ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜର୍ମାନୀରେ ସରିଲା ଆଞ୍ଜେଲା ମାର୍କେଲଙ୍କ ଯୁଗ

0

ଜର୍ମାନୀରେ ଶେଷ ହେଲା ଆଞ୍ଜେଲା ମର୍କେଲଙ୍କ ଯୁଗ। ଦୀର୍ଘ ୧୬ ବର୍ଷ ପରେ ଦେଶ ପାଇଲା ନୂଆ ଶାସକ। ଜର୍ମାନୀର ଚାନସଲେର ଆଞ୍ଜେଲ ମର୍କେଲଙ୍କ ୧୬ ବର୍ଷର ଶାସନ ପରେ ଓଲାଫ ସୋଲଜ ଯୁଗ ଆରମ୍ଭ ହୋଇଛି। ଜର୍ମାନୀ ସଂସଦରେ ନୂଆ ଚାନ୍ସଲେର ନେଇ ମତଦାନ ହୋଇଥିଲା। ଓଲାଫ ସୋଲଜ ନୂଆ ଚାନସେଲର ଭାବେ ନିର୍ବାଚିତ ହୋଇଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଓଲାଫ ହେଉଛନ୍ତି ଜର୍ମାନୀର ନବମ ଚାନସେନଲର। ସଂସଦରେ ହୋଇଥିବା ମତଦାନରେ ୭୦୭ ଭୋଟରୁ ୩୯୫ ଭୋଟ ଓଲାଫଙ୍କ
ସମର୍ଥନରେ ପଡିଥିବା ବେଳେ ୩୦୩ଟି ଭୋଟ ବିରୋଧରେ ପଡିଥିଲା। ନୂଆ ନିର୍ବାଚିତ ସରକାରଙ୍କ ପାଇଁ କରୋନା ମହାମାରୀ ଓ ଜଳବାୟୁ ସମସ୍ୟା ପ୍ରମୁଖ
ଚ୍ୟାଲେଞ୍ଜ ରହିବ।

ମର୍କେଲଙ୍କ ସରକାରରେ ୩ ଟି ଦଳ ସାମଲ ଥିଲେ। ହେଲେ ଓଲାଫ ଚାନସେଲର ପାଇଁ ପ୍ରାର୍ଥୀ ହେବା ପରେ ମେ ସରକାରରେ ସାମିଲ ଥିବା ସହଯୋଗୀ ଦଳର ନେତା ଭୋଟ ଦେଇନଥିଲେ। ଯଦି ଭୋଟ ଦେଇଥାନ୍ତେ ତାହେଲେ ୪୧୬ଟି ଭୋଟ ଓଲାଫଙ୍କୁ ମିଳିଥାନ୍ତା। ଓଲାଫ ଆଞ୍ଜେଲା ମର୍କେଲଙ୍କ ସରକାରରେ
ଅର୍ଥମନ୍ତ୍ରୀ ଓ ଉପ ଚାନସେଲର ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି।

Leave A Reply

Your email address will not be published.