ପ୍ରମୁଖ ଖବର

ବାରବାଟୀ ଛକରେ ଓଭର ବ୍ରିଜ୍‌ରୁ ତଳକୁ ଖସିଲା ବସ୍, ୫ ମୃତ, ୪୦ ଜଣ ଯାତ୍ରୀ ଆହତ
ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଓ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି
ଟକ ଜିଲ୍ଲା ବାଙ୍କୀ ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼
ବୋମାମାଡ଼ରେ ୬ଜଣ ଆହତ ହୋଇଥିବା ବେଳେ, ୨ଜଣ ଗୁରୁତର
କଂଗ୍ରେସରୁ ୬ବର୍ଷ ପାଇଁ ବହିଷ୍କୃତ ହେଲେ ବରିଷ୍ଠ ନେତା ସୁର ରାଉତରାୟ

ବିଜେଡି ବହୁଆଗରେ; ଦ୍ବିତୀୟ ପାଇଁ ବିଜେପି-କଂଗ୍ରେସ ଲଢେଇ!

0

ପ୍ରାକ୍ ପଞ୍ଚାୟତ ନିର୍ବାଚନ ଦୃଶ୍ୟପଟ୍ଟକୁ ନେଇ ତର୍ଜମା କରୁଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ

ପୂରା ଓଡ଼ିଶା ବୁଲି ଆସିଲେଣି ନବୀନ, ଏବେ ସଂଗଠନକୁ ନେଇ ଚାଲିଛି ହିସାବନିକାସ

କିଛି ନେତା ଅସନ୍ତୁଷ୍ଟ ଅଛନ୍ତି; ସେମାନଙ୍କୁ ଆଶ୍ବାସନା ମିଳିଗଲେ ଏକତରଫା ଫଳାଫଳ ହେବ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂରେଇଯିବା ପରେ ଦିଶାହୀନ ହୋଇଯାଇଛି ରାଜ୍ୟ ବିଜେପି

କଂଗ୍ରେସ ଦଳରେ ସ୍ଥାଣୁତା ଜଳଜଳ; ଦଳ ପାଇଁ ନେତାଙ୍କ ଭିତରେ ଆଦୌ ଉତ୍ସାହ ନାହିଁ

ଭୁବନେଶ୍ବର: ଯେ କୌଣସି ମୁହୂର୍ତରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବ। ସମ୍ଭବତଃ ଚଳିତମାସ ଶେଷ ସପ୍ତାହରେ ଓଡ଼ିଶାର ନିର୍ବାଚନ କମିସନର ଏ ନେଇ ତାରିଖ ଘୋଷଣା କରିପାରନ୍ତି। କିନ୍ତୁ ପ୍ରାକ୍ ନିର୍ବାଚନ ପ୍ରସ୍ତୁତି ଓ ରାଜନୈତିକ ପାଣିପାଗକୁ ନିରେଖି ଦେଖିଲେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ହେଲା ଏଥର ପଞ୍ଚାୟତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଗତ ଥରର ସଫଳତା ଦୋହରାଇ ପାରିବ ନାହିଁ। ବରଂ ଦ୍ବିତୀୟ ସ୍ଥାନ ପାଇଁ ଉଭୟ କଂଗ୍ରେସ ଏବଂ ବିଜେପି ପ୍ରତିଦ୍ବନ୍ଦ୍ବିତା କରିବେ। ଆହୁରି ସରଳ ଭାବେ କହିଲେ ବିଜୁ ଜନତା ଦଳ ଏଥର ଏକପାଖିଆ ଭାବେ ପଞ୍ଚାୟତ ନିର୍ବାଚନକୁ କରାୟତ କରିନେବା ସମ୍ଭାବନା ଜଳ ଜଳ ଦେଖାଯାଉଛି।

