ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର କାରଣ କ’ଣ? ସାମନାକୁ ଆସିଲା ବଡ଼ ସୂଚନା

0

ନୂଆଦିଲ୍ଲୀ: ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପୂରା ଦେଶକୁ ଦୋହଲାଇଦେଇଥିଲା। ହେଲିକପ୍ଟର ଦୁର୍ଘଟଣା କେମିତି ହେଲା, ଏହାକୁ ନେଇ କେବଳ ଭାରତ ନୁହେଁ ପୁରା ବିଶ୍ୱରେ ଚର୍ଚ୍ଚାରେ ଆରମ୍ଭ ହୋଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ଗଠିତ ହୋଇଥିବା କୋର୍ଟ ଅଫ ଇନକ୍ୱାରି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ଖରାପ ପାଣିପାଗ ପାଇଁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଏକ ବଡ଼ କାରଣ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଏୟାର ମାର୍ଶଲ ମନଭେନ୍ଦ୍ର ସିଂ କମିଟି ଏହାର ରିପୋର୍ଟ ଶେଷ କରି ଆଇନଗତ ପରାମର୍ଶ ପାଇଁ ପଠାଇଛନ୍ତି। ଖୁବ ଶୀଘ୍ର ଏହି ରିପୋର୍ଟ
ବାୟୁସେନା ମୁଖ୍ୟଙ୍କ ନିକଟରେ ଦାଖଲ ହେବ। ରିପୋର୍ଟକୁ ନେଇ ଯଦି ଓ ଏଯାଏ କୌଣସି ସରକାରୀ ବିବୃତି ଆସିନାହିଁ; କିନ୍ତୁ ସୂତ୍ର ଅନୁଯାୟୀ, ଦୁର୍ଘଟଣାର କାରଣ ଅନୁସନ୍ଧାନ କରୁଥିବା କମିଟି ଜାଣିବାକୁ ପାଇଛି ଯେ, ଖରାପ ପାଗ ଯୋଗୁଁ ପାଇଲଟ ଚିନ୍ତା ବ୍ୟକ୍ତ କରିଥିଲେ। ଯାହାକୁ ଟେକନିକାଲ ଭାଷାରେ ସିଆଇଏଫଟି ଅର୍ଥାତ ‘କ୍ରୋଲଡ ଫାଇଟ ଇନ ଟରେନ’କୁହାଯାଏ।। ବାୟୁସେନାର ଟ୍ରେଣ୍ଡିଂ କମାଣ୍ଡର କମାଣ୍ଡିଂ-ଇନ-ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରାଳୟ ହେଲିକପ୍ଟର ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି।

ତେବେ ଏହି ଦୁର୍ଘଟଣା ପରେ ଯେଉଁ ହେଲିକପ୍ଟରରେ ସମସ୍ତେ ଯାଉଥିଲେ, ତା ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରୀତ ହୋଇଥିଲା।ଭାରତୀୟ ବାୟୁସେନାର
ଏମଆଇ-୧୭ ଭି-୫ ହେଲିକପ୍ଟର ହେଉଛି ବିଶ୍ୱର ଅନ୍ୟତମ ଆଧୁନିକ ଓ ନିର୍ଭରଯୋଗ୍ୟ ସାମରିକ ହେଲିକପ୍ଟର। ଏହି ହେଲିକପ୍ଟର ଋଷ ଦ୍ୱାରା ନିର୍ମିତ। ତେଣୁ ଏହି ଅତ୍ୟାଧୁନିତ ହେଲିକପ୍ଟର କିପରି ଦୁର୍ଘଟଣା ହେଲା ସେ ନେଇ ପ୍ରଶ୍ନ ଉଠିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ବାୟୁସେନା ଏକ ଅନୁସନ୍ଧାନ କମିଟି
ଗଠନ କରିଥିଲା। ଅନୁସନ୍ଧାନ କମିଟି ବାୟୁସେନା ଓ ସେନାର ସମ୍ପୃକ୍ତ ଅଧିକାରୀଙ୍କ ବୟାନ ରେକର୍ଡ କରିଛି। ଏହାସହିତ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା
ହୋଇଛନ୍ତି। ଯେଉଁମାନେ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଦୁର୍ଘଟଣା ପରେ ଭିଡିଓ ସୁଟ କରାଯାଇଥିବା ମୋବାଇଲର ମଧ୍ୟ ଯାଞ୍ଚ କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ବ୍ଲାକ ବସ ମଧ୍ୟ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇଥିଲା ତାକୁ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ନିକଟରେ ବାୟସେନାର ଏମଆଇ-୧୭ ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଷ୍ଟାଫ ମେମ୍ବରଙ୍କୁ ମିଶାଇ ୧୪ ଜଣ ଯାତ୍ରା କରୁଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.