ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ

0

ଭୁବନେଶ୍ବର: ଗୃହ ଭିତରେ ମମିତା ଝଡ଼ ଥମିନଥିବା ବେଳେ ଗୃହ ବାହାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଆଜି ବିଧାନସଭା ଘେରିବ ଛାତ୍ର କଂଗ୍ରେସ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ କଂଗ୍ରେସ ବିଧାନସଭା ଘେରିବ। କାଲି ସମାନ ପ୍ରସଙ୍ଗରେ ବିଧାନସଭା ଘେରିଥିଲା ବିଜେପି। ସରକାର ବଳ ପ୍ରୟୋଗ କରି ଏହି ପ୍ରସଙ୍ଗକୁ ଚପାଇବାକୁ ଉଦ୍ୟମ କରୁଥିବା ବେଳେ ଛାତ୍ର କଂଗ୍ରେସ ଏହାକୁ ଖାତିର କରେନି ବୋଲି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି।

ଗୁରୁବାର ଦିନ ଏହି ପ୍ରସଙ୍ଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଋଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି ଛକ। ରାମ ମନ୍ଦିର ଛକରୁ ବିଜେପି ଯୁବ ମୋର୍ଚ୍ଚାର ଏକ ବିଶାଳ ଶୋଭାଯାତ୍ରା ଲୋୟର ପିଏମଜିରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ
କର୍ମୀମାନେ ଲୋୟର ପିଏମଜିରେ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି
,ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଜେପି କର୍ମୀମାନେ ପୁଲିସ ଉପରକୁ ଢେଲାମାଡ଼ କରିବା ପରେ ସ୍ଥିତି ଅଣାୟତ୍ତ ହୋଇପଡିବାରୁ ପୁଲିସ ଲାଠି ଚାର୍ଜ
କରିଥିଲା।

ଉତ୍ତ୍ଯକ୍ତ କର୍ମୀମାନେ ପୁଲିସ ଗାଡି ଭଙ୍ଗାରୁଜା କରିଥିଲେ। ପୁଲିସ ମଧ୍ୟ ଲାଠି ଚାଳନା ସହ କିଛ ବିଜେପି ନେତାଙ୍କୁ ବିକ୍ଷୋଭ ସ୍ଥଳରୁ ଉଠାଇନେଇଥିଲା।
ଢେଲାମାଡ ଓ ଲାଠିଚାର୍ଜରେ ୧୫ରୁ ଅଧିକ ପୁଲିସ, ୪ ଜଣ ସାମ୍ବାଦିକ ଓ ୧୦ରୁ ଅଧିକ ବିଜେପି କର୍ମୀ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ କ୍ୟାପିଟାଲ
ହସ୍ପିଟାଲରେ ଚିକିତ୍ସା କରି ଛଡାଯାଇଥିଲା।

ସେହିପରି ଦରଦାମ ବୃଦ୍ଧିକୁ ନେଇ ମଧ୍ୟ କେନ୍ଦ୍ର ବିରୋଧରେ କାଲି ଗର୍ଜିଥିଲା ବିଜେଡି। ବେକାରୀ, ଦରଦାମ ବୃଦ୍ଧି ,ଏମଏସପି ପ୍ରସଙ୍ଗ ଏବଂ ପିଏମ ଆବାସ
ଯୋଜନାରେ ରାଜ୍ୟକୁ କେନ୍ଦ୍ରର ଅବହେଳାର ଜୋରଦାର ପ୍ରତିବାଦ କରାଯାଇଥିଲା । ବିଜେଡିର ପକ୍ଷରୁ ବିଶାଳ ଶୋଭଯାତ୍ରା ଓ ବାଇକ ରାଲି କରାଯାଇ କେନ୍ଦ୍ରକୁ ଚେତାବନୀ ଦିଆଯାଇଥିବା ବେଳେ ବିଜେପି କହିଛି ମମିତା ପ୍ରସଙ୍ଗକୁ ଚାପିବାକୁ ଦରବୃଦ୍ଧି ପ୍ରତିବାଦ କରୁଛି ବିଜେଡି।

Leave A Reply

Your email address will not be published.