ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ବଡ କଥାଟେ କହିଦେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

0

ନୂଆଦିଲ୍ଲୀ: କରୋନାର ନୂଆ ପ୍ରଜାତି ଓମିକ୍ରନର ପ୍ରଭାବକୁ ଦେଖି ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଅନେକ ମତ ଦେଲେଣି। ଠିକ୍ ଏମିତି ସମୟରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆଜି ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ବର୍ଷ ୫ ବିଲିୟନ କୋଭିଡ ଡୋଜ ଉତ୍ପାଦନ କରିବାକୁ ଭାରତ ଯୋଜନା କରିଛି। ଭାରତ ନିଜ ଲୋକମାନଙ୍କୁ ଟିକାକରଣ କରିବା ସହିତ ବିଶ୍ବର ଅବଶିଷ୍ଟ ଲୋକଙ୍କୁ ଟିକା ଦେବା ଲାଗି ସାମର୍ଥ୍ୟ ରଖିବ।

ଶ୍ରୀ ଗୋୟଲ କହିଛନ୍ତି ଯେ କୋଭିଡରୁ ବିଶ୍ବକୁ ସୁରକ୍ଷା ଦେବା କ୍ଷେତ୍ରରେ ଭାରତ ଆଗକୁ ଏକ ବଡ ଭୂମିକା ନିର୍ବାହ କରିବ। ବିଶ୍ବର ସର୍ବବୃହତ୍ ଟିକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭାରତ ମୁଣ୍ଡ ଟେକିବ। ଗତ ଥର ମଧ୍ୟ ଭାରତ ଅନେକ ଦେଶକୁ କରୋନା ଟିକା ପ୍ରଦାନ କରିଛି। କରୋନା ଭୁତାଣୁ ସଂକ୍ରମଣ ହଠାତ୍ ବୃଦ୍ଧି ପାଇବା ପରେ ଭାରତ ନିଜ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଟିକା ରପ୍ତାନି ବନ୍ଦ କରିଥିଲା।

ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ, “ଅତୀତରେ ଆମେ ରପ୍ତାନି କରିଆସୁଛୁ, ଆମେ ରପ୍ତାନି ଜାରି ରଖିଛୁ ଏବଂ ବିଶ୍ବର ଅନ୍ୟ ସମସ୍ତ ଦେଶକୁ ଆମେ ଅଫର ଦେଇଛୁ ଯେ ସମସ୍ତଙ୍କ ପାଇଁ ଟୀକାକରଣ ପାଇଁ ସୁଲଭ ମୂଲ୍ୟରେ ଟିକା ଦେଇପାରିବ ଭାରତ। ଏଥିପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିସାରିଛି।’ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ କୋଭିଡ୍ ପରିପ୍ରେକ୍ଷୀରେ ଆମେ ବିଶ୍ବକୁ ଏକ ନିରାପଦ ସ୍ଥାନରେ ପରିଣତ କରିବା ଲାଗି ଉଦ୍ୟମ ଜାରି ରଖିଛୁ।

ଏଠାରେ ଉଲ୍ଲେଖଥାଉକି, ଦେଶରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୋୟଲଙ୍କ ମନ୍ତବ୍ୟ ସବୁ ଦେଶକୁ ସାମାନ୍ୟ ଆଶ୍ବସ୍ତ କରିଛି ଓ କେନ୍ଦ୍ରମନ୍ତ୍ରୀଙ୍କ କଥା ଯଦି ସତ୍ତ୍ବେ ହୁଏ, ତେବେ ଦେଶ ଏ କ୍ଷେତ୍ରରେ ଆଗକୁ ନେତୃତ୍ବ ନେଇପାରେ।

Leave A Reply

Your email address will not be published.