ପ୍ରମୁଖ ଖବର

ଆସିଲା ବିଜେଡିର ସପ୍ତମ ତାଲିକା: ଆଉ ୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା
ଆସନ୍ତା ୨୪ରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଜୟପୁର ବିଧାନସଭା ଲାଗି ପ୍ରାର୍ଥିପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ତାରା ପ୍ରସାଦ ବାହିନିପତି, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି
ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ
ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ

ଜାମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର

0

ଗତ କାଲି ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀର ଜିଲ୍ଲାର ସୁଞ୍ଜ୍‌ୱାନ୍‌ ଅଞ୍ଚଳରେ ଘଟିଥିବା ଏନ୍‌କାଉଣ୍ଟର୍‌ରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ‘ସିଆଇଏସ୍‌ଏଫ୍‌’ର ଅନ୍ୟ ୯ଜଣ ଯବାନ ଆହତ ହୋଇଛନ୍ତି। ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ପାତ୍ର ରହିଛନ୍ତି। ପ୍ରମୋଦ ସିଆଇଏସଏଫରେ କାମ କରନ୍ତି। ଆତଙ୍କବାଦୀଙ୍କ ମୁକାବିଲା କରି ସେ ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ ଅନ୍ୟ ଯବାନଙ୍କ ସହ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ସମୟରେ ଜଲାଲାବାଦ ସୁଞ୍ଜୱାନ ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଗତକାଲି ବିଳମ୍ବିତ ରାତିରୁ ହିଁ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଉପସ୍ଥିତିର ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ। ଭୋର ସମୟରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିବା ସିଆଇଏସଏଫର ଆସିସଷ୍ଟାଣ୍ଟ ସବ୍‌ ଇନସପେକ୍ଟର ଏସ୍‌ପି ପଟେଲ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

ତେବେ ନିହତ ଦୁଇ ଆତଙ୍କବାଦୀ ବଡ଼ଧରଣର ହମଲା କରିବାକୁ ଯୋଜନା କରିଥିଲେ। ସେମାନେ ଆତ୍ମଘାତୀ ହମଲା ଦ୍ୱାରା ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ସେମାନଙ୍କ ସବୁ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି। ନିହତ ଦୁଇ ଆତଙ୍କୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମିଳିଛି। ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଆହତ ହୋଇଥିବା ଯବାନଙ୍କ ମଧ୍ୟରେ କାଠୁଆର ପୁଲିସ ହେଡକନଷ୍ଟେବଲ ବରାଜ ସିଂହ, ଅଖନୋର୍‌ର ଏସ୍‌ପିଓ ସାହିଲ ଶର୍ମା, ସିଆଇଏସ୍‌ଏଫରେ କାମ କରୁଥିବା ଓଡ଼ିଆ ପୁଅ ପ୍ରମୋଦ ପାତ୍ର ଓ ଆସାମର ଆମୀର ସୋରାନ ରହିଛନ୍ତି।

ଅନ୍ୟ ଏକ ଘଟଣାରେ, ୧୫ଜଣ ‘ସିଆଇଏସ୍‌ଏଫ୍‌’ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଆଜି ଭୋର୍‌ ପ୍ରାୟ ୪.୨୫ରେ ଜମ୍ମୁର ଚଢ଼ା କ୍ୟାମ୍ପ୍‌ ନିକଟରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେମାନେ ଗୁଳି ଚଳାଇବା ସହ ଗ୍ରେନେଡ୍‌ ଫିଙ୍ଗିବାରୁ ‘ସିଆଇଏସ୍‌ଏଫ୍‌’ ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ। ଫଳରେ ଆତଙ୍କବାଦୀମାନେ ଦୌଡ଼ି ପଳାଇ ଯାଇଥିଲେ।ଶେଷରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ତେବେ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ପରେ ସିଆଇଏସଏଫର ଏଏସ୍ଆଇ ଏସପି ପଟେଲଙ୍କ ଜୀବନ ଯାଇଛି। ସେହିପରି ଦୁଇ ଜଣ ଯବାନ ଆହତ ହୋଇଛନ୍ତି।

ସୂଚନାଥାଉକି, ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀର ଗସ୍ତ କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି। ଏହି ସମୟରେ ହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହେଉଛନ୍ତି।

Leave A Reply

Your email address will not be published.