ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ଆଜି ପୁଣି ବଢିଲା ତୈଳ ଦର

0

ପକେଟକୁ ବାଧୁଛି ତୈଳ ଦର । ରାତି ପାହିଲେ ପ୍ରତିଦିନ ତୈଳ ଦର ବଦଳୁଛି । ଗତ ୧୪ ଦିନରେ ଆଜି ମିଶାଇ ୧୨ ଥର ତୈଳ ଦର ବୃଦ୍ଧି ପାଇଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ୧୦୦ ଡଲାରକୁ ଆସିଯାଇଥିଲେ ମଧ୍ୟ , ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଲେଖାଁଏ ମହଙ୍ଗା ହୋଇଛି । ଦିଲ୍ଲୀରେ ଏବେ ପେଟ୍ରୋଲ ୧୦୩ଟଙ୍କା ୮୧ ପଇସା ଓ ଡିଜେଲ ୯୫ ଟଙ୍କା ୭ ପଇସାରେ ବିକ୍ରି ହେଉଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ମାର୍ଚ୍ଚ ୨୨ରୁ ଜାରି ରହିଛି । ମାର୍ଚ୍ଚ ୨୪ ଓ ଏପ୍ରିଲ୧କୁ ଛାଡି ପ୍ରତିଦିନ ତୈଳ ଦର ବୃଦ୍ଧି ପାଇଛି । ପେଟ୍ରୋଲ ୧୪ ଦିନରେ ୮ଟଙ୍କା ୪୦ ପଇସା ମହଙ୍ଗା ହୋଇଛି । ତୈଳ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । କେଉଁଠି କେତେ ତୈଳ ଦର?

ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୩.୮୧ ୯୫.୦୭
ମୁମ୍ବାଇ ୧୧୮.୮୩ ୧୦୩.୦୭
ଚେନ୍ନାଇ ୧୦୯.୩୪ ୯୯.୪୨

Leave A Reply

Your email address will not be published.