ଓଡ଼ିଶା ରାଜନୀତିର ଚିତ୍ର ଇତିମଧ୍ୟରେ ବଦଳିଯାଇଛି। ଗତ ସାଧାରଣ ନିର୍ବାଚନ ପରଠାରୁ ଭାରତୀୟ ଜନତା ପାର୍ଟି ମଧ୍ୟରେ ଯେଉଁ ନିଷ୍କ୍ରିୟତା ପରିଲକ୍ଷିତ ହେଉଛି, ତାହା କ୍ରମଶଃ ବଢୁଛି ସିନା କମିବାର ନା ଧରୁନାହିଁ। ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ ସର୍ବନିମ୍ନ ସନ୍ତୁଳନ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରୁ ନିଜକୁ କିଛି ସମୟ ପାଇଁ ଦୂରେଇ ନେଇଛନ୍ତି। କିଏ ରାଜ୍ୟ ବିଜେପିର ମୁଣ୍ଡିଆଳ ହେବ, ସେ ନେଇ ଦଳର ତୁଙ୍ଗ ନେତାମାନଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି, ସେଥିରୁ ଧର୍ମେନ୍ଦ୍ର ବାହାରି ଯାଇ କେନ୍ଦ୍ର ରାଜନୀତିରେ ନିଜକୁ ସକ୍ରିୟ କରିବା ପରେ ଦଳର ଦୁର୍ବଳପଣ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। କାହା ମାର୍ଗଦର୍ଶନରେ ଓଡ଼ିଶା ବିଜେପି ଚାଲିଛି, ତାହା ବି ଜାଣିବା ମୁସ୍କିଲ୍।

ଏପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବେଳେ ଯେଉଁମାନେ ଅଣନିଶ୍ବାସୀ ବୋଧ କରି ନେତୃତ୍ବ ବିରୋଧରେ ଫେରାଦ ହେଉଥିଲେ, ସେମାନେ କେହି ବି ନିଜର ପରକାଷ୍ଠା ଦେଖାଇ ପାରୁନାହାନ୍ତି। ସାଂସଦ ଅପରାଜିତା ଷଡଙ୍ଗୀ ନିଜସ୍ବ ଧାରାରେ ସଂଗଠନ କରୁଛନ୍ତି ଓ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ଏମିତିରେ ବି ନୂଆ କୋର କମିଟିରେ ଦଳ ଅପରାଜିତାଙ୍କୁ ନିଆଯାଇନାହିଁ। ସାଂସଦ ସୁରେଶ ପୂଜାରୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ କନକ ବର୍ଧନ ସିଂହଦେଓ କିମ୍ବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଦି କେହି ବି ରାଜ୍ୟ ରାଜନୀତିରେ ସେମିତି ପ୍ରଭାବ ପକାଇବା ଅବସ୍ଥାରେ ନାହାନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପୂରା ଓଡ଼ିଶା ବୁଲି ଦେଖିବା ପରେ ଆଉ ରାଜ୍ୟ ରାଜନୀତିରେ ସକ୍ରିୟ ନାହାନ୍ତି। ସମ୍ଭବତଃ ସେ ବୁଝିଯାଇଛନ୍ତି ଯେ ବିଜେପି ଏଠାରେ କ୍ଷମତା ରାଜନୀତିକୁ ଫେରିବା କେବଳ ଦିବା ସ୍ବପ୍ନ ହୋଇପାରେ। କର୍ମୀଙ୍କ ଉତ୍କଣ୍ଠା ନେତାଙ୍କ ପାଖରେ ନାହିଁ।

