ପ୍ରମୁଖ ଖବର

ରାଲି ଯୋଗୁଁ ଟ୍ରାଫିକ୍ ଜାମ ଦେଖି ମନ୍ତ୍ରୀଙ୍କ ଉପରେ ଗର୍ଜିଲେ ମହିଳା
ରାସନ ଦୁର୍ନୀତି ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ନୁସରତ ଜାହାନ
ଭୁବନେଶ୍ୱରରୁ ତିରୁପତି-ଶିରିଡ଼ି ସହ ୧୦ ରୁଟ୍‌ରେ ଉଡ଼ିବ ବିମାନ
ପଶ୍ଚିମବଙ୍ଗରେ ଖାତା ଖୋଲିପାରିବନି କଂଗ୍ରେସ : ଅମିତ ଶାହ
ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ: ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼
ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି :ରାଜସ୍ୱ ମନ୍ତ୍ରୀ
ଖଡଗେଙ୍କ ବିବାଦୀୟ ଟିପ୍ପଣୀ ପରେ ନିର୍ବାଚନ ଆୟୋଗର ନୋଟିସ୍‌
ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ କଡା କଟକଣା, ବାଇକ୍ ଚଳାଚଳରେ ନିଷେଧ
ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

ବିଜୁଙ୍କ କର୍ମଭୂମିରେ ଦେଶର ବଡ ଇସ୍ପାତ କାରଖାନା କରାଇବେ ନବୀନ

0
  • ୧ଲକ୍ଷ କୋଟି ନିବେଶ କରିବ ଆର୍ସେଲର ମିତ୍ତଲ ନିପନ୍ କଂପାନି
  • ୭ବର୍ଷରେ ପ୍ରକଳ୍ପ ସରିବ ଓ ୧୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ
  • ଅନ୍ୟତମ ବଡ ସିମେଣ୍ଟ କାରଖାନା ବି ହେବ ମହାକାଳପଡାରେ
  • ଭିତ୍ତିଭୂମି ଯୋଗାଣ ତଦାରଖ କରିବ ମୁଖ୍ୟସଚିବଙ୍କ କମିଟି

ଭୁବନେଶ୍ୱର: କରୋନା କାଳରେ ସମସ୍ତେ ହନ୍ତସନ୍ତ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶ ସାମ୍ନାରେ ଏକ ବଡ ଉଦାହରଣ ରଖିଛନ୍ତି। ଓଡ଼ିଶାରେ ସର୍ବାଧିକ ପୁଞ୍ଜିନିବେଶ ଲାଗି ସୁଯୋଗ ସୃଷ୍ଟି ହୋଇଛି। ଆର୍ସେଲର ମିତ୍ତଲ ନିପନ୍ କଂପାନି କେନ୍ଦ୍ରାପଡାର ମହାକାଳପଡାରେ ଲକ୍ଷେ କି ପଚାଶ ଲକ୍ଷ ନୁହେଁ, ବରଂ ୧ଲକ୍ଷ କୋଟି (୧, ୦୨, ୨୭୫ କୋଟି)ର ପୁଞ୍ଜିନିବେଶ କରିବ। ବାର୍ଷିକ ୨୪ନିୟୁତ ମେଟ୍ରିକ୍ ଟନ୍ ବିଶିଷ୍ଟ ଅତ୍ୟାଧୁନିକ ଇସ୍ପାତ କଂପାନି କେନ୍ଦ୍ରାପଡାର ମହାକାଳାପଡାରେ ସ୍ଥାପନ ହେବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହିତ ଏହି ପ୍ରକଳ୍ପକୁ ମିଶାଇ ବର୍ଷକ ମଧ୍ୟରେ ଓଡ଼ିଶାକୁ ୨.୭୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏସବୁ ଯେବେ କାର୍ଯ୍ୟକାରୀ ହେବ, ରାଜ୍ୟର ‌୭୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରୀ ସୂୂତ୍ରରୁ ପ୍ରକାଶ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହାକାଳପଡାରେ ପ୍ରସ୍ତାବିତ ଏହି ପ୍ରକଳ୍ପ ଦେଶର ସବୁଠାରୁ ବଡ଼ ଇସ୍ପାତ କାରଖାନାର ମାନ୍ୟତା ପାଇବ। ସେହିଭଳି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ, ୧୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୭ବର୍ଷ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି କେବଳ ସେତିକି ନୁହେଁ, ଅନୁମୋଦିତ ପ୍ରସ୍ତାବକୁ ନିରେଖି ଦେଖିବା ପରେ ଆହୁରି ଜଣାପଡିଛି ଯେ ଏହି କଂପାନି ଏକ ଆନୁଷଂଗିକ ଶିଳ୍ପ ପାର୍କ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହାସହିତ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ଦେବ। ଦେଶର ଅନ୍ୟତମ ବୃହତ ସିମେଣ୍ଟ କାରଖାନା କରିବ। ଏହି କ୍ରମରେ ଆଜିର ବୈଠକରେ ବାର୍ଷିକ ୧୮.୭୫ ମେଟ୍ରିକ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସିମେଣ୍ଟ୍ କାରଖାନା ପ୍ରକଳ୍ପ ବି ଅନୁମୋଦନ ଲାଭ କରିଛି।

ଆର୍ସେଲର ମିତ୍ତଲ ଓ ପୋସ୍କୋ ସହିତ ଅତୀତରେ ଘଟିଥିବା ଅଘଟଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆରମ୍ଭରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ। କଂପାନିକୁ ଭିତ୍ତିଭୂମି ପ୍ରଦାନରେ ଯେମିତି ସାମାନ୍ୟତମ ହେଳା ନ ହୁଏ, ତାହା ନିଶ୍ଚିତ କରିବା ଦାୟିତ୍ବ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଉପରେ ରହିବ। ସେମାନେ ନିୟମିତ ବ୍ୟବଧାନରେ ଏହାକୁ ତଦାରଖ କରି ପ୍ରକଳ୍ପକୁ ଏକ ନିର୍ଣ୍ଣାୟକ ମୋଡ଼ ଯାଏ ଟାଣିନେବେ। ବିଶେଷକରି ଜମି, ବିଦ୍ୟୁତ, ପାଣି ଆଦି ଦେବାରେ ଯେମିତି ସାମାନ୍ୟତମ ସମସ୍ୟା ନ ହୁଏ, ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି।

ଏଠାରେ ଉଲ୍ଲେଖଥାଉକି, ଶିଳ୍ପ ବିହୀନ କେନ୍ଦ୍ରାପଡାରେ ଏବେ ରାଜ୍ୟର ସବୁଠାରୁ ବଡ ଶିଳ୍ପାନୁଷ୍ଠାନ ହେବ ଓ ଦେଶର ବଡ ଇସ୍ପାତ ପ୍ରକଳ୍ପ ହେବ। ବିଜୁ ବାବୁଙ୍କ କର୍ମଭୂମିରେ ଇସ୍ପାତ ପ୍ରକଳ୍ପ କରି ନବୀନ ତାଙ୍କୁ ଯଥୋଚିତ ସମ୍ମାନ ଦେବା ସହିତ କେନ୍ଦ୍ରାପଡାବାସୀଙ୍କ ସାମ୍ନାରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ପୂରଣ କରିବା କ୍ଷେତ୍ରରେ ବଡ ପଦକ୍ଷେପ ନେଇଛନ୍ତି। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଉତ୍ପାଦନ ଲକ୍ଷ୍ୟ ହାସଲ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.