ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ଏଥର ମହାପ୍ରଭୁଙ୍କ ବଜେଟ ବଳକା

0

ବର୍ଷ ଶେଷକୁ ୩୩କୋଟି ୬୨ଲକ୍ଷ ଟଙ୍କା ବଳିବ ବୋଲି ହିସାବଟ

ରଥଯାତ୍ରା ଓ ସ୍ନାନଯାତ୍ରାରେ ଖର୍ଚ୍ଚ ହେବ ୧୪ କୋଟି ୭୬ଲକ୍ଷ ଟଙ୍କା

ଦୈନିକ ପାଳିଆ ସେବକଙ୍କ ପାଇଁ ଖର୍ଚ୍ଚ ହେବ ୨୯ କୋଟି ୨୨ଲକ୍ଷ

ଜମି ଅଧିଗ୍ରହଣରୁ ୬୦ଲକ୍ଷ ଟଙ୍କା ଆୟ କରିବାକୁ ଯୋଜନା ରହିିଛି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବାର୍ଷିକ ବଜେଟ୍ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨-୨୩ରେ ଶ୍ରୀମନ୍ଦିର ପ୍ରଶାସନ ୨୩୭ କୋଟି ୫୮ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଏହାକୁ ଅନୁମୋଦନ ଦେଇଛନ୍ତି। ଉଲ୍ଲେଖନୀୟ କଥା ହେଲା, ଆୟ ଠାରୁ ବ୍ୟୟ ପାଖାପାଖି ୩୩କୋଟି ଟଙ୍କା ଅଧିକ ରହିିଛି। ଏବର୍ଷ ସର୍ବାଧିକ ସରକାରୀ ସହାୟତା ମିଳିବ ବୋଲି ଆଶା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୨-୨୩ରେ ବିଭିନ୍ନ ଉତ୍ସରୁ ୨୩୭.୫୮ କୋଟି ଟଙ୍କା ଆୟ ମିଳିବ ବୋଲି ଆଶା କରାଯାଉଛି। ପ୍ରଶାସନ ହିସାବ କରୁଛି ଯେ ରଥଯାତ୍ରା ଠାରୁ ଆରମ୍ଭ କରି କର୍ମଚାରୀଙ୍କ ଦରମା ଓ ଦୈନିକ ପାଳିଆ ସେବାୟତଙ୍କ ଖର୍ଚ୍ଚ ଆଦି ସବୁକୁ ମିଶାଇଲେ ମୋଟ ୨୦୩ କୋଟି ୯୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଅର୍ଥାତ୍ ୩୩.୬୨ କୋଟି ଟଙ୍କା ଏବର୍ଷ ଶେଷକୁ ବଳିବ ବୋଲି ଆକଳନ କରାଯାଇଛି। ଆସନ୍ତା ୨୫ ତାରିଖରେ ବୈଠକ ବସି ଏ ସଂପର୍କରେ ବିଶଦ ଆଲୋଚନା କରାଯିବାକୁ ସ୍ଥିର ହୋଇଛି।

ତେବେ ପ୍ରାଥମିକ ଆକଳନ ଅନୁସାରେ, ରାଜସ୍ବ ସ୍ବତ୍ରରୁ ୧୨୬ କୋଟି ୭୩ଲକ୍ଷ ଟଙ୍କା ମିଳିବ ବୋଲି ହିସାବ କରାଯାଇଥିବା ବେଳେ ଦାନ ଓ ଅନ୍ୟାନ୍ୟ ସୂତ୍ରରୁ ୧୧୦ କୋଟି ୮୫ଲକ୍ଷ ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ତେବେ ଆୟ ମଧ୍ୟରେ ୧୦୧ କୋଟି ୪୬ଲକ୍ଷ ଟଙ୍କା ସରକାରୀ ସହାୟତା ତଥା ୬୦ କୋଟି ଟଙ୍କା ଜମି ଅଧିଗ୍ରହଣରୁ ରୋଜଗାର ପାଇଁ ପ୍ରଶାସନ ଆଶା ବାନ୍ଧିଛି।

ଏଠାରେ ଉଲ୍ଲେଖଥାଉକି, ଦୈନିକ ପାଳିଆ ସେବକଙ୍କ ପ୍ରାପ୍ୟ ବାବଦରେ ଏବର୍ଷ ୨୨କୋଟି ୧୪ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିବା ବେଳେ କର୍ମଚାରୀଙ୍କ ଦରମା ବାବଦରେ ୨୯ କୋଟି ୨୨ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରଥଯାତ୍ରା ଏବଂ ସ୍ନାନଯାତ୍ରାରେ ୧୪ କୋଟି ୭୬ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ରହିଛି।

Leave A Reply

Your email address will not be published.