ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ବିମାନକୁ ଠେଲି ଠେଲି ନେଲେ ଯାତ୍ରୀ

0

କାଠମୁଣ୍ଡା: ଆପଣ କେବେ ବାଇକ କିମ୍ବା କାର୍‌କୁ କେହି ଧକ୍କା ମାରି ନେଉଥିବାର ଦୃଶ୍ୟ ଦେଖିଥବେ। କିନ୍ତୁ କେବେ ଦେଖିଛନ୍ତି କି ବିମାନକୁ ଠେଲି ଠେଲି ନେଉଥିବାର ଦୃଶ୍ୟ। ହେଲେ ନେପାଳ ବିମାନବନ୍ଦରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ତେବେ ଘଟଣାଟି ହେଉଛି , ହୁମଲା ଜିଲ୍ଲାରୁ ତାରା ଏୟାରଲାଇନ୍ସର ବିମାନ ଆସି ନେପାଳର ବାଜୁରା ବିମାନବନ୍ଦରରେ ଅବତରଣ କରିଥିଲା। ଅବତରଣ ପରେ ବିମାନର ଏକ ଟାୟାର ଫାଟି ଯାଇଥିଲା। ବିମାନର ପଛ ପଟ ଟାୟାରଟି ଫାଟିଯାଇଥିବାରୁ ରନୱେ ଉପରେ ହିଁ ବିମାନଟି ଅଟକି ରହିଥିଲା। ଫଳରେ ଅନ୍ୟ ବିମାନଗୁଡିକର ଉଡାଣ ଓ ଅବତରଣ କରିବାରେ ସମସ୍ୟା ଦେଖାଦେଇଥିଲା।

ତେବେ ବିମାନଟିକୁ ରନୱେ ଉପରୁ ହଟାଇବା ଜରୁରୀ ଥିବା ବେଳେ ବିମାନବନ୍ଦରର କିଛି ସୁରକ୍ଷାକର୍ମୀ ପହଞ୍ଚି ଏକଜୁଟ ହୋଇଥିଲେ ଏବଂ ସମସ୍ତେ ଏକାଠି ମିଶି ବିମାନଟିକୁ ଠେଲିବାରେ ଲାଗିଥିଲେ। ବିମାନରେ ଥିବା କିଛି ଯାତ୍ରୀ ମଧ୍ୟ ତାଙ୍କୁ ଏଥିରେ ସହାୟତା କରିଥିଲେ। ଏବଂ ବିମାନକୁ ଠେଲି ପାର୍କିଂ ସ୍ଥାନରେ
ପହଞ୍ଚାଇବାରେ ସଫଳ ମଧ୍ୟ ହୋଇଥିଲେ। ବିମାନଟିକୁ ଠେଲି ଠେଲି ନେଇ ରନୱେକୁ ଖାଲି କରିଥିଲେ। ଏବେ ବିମାନଟିକୁ ଠେଲି ଠେଲି ନେବାର ଏହି ଭିଡିଓ
ସୋସିଆଲ ମିଡିଆରେ ଘୁରୁ ବୁଲୁଛି।

Leave A Reply

Your email address will not be published.