ପ୍ରମୁଖ ଖବର

ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ
ଡିସିପି ଅଫିସରେ ଆତ୍ମସମର୍ପଣ ପରେ ଗିରଫ ହେଲେ ଜଗନ୍ନାଥ ପ୍ରଧାନ
ଦେବାଶିଷ ସିଂହ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ
ସ୍କୁଲ ଗ୍ରେଡିଂ ସିଷ୍ଟମ: ଜାତୀୟ ସ୍ତରରେ ୫ମ ସ୍ଥାନରେ ଓଡ଼ିଶା
ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ଵସ୍ତି
ଆସନ୍ତା ୬ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ: ଡ୍ୟୁଟି ସାରି ଫେରିବା ବେଳେ ମହିଳା ହୋମ୍‌ଗାର୍ଡଙ୍କ ଉପରେ ଚଢିଗଲା ଟ୍ରକ୍

ଆଜି ପୁଣି ବଢିଲା ତୈଳ ଦର

0

ପକେଟକୁ ବାଧୁଛି ତୈଳ ଦର । ରାତି ପାହିଲେ ପ୍ରତିଦିନ ତୈଳ ଦର ବଦଳୁଛି । ଗତ ୧୪ ଦିନରେ ଆଜି ମିଶାଇ ୧୨ ଥର ତୈଳ ଦର ବୃଦ୍ଧି ପାଇଲାଣି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପ୍ରତି ବ୍ୟାରେଲ ୧୦୦ ଡଲାରକୁ ଆସିଯାଇଥିଲେ ମଧ୍ୟ , ଭାରତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୪୦ ପଇସା ଲେଖାଁଏ ମହଙ୍ଗା ହୋଇଛି । ଦିଲ୍ଲୀରେ ଏବେ ପେଟ୍ରୋଲ ୧୦୩ଟଙ୍କା ୮୧ ପଇସା ଓ ଡିଜେଲ ୯୫ ଟଙ୍କା ୭ ପଇସାରେ ବିକ୍ରି ହେଉଛି । ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ମାର୍ଚ୍ଚ ୨୨ରୁ ଜାରି ରହିଛି । ମାର୍ଚ୍ଚ ୨୪ ଓ ଏପ୍ରିଲ୧କୁ ଛାଡି ପ୍ରତିଦିନ ତୈଳ ଦର ବୃଦ୍ଧି ପାଇଛି । ପେଟ୍ରୋଲ ୧୪ ଦିନରେ ୮ଟଙ୍କା ୪୦ ପଇସା ମହଙ୍ଗା ହୋଇଛି । ତୈଳ ଦର ବୃଦ୍ଧି ଯୋଗୁଁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି । କେଉଁଠି କେତେ ତୈଳ ଦର?

ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୩.୮୧ ୯୫.୦୭
ମୁମ୍ବାଇ ୧୧୮.୮୩ ୧୦୩.୦୭
ଚେନ୍ନାଇ ୧୦୯.୩୪ ୯୯.୪୨

Leave A Reply

Your email address will not be published.