ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

0

ଭୁବନେଶ୍ବର: ଗୃହ ଭିତରେ ମମିତା ଝଡ଼ ଥମିନଥିବା ବେଳେ ଗୃହ ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବିଧାନସଭା ଘେରିବ। କାଲି ସମାନ ପ୍ରସଙ୍ଗରେ ବିଧାନସଭା ଘେରିଥିଲା ବିଜେପି। ସରକାର ବଳ ପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଥିବା ବେଳେ ଛାତ୍ର କଂଗ୍ରେସ ଏହାକୁ ଖାତିର କରେନି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି।

ଗୁରୁବାର ଦିନ ଏହି ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଋଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି ଛକ। ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ଲୋୟର ପିଏମଜିରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ
କର୍ମୀମାନେ ଲୋୟର ପିଏମଜିରେ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି
,ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀମାନେ ପୁଲିସ ଉପରକୁ ଢେଲାମାଡ଼ କରିବା ପରେ ସ୍ଥିତି ଅଣାୟତ୍ତ ହୋଇପଡିବାରୁ ପୁଲିସ ଲାଠି ଚାର୍ଜ
କରିଥିଲା।

ଉତ୍ତ୍ଯକ୍ତ କର୍ମୀମାନେ ପୁଲିସ ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ମଧ୍ୟ ଲାଠି ଚାଳନା ସହ କିଛ ବିଜେପି ନେତାଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇନେଇଥିଲା।
ଢେଲାମାଡ ଓ ଲାଠିଚାର୍ଜରେ ୧୫ରୁ ଅଧିକ ପୁଲିସ, ୪ ଜଣ ସାମ୍ବାଦିକ ଓ ୧୦ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ କ୍ୟାପିଟାଲ
ହସ୍ପିଟାଲରେ ଚିକିତ୍ସା କରି ଛଡାଯାଇଥିଲା।

ସେହିପରି ଦରଦାମ ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ର ବିରୋଧରେ କାଲି ଗର୍ଜିଥିଲା ବିଜେଡି। ବେକାରୀ, ଦରଦାମ ବୃଦ୍ଧି ,ଏମଏସପି ପ୍ରସଙ୍ଗ ଏବଂ ପିଏମ ଆବାସ
ଯୋଜନାରେ ରାଜ୍ୟକୁ କେନ୍ଦ୍ରର ଅବହେଳାର ଜୋରଦାର ପ୍ରତିବାଦ କରାଯାଇଥିଲା । ବିଜେଡିର ପକ୍ଷରୁ ବିଶାଳ ଶୋଭଯାତ୍ରା ଓ ବାଇକ ରାଲି କରାଯାଇ କେନ୍ଦ୍ରକୁ ଚେତାବନୀ ଦିଆଯାଇଥିବା ବେଳେ ବିଜେପି କହିଛି ମମିତା ପ୍ରସଙ୍ଗକୁ ଚାପିବାକୁ ଦରବୃଦ୍ଧି ପ୍ରତିବାଦ କରୁଛି ବିଜେଡି।

Leave A Reply

Your email address will not be published.