ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଏଥର ମନ୍ତ୍ରୀ ନବ ଦାସ ବଢାଇଲେ ଅଡୁଆ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପୁଣି ଜଣେ ମନ୍ତ୍ରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଯେତେ ଯାହା କଲେ ବି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରୋଷେୟା ଆତ୍ମହତ୍ୟା ଘଟଣାରେ ଚର୍ଚ୍ଚାରୁ ହଟୁନାହାନ୍ତି। ଓଲଟା ଏହି ପ୍ରସଙ୍ଗଟି ଧୀରେ ଧୀରେ ଗମ୍ଭୀର ରୂପ ନେଲାଣି। ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିବା ଘଟଣା ମାମଲାର ଗମ୍ଭୀରତାକୁ ବଢାଇ ଦେଇଛି। ଆଗକୁ ବ୍ରଜରାଜନଗରରେ ଉପନିର୍ବାଚନ ରହିଛି। ଏହା ପୂର୍ବରୁ ସାମ୍ନାକୁ ଆସିଥିବା ଏହି ପ୍ରସଙ୍ଗକୁ ବିଜେପି ହାତଛଡା କରିବାକୁ ଚାହୁଁନାହିଁ। ସେପଟେ ବିଜେଡି ପାଇଁ ନବ ଏବେ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରୋଷେୟା ଭାବେ କାମ କରୁଥିବା ଲଳିତ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଶନିବାର ବିଜେପି ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଥିଲାଛ। ଏପଟେ ଲଳିତର ବାପା ବେଲାଳସେନ ସାହୁ ବିଜେପିି ବିରୋଧରେ ଅଭିଯୋଗ ଦେବା ପରେ ଝାରସୁଗୁଡା ସଚେତନ ନାଗରିକ ମଞ୍ଚ ଓ ଅନ୍ୟ ସଂଗଠନ ଏହି ପ୍ରସଙ୍ଗରେ ପାଲଟା ଆନ୍ଦୋଳନ ଧମକ ଦେଇଥିଲେ। ଏହାକୁ ନେଇ ଯେ କୌଣସି ମୁହୂର୍ତରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା।

ରବିବାର ଜିଲ୍ଲା ପ୍ରଶାସନ ପରିସ୍ଥିତିକୁ ଏଡାଇବା ଲାଗି ୧୪୪ ଧାରା ଜାରି କରିବା ସହ ତିନିଶହରୁ ଅଧିକ ଲୋକଙ୍କୁ ଅଟକ ରଖିଥିଲା। ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ଏହି ଘଟଣାରେ ବିଜେପି ଆହୁରି ତାତି ଯାଇଛି। ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି କହି ମନ୍ତ୍ରୀଙ୍କୁ ବିବାଦକୁ ଟାଣିଛି ବିଜେପି। ମନ୍ତ୍ରୀ ନବ ଦାସ ଏହି ଘଟଣାରେ ଆଇନ ତା ବାଟରେ ଯିବ ବୋଲି କହିସାରିଛନ୍ତି। ତଥାପି ପରିସ୍ଥିତିରେ ବିଶେଷ ସୁଧାର ଆସୁନାହିଁ।

ଯେଉଁ କିଛି ପ୍ରଶ୍ନ ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି, ତାହା ହେଲା ଲଳିତଙ୍କ ସହିତ ଯୋଡାଯାଉଥିବା ଟଙ୍କା। ଏହା ଉପରୁ କେହି ଏଯାଏ ପର୍ଦାଫାଶ କରିପାରିନାହାନ୍ତି। ସେହିପରି ଆଇନଶୃଙ୍ଖଳା ଭୟରେ ପୁଲିସ ଶବ ବ୍ୟବଚ୍ଛେଦ କରିଦେଇଥିବା କଥା କୁହାଯାଉଛି। ମାତ୍ର ଇନକ୍ବେଷ୍ଟ କିଭଳି କରାଗଲା, ତାର କେହି ଉତ୍ତର ଦେଉନାହାନ୍ତି। ଯେଉଁଭଳି ଢଙ୍ଗରେ ଲଳିତଙ୍କ ପରିବାର ସାମ୍ନାକୁ ଆସିଲା, ତାହା ବି ଆଶ୍ଚର୍ଯ୍ୟ କଲାଭଳି। ବିଜେପି ଏହି ଘଟଣାରେ ରାଜନୀତି କରୁଥାଇପାରେ ସତ, ମାତ୍ର ମାମଲାରେ ଲୋକମାନେ ବୁଝିବା ଭଳି ପୁଲିସ ପ୍ରଶାସନ କିଛି ବି କରିନାହିଁ। ଏଣୁ ସାଧାରଣରେ ଏହାକୁ ନେଇ ଟୁପୁରୁ ଟାପର ଚାଲିଛି।

ଏହା ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମମିତା ମାମଲାରେ ଅଡୁଆରେ ପଡିଥିଲେ। ସେହିଭଳି ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖଙ୍କ ନାମ ଚର୍ଚ୍ଚାକୁ ଆସିଥିଲା। ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଲେ ନବଙ୍କ ପ୍ରତି ବିପଦ ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

Leave A Reply

Your email address will not be published.