ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

ଓମିକ୍ରନ ନେଇ କଣ କହିଲେ ଡାକ୍ତର ତ୍ରେହନ୍, ଜାଣନ୍ତୁ

0

ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନା ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଲୋକଙ୍କ ଭିତରେ ପୁଣି ଭୟର ବାତାବରଣ ସୃଷ୍ଟି କରିଛି । ଏହି ନୂଆ ଭ୍ୟାରିଆଣ୍ଟ ଅତ୍ୟନ୍ତ ମାରାତ୍ମକ ଏବଂ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ମେଦାନ୍ତ ମେଡିସିଟି ଚେୟାରମ୍ୟାନ ଡାକ୍ତର ନରେଶ ତ୍ରେହନ।

ଡାକ୍ତର ତ୍ରେହନ କହିଛନ୍ତି ଯେ, ଏହି ନୂଆ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକା, ବେଲଜିୟମ, ହଙ୍ଗକଙ୍ଗ, ବୋତ୍ସୱାନା ସମେତ ଅନ୍ୟ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି।ଓମିକ୍ରନ କରୋନାର ଡେଲଟା ଭ୍ୟାରିଆଣ୍ଟ ଠାରୁ ଅଧିକ ମାରାତ୍ମକ। ଓମିକ୍ରନ ୩୦ ଥର ମ୍ୟୁଟେସନ ହୋଇଥିବା ବେଳେ, ଡେଲଟା ଭ୍ୟାରିଆଣ୍ଟ ୧୫ ଥର ମ୍ୟୁଟେସନ ହୋଇଥିଲା। ତେଣୁ ଏହା ଅଧିକ ସଂକ୍ରାମକ। ‘ହୁ’ ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ନ କ୍ୟାଟାଗୋରିରେ ରଖିଛି। ଡାକ୍ତର ତ୍ରେହେନ ଲୋକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି। ଏବଂ କହିଛନ୍ତି ଏହା ଟିକାର ରୋଗ ପ୍ରତିରୋଧକ ଶକ୍ତି ଉପରେ ନିର୍ଭର କରେ।

ତେବେ ଭଲ କଥା ହେଉଛି ଏହି ନୂଆ ଭ୍ୟାରିଆଣ୍ଟ କରୋନା ଆରଟିପିସିଆର ଟେଷ୍ଟ ମାଧ୍ୟମରେ ଜଣାପଡୁଛି। ଓମିକ୍ରନ ଭ୍ୟାରିଆଣ୍ଟ ନେଇ ଚେତାବନୀ ମିଳିବା ପରେ,ଏହାକୁ ରୋକିବା ପାଇଁ ସରକାର, ଡାକ୍ତର, ସ୍ୱାସ୍ଥ୍ୟକର୍ମ ଓ ଅନ୍ୟମାନେ ଏନେଇ ପ୍ରସ୍ତୁତ ହୋଇଯିବା ଦରକାର। ନୂଆ ଭ୍ୟାରିଆଣ୍ଟ ବ୍ୟାପୁଥିବା ଦେଶମାନଙ୍କୁ ତୁରନ୍ତ ଯାତ୍ରୀମାନଙ୍କ ଯାତାୟାତ ଉପରେ କଟକଣା ଲଗାଇବା ଜରୁରୀ ଅଟେ। ଡିସେମ୍ବର ୧୫ରୁ ହେବାକୁ ଥିବା ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପୁର୍ନ ବିଚାର କରିବା ଆବଶ୍ୟକ।

ଡାକ୍ତର ତ୍ରେହେନଙ୍କ କହିବା ଅନୁଯାୟୀ,ଦେଶରେ କରୋନା ସଂକ୍ରମଣ କମିବା ପରେ ଲୋକେ ପୁଣି ବିବାହ, ସର୍ବସାଧାରଣ ସ୍ଥାନରେ ବିନା ମାସ୍କରେ ବୁଲିବା ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏବେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯଦି ମାସ୍କ ପିନ୍ଧିବା ସହିତ କରୋନା ନିୟମ ଠିକ ସେ ପାଳନ କରାଯାଏ,ତାହେଲେ କିଛି ମାତ୍ରାରେ ବିପଦ ଟଳିପାରେ ।ଭ୍ୟାକସିନର ଦୁଇଟି ଡୋଜ ପରେ ବୁଷ୍ଟର ଡୋଜ କେତେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନରେ ଡାକ୍ତର ତ୍ରେହେନ କହିଛନ୍ତି ଯେ, ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ, ଓ ଆଗଧାଡିର କରୋନା ଯୋଦ୍ଧା ମାନେ କରୋନାର ଦୁଇଟି ଟିକା ନେଇସାରିଛନ୍ତି । ତେଣୁ ୮ରୁ ୯ ମାସ ପରେ ଏମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଥାଇପାରେ ,ତେଣୁ ସେମାନଙ୍କୁ ପ୍ରଥମେ ବୁଷ୍ଟର ବୋଜ ଆବଶ୍ୟକ।

Leave A Reply

Your email address will not be published.