ପ୍ରମୁଖ ଖବର

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର: ତାଳଚେରରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରି‌ ରେକର୍ଡ
ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରକ୍ରିୟା ଆରମ୍ଭ, ଖପୁରିଆ କରତ କଳରେ ରଥକାଠ ଚିରଟ ଅନୁକୂଳ
ଗୁରୁବାର ରାତିରେ ୧ ଘଣ୍ଟା ପାଇଁ ବନ୍ଦ ରହିବ ରେଳ ଟିକେଟ୍ ସଂରକ୍ଷଣ
୩ ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ, ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର
୧୮ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ

ସତର୍କ ରୁହନ୍ତୁ; ବନ୍ଦ ହୋଇଯାଇପାରେ ପିଏଫ୍ ଆକାଉଣ୍ଟ

0

ନୂଆଦିଲ୍ଲୀ: ଇପିଏଫଓ ଏବେ ୟୁଏନ ଓ ଆଧାର ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି। ଏହାର ସମୟସୀମା ନଭେମ୍ବର ୩୦ରେ ଶେଷ ହେଉଛି। ଏହା ପୂର୍ବରୁ ଯେଉଁମାନେ ୟୁଏନ-ଆଧାର ଲିଙ୍କ କରିପାରିବେନି ସେମାନଙ୍କ ପିଏଫ ଆକାଉଣ୍ଟ ବନ୍ଦ ହୋଇଯିବ। ଇପିଏଫ ପୂର୍ବରୁ ୟୁଏନ ଓ ଆଧାର ଲିଙ୍କ କରିବା ନେଇ ସମୟସୀମା ବଢାଇଥିଲା। ପୂର୍ବରୁ ଏହାର ସମୟସୀମା ଅଗଷ୍ଟ ୩୧,୨୦୨୧ ମଧ୍ୟରେ ଶେଷ ହେବାର ଥିଲା।

ଏବେ ଏହି ସମୟସୀମା ପୂରଣ ପାଇଁ ଦୁଇ ଦିନ ବାକି ରହିଛି। ଇପିଏଫଓ ପୂର୍ବରୁ ସ୍ପଷ୍ଟ କରିଛି ଯେ, ଯେଉଁ ଗ୍ରାହକମାନେ ସମୟସୀମା ମଧ୍ୟରେ ୟୁଏନ-ଆଧାର ଲିଙ୍କ କରିବେନି ସେମାନଙ୍କ ଆକାଉଣ୍ଟରେ ପିଏଫ ଜମା ବନ୍ଦ ହୋଇଯିବ। ଏହା ବ୍ୟତୀତ ସେମାନେ ପିଏଫରୁ ଟଙ୍କା ମଧ୍ୟ ଉଠାଇପାରିବେନି। କୋଭିଡ କାରଣରୁ ପିଏଫ ଖାତାରୁ ଟଙ୍କା ଉଠାଇବା ନେଇ ଦିଆଯାଇଥିବା ସୁବିଧା ମଧ୍ୟ ଏମାନଙ୍କୁ ମିଳିବ ନାହିଁ।

ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ୟୁଏନ-ଆଧାର ଲିଙ୍କ କରିନଥିବା ଲୋକଙ୍କୁ ବୀମା ନେଇ ମଧ୍ୟ ବଡ଼ କ୍ଷତି ହୋଇପାରେ। ଇପିଏଫଓ ଏମ୍ଲୋଇଜ ଡିପୋଜିଟ ଲିଙ୍କଡ ଇନସୁରାନ୍ସ (ଇଡିଏଲଆଇ)ପାଇଁ ମଧ୍ୟ ୟୁଏନ-ଆଧାର ଲିଙ୍କ ବାଧ୍ୟତାମୂଳକ କରିଦେଇଛି।

Leave A Reply

Your email address will not be published.