ପ୍ରମୁଖ ଖବର

ରାଜ୍ୟ କ୍ୟାବିନେଟରେ ୪ ପ୍ରସ୍ତାବକୁ ଅନୁମୋଦନ
ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ : ରାଜସ୍ବ ମନ୍ତ୍ରୀ
ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ମିଳିବ ୨୦୨୫ ଜାତୀୟ ଶିକ୍ଷକ ପୁରସ୍କାର
ଖୁବ୍‌ଶୀଘ୍ର ସମ୍ପ୍ରସାରଣ ହେବ ଭୁବନେଶ୍ୱର ବିମାନବନ୍ଦର
ପୁରୀ-ଭୁବନେଶ୍ବର ଜାତୀୟ ରାଜପଥ ହେବ ୮ ଲେନ୍‌ : ମନ୍ତ୍ରୀ
ରାଜ୍ୟରେ କେହି ଭୂମିହୀନ ରହିବେ ନାହିଁ: ରାଜସ୍ୱ ମନ୍ତ୍ରୀ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପୁଲିସ୍ ଏସ୍ଆଇ
ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଜ୍ୟପାଳ

ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନ, ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ

0

ଆଜିଠୁ ଆରମ୍ଭ ହେଉଛି ବଜେଟ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଲୋକସଭା ଓ ରାଜ୍ୟସଭା ସଦଦ୍ୟଙ୍କୁ ସମ୍ବୋଧନ କରିବେ । ଆଜି ଓ ଆସନ୍ତାକାଲି ପ୍ରଶ୍ନୋତ୍ତର କିମ୍ବା ଶୂନ୍ୟକାଳ ହେବ ନାହିାଁ କରୋନା କଟକଣା ଭିତରେ ବଜେଟ ଅଧିବେଶନ ହେବ । ଅଧିବେଶନର ପ୍ରଥମ ଦିନରେ ଆସିବ ଅର୍ଥନୈତିକ ସର୍ଭେ ରିପୋର୍ଟ ।

ଆଜି ୨୦୨୧-୨୨ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥନୈତିକ ସର୍ଭେରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଦେଶର ଡିଜିପି ଅଭିବୃଦ୍ଧି ପାଖାପାଖି ୯ ପ୍ରତିଶତ ରହିବା ନେଇ ପୂର୍ବାନୁମାନ କରାଯାଉଛି । ନିକଟରେ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅଭିବୃଦ୍ଧି ୮ ଦଶମିକ ୭ ପ୍ରତିଶତ ରହିବା ସମ୍ଭାବନା ରହିଛି । କରୋନା ମହାମାରୀ ପୂର୍ବରୁ ଅର୍ଥନୀତିର ସ୍ଥିତି ସୁଧୁରିଛି ।ତେଣୁ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅର୍ଥମନ୍ତ୍ରୀ କିଛି ଗୋଲାପୀ ଚିତ୍ର ଦେଖାଇପାରନ୍ତି ।

ସେହିପରି ଆସନ୍ତାକାଲି ଲୋକସଭାରେ ବଜେଟ ଉପସ୍ଥାପନ ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଆଗତ କରିବେ । କାହାକୁ କଣ ଦେବେ ତା ଉପରେ ରହିଛି ସାରା ଦେଶର ନଜର ।ଚଳିତ ବର୍ଷ ହେବାକୁ ଥିବା ବଜେଟ ଉପରେ ଗୃହିଣୀ,ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି ।

ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷ ହେବ । ଏହି ଅଧିବେଶନରେ ବିରୋଧୀ ସରକାରଙ୍କୁ ଘେରିବାକୁ ଜୋରଦାର ପ୍ରସ୍ତୁତ କରିଛନ୍ତି । ପେଗାସସ ସମେତ ଚୀନ,ମୂଦ୍ରାସ୍ପୀତି,ବେକାରୀ ଓ ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିବାକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଅନ୍ୟ ଦଳ ସଦସ୍ୟ ମାନେ ରଣନୀତି ପ୍ରସ୍ତୁତି କରିଛନ୍ତି ।

Leave A Reply

Your email address will not be published.