ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

କୋଭାକ୍ସିନ୍ ଉପରେ ‘ହୁ’ର କଟକଣା

0

ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନର ଯୋଗାଣ ଉପରେ କଟକଣା । କୋଭାକ୍ସିନର ଯୋଗାଣକୁ ବାତିଲ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାତିସଂଘ ଏଜେନ୍ସି ଜରିଆରେ ଏହି ସ୍ୱଦେଶୀ ଟିକାର ଯୋଗାଣକୁ ବାତିଲ କରାଯାଇଛି । ତେବେ ଯାଞ୍ଚ ବେଳେ କୋଭାକ୍ସିନରେ କିଛି ଅସୁବିଧା ରହିଥିବା ଜଣାପଡିଛି । ତେବେ କଣ ଅସୁବିଧା ରହିଛି ତାହା ସ୍ପଷ୍ଟ କରାଯାଇନି । ତେବେ କୋଭାକ୍ସିନ ପ୍ରଭାବୀ ଟିକା । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।ତେବେ ଯେଉଁ ରାଷ୍ଟ୍ର ଏହି ଟିକା ନେଉଛନ୍ତି ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧୪ରୁ ୨୨ ଯାଏଁ ପୋଷ୍ଟ ଇମରଜେନ୍ସି ୟୁଜ୍ ଲିଷ୍ଟିଂ – ଇୟୁଏଲ ତଦାରଖ ପରେ କୋଭାକ୍ସିନ ଯୋଗାଣ ସ୍ଥଗିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେଇଛି । ତେବେ ଏହି ଟିକାର ପ୍ରଭାବ ଓ ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ ବୋଲିକୁହାଯାଇଛି ।

Leave A Reply

Your email address will not be published.