର ମ୍ୟୁଟେସନ ରହିଛି ଏବଂ କେତେକ ପ୍ରକାର ଅତ୍ୟନ୍ତ ଉଦ୍‌ବେଗଜନକ। ପ୍ରାଥମିକ ପ୍ରମାଣ ଅନୁସାରେ ଅନ୍ୟ ଭିଓସି ତୁଳନାରେ ଏହାର ମାରାତ୍ମକତା ଅଧିକ। ତା’ ମାନେ ଡେଲ୍‌ଟାଠାରୁ ବି ଏହା ଅଧିକ ଭୟଙ୍କର।

Leave A Reply

Your email address will not be published.