ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନର ଯୋଗାଣ ଉପରେ କଟକଣା । କୋଭାକ୍ସିନର ଯୋଗାଣକୁ ବାତିଲ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜାତିସଂଘ ଏଜେନ୍ସି ଜରିଆରେ ଏହି ସ୍ୱଦେଶୀ ଟିକାର ଯୋଗାଣକୁ ବାତିଲ କରାଯାଇଛି । ତେବେ ଯାଞ୍ଚ ବେଳେ କୋଭାକ୍ସିନରେ କିଛି ଅସୁବିଧା ରହିଥିବା ଜଣାପଡିଛି । ତେବେ କଣ ଅସୁବିଧା ରହିଛି ତାହା ସ୍ପଷ୍ଟ କରାଯାଇନି । ତେବେ କୋଭାକ୍ସିନ ପ୍ରଭାବୀ ଟିକା । ଏଥିରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ।ତେବେ ଯେଉଁ ରାଷ୍ଟ୍ର ଏହି ଟିକା ନେଉଛନ୍ତି ସେଠାରେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୧୪ରୁ ୨୨ ଯାଏଁ ପୋଷ୍ଟ ଇମରଜେନ୍ସି ୟୁଜ୍ ଲିଷ୍ଟିଂ – ଇୟୁଏଲ ତଦାରଖ ପରେ କୋଭାକ୍ସିନ ଯୋଗାଣ ସ୍ଥଗିତ ରଖିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଷ୍ପତ୍ତି ନେଇଛି । ତେବେ ଏହି ଟିକାର ପ୍ରଭାବ ଓ ସୁରକ୍ଷାକୁ ନେଇ କୌଣସି ଚିନ୍ତା ନାହିଁ ବୋଲିକୁହାଯାଇଛି ।
ପ୍ରମୁଖ ଖବର
ଭୀଷଣ ରୂପ ନେଲା ଲଘୁଚାପ: ୧୩ ଯାଏ ବର୍ଷିବ, ୧୧ରୁ କମିବ ପ୍ରକୋପ
ଭୁବନେଶ୍ବର ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ
ରାଜ୍ୟରେ ୨୪ ଘଣ୍ଟାରେ ୬୫୩ କରୋନା ସଂକ୍ରମିତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ ୧୭୩ ଜଣ
୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୧୨୮ ଜଣ
ସ୍ୱାଧୀନତା ଦିବସ ସମାରୋହ ରେ ସ୍କୁଲରେ ଭାଗ ନେବେ ଛାତ୍ରଛାତ୍ରୀ; ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
ଭୁବନେଶ୍ୱରର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
ଓଡ଼ିଆ ଚଳଚ୍ଚିତ୍ର ସଂଳାପ ଲେଖକ ରଣଜିତ୍ ପଟ୍ଟନାୟକଙ୍କର ହୃଦ୍ଘାତରେ ପରଲୋକ