ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ବଦଳିବକି ଖରାଛୁଟି ସମୟ, କଣ କହିଲେ ମନ୍ତ୍ରୀ?

0

ଚଳିତବର୍ଷ ଖରାଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜୁନ ବଦଳରେ ମେ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସୁଛି। ତେବେ ଖରାଛୁଟି ସମୟ ପରିବର୍ତ୍ତନ କରିବାକୁ ବିଚାର କରାଯାଇନି। ଯଦି ସେମିତି ପରିସ୍ଥିତି ଆସେ, ତାହାଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ । ଏବେ କିନ୍ତୁ ସେନେଇ କୌଣସି ନିଷ୍ପତ୍ତି ହୋଇନି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ କରୋନା ପ୍ରଭାବ ସେଭଳି ନାହିଁ। ସ୍ଵାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି। ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି। ସେ କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ  ଜୁନ୍‌ ୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍‌ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ । ହେଲେ ମେ’ ଆରମ୍ଭରୁ ସ୍କୁଲ ସମୟରେ ପରିବର୍ତ୍ତନ ହେବ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି। ଏହାକୁ ନଜରରେ ରଖି ମେ’ ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ ।

ଏହାଛଡା ଦଶମ, ଦ୍ୱାଦଶ ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନାର ପ୍ରଭାବ ସେଭଳି ନ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି ବୋଲି ସେ କହିଛନ୍ତି । ଏହି ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପୁସ୍ତିକା ମିଳିବ। ଏଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ। ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଦୁଇ ବର୍ଷର ପିଲାଙ୍କ ପାଠପଢା କ୍ଷତି ଭରଣା କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି । କେବଳ ଯେ ଖରାଛୁଟି ସମୟରେ ହେବାକୁ ଥିବା କ୍ଲାସରେ ଏହା ପଢ଼ାଯିବ, ତାହା ନୁହେଁ ବରଂ ପୁରା ସେସନରେ ଏହି ପାଠ ପଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.