ସେପଟେ କଂଗ୍ରେସ କଥା ନ କହିବା ଭଲ। ଏମିତି ବି ଦଳର ସଂଗଠନ ଦୁର୍ବଳ ଥିଲା। ଏବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ ହେବା ପରେ ସଂଗଠନର ମୁଖ୍ୟ ଧାରାଟି ପ୍ରାୟତଃ ଶୁଖିବା ଆରମ୍ଭ କରିଛି। ଦଳର ନେତାମାନେ ଶାସକ ଦଳକୁ ଲମ୍ଫ ପ୍ରଦାନ କରୁଛନ୍ତି। ଦଳର କିଛି ନେତା ଆହୁରି ବିଜେଡିରେ ଯୋଗଦେବା ଲାଗି ଧାଡିରେ ଠିଆ ହୋଇଛନ୍ତି। ସେମାନଙ୍କୁ ଶାସକ ଦଳ ସୁବିଧା ସୁଯୋଗ ଦେଖି ଅବଶ୍ୟ ନିଜ ଆଡକୁ ଟାଣି ନେବ। ଫଳରେ ଓଡ଼ିଶା ଏବେ ବିରୋଧୀ ଦଳ ଶୂନ୍ୟ ହୋଇଯିବା ପରିସ୍ଥିତି ସୃଷ୍ଟି ହୋଇଛନ୍ତି। ସରକାରୀ ବିରୋଧୀ ପ୍ରସଙ୍ଗକୁ ଧରି ହାତଗଣତି ନେତା ବିଧାନସଭା ଭିତରେ ଓ ବାହାରେ କମ୍ପମାନ କରୁଥିଲେ ହେଁ ଜିଲ୍ଲାରେ ଏହାର ବିଶେଷ ପ୍ରଭାବ ପଡୁନାହିଁ।

ଏସବୁ ଶାସକ ବିଜୁ ଜନତା ଦଳକୁ ବେଶ୍ ସୁହାଇଛି। ଏମିତି ଯେ ବିଜୁ ଜନତା ଦଳର ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଥିବା ପ୍ରତିକ୍ରିୟା ବିରୋଧୀ ରାଜନୈତିକ ଶିବିରରେ ପରିଲକ୍ଷିତ ହେଉନାହିଁ। ଏଣୁ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ସ୍ଥିତିରେ ବିରୋଧୀ ନାହାନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଜେଡି ଇତିମଧ୍ୟରେ ଯେଉଁ କିଛି ନେତାଙ୍କୁ ଦଳରେ ସାମିଲ କରିଛି, ସେସବୁ ସ୍ଥାନରେ ଥିବା ପୁରୁଖା ନେତା ନିଜ ଭବିଷ୍ୟତକୁ ନେଇ ସଂଶୟ ଭିତରେ ଗତି କରୁଛନ୍ତି। ଦଳ ସେମାନଙ୍କୁ ଆଶ୍ବାସନା ଦେଇପାରିଲେ ସଂଗଠନର କାୟା ଆହୁରି ସୁଦୃଢ ହେବ। ଅନ୍ୟଥା ଆଭ୍ୟନ୍ତରୀଣ ଅଶାନ୍ତି ବିଜେଡିର ସଫଳତା ରାସ୍ତାରେ କିଛି ପରିମାଣରେ କଣ୍ଟା ସୃଷ୍ଟି କରିପାରେ।

ଏଠାରେ ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟ ସବୁ ବଡ ଜିଲ୍ଲା ଇତିମଧ୍ୟରେ ବୁଲିସାରିଛନ୍ତି। ଯେଉଁ ଜିଲ୍ଲାରେ ସଂଗଠନ ଦଳର ସମ୍ପୂର୍ଣ୍ଣ ଅକ୍ତିଆରରେ ଅଛି, ସେସବୁ ଜିଲ୍ଲା ସହ ସେ ଭର୍ଚୁଆଲରେ ଯୋଡି ହୋଇଥିଲେ। ବିଜୁ ସ୍ମାର୍ଟ ହେଲଥ କାର୍ଡକୁ ଦଳ ନିର୍ବାଚନରେ ବଡ ଗୋଟି ଭାବେ ବ୍ୟବହାର କରିବ। ପୂରା ନିର୍ବାଚନ ପାଇଁ ବିଜେଡିର ଶୀର୍ଷ ନେତୃତ୍ବ ଯେଉଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଛନ୍ତି, ଏହି କାର୍ଡ ତାର ଅଂଶବିଶେଷ।

Leave A Reply

Your email address will not be published.