ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବାବୁଲ ହେଲେ କ୍ୟାବିନେଟ୍ ମନ୍ତ୍ରୀ

0

କୋଲକାତା: ମମତାଙ୍କ କ୍ୟାବିନେଟ୍ ରେ ସ୍ଥାନ ପାଇଛନ୍ତି ବାବୁଲ ସୁପ୍ରିଓ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିଛନ୍ତି। ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ। ବିଜେପିର ପୂର୍ବତନ ସାଂସଦ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଗତବର୍ଷ ବିଜେପି ଛାଡ଼ି ଟିଏମସିରେ ଯୋଗ ଦେଇଥିଲେ। ଏହାପରେ ସେ ଟୋଲିଗଞ୍ଜ ଉପ ନିର୍ବାଚନରେ ଜିତି ବିଧାନସଭାକୁ ଯାଇଥିଲେ। ଏବେ ମମତା ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରିଛନ୍ତି।

କିଛି ଦିନ ପୂର୍ବରୁ ମମତା ତାଙ୍କର ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ। ତାଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାବୁଲଙ୍କ ବ୍ୟତୀତ ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା ଓ ପ୍ରଦୀପ ମଜୁମଦାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହ୍ନାଶିଷ ଦଳର ମୁଖପାତ୍ର ରହିଥିବା ବେଳେ ହୁଗୁଳି ଜିଲ୍ଲାର ଟିଏମସି ମୁଖ୍ୟ ଭାବେ କାମ କରୁଥିଲେ। ପାର୍ଥ ଭୌମିକି ୩ଥର ବିଧାୟକ। ଉଦୟନ ଗୁହା ୨୦୧୬ ଟିଏମସିରେ ଯୋଗ ଦେଇଥିଲେ।

ଏମାନଙ୍କ ଛଡା ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ୟରେ ବିରବାହ ହାଁସଦା, ବିପ୍ଳବ ରୟ ଚୌଧୁରୀ, ତଜମୁଲ ହୁସେନ ଓ ସତ୍ୟଜିତ ବର୍ମା। ହାଁସଦା ଜଣେ ଆଦିବାସୀ ନେତା। ସେହିପରି ବିପ୍ଳବ ଚୌଧୁରୀ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱରେ ରହିବେ।

Leave A Reply

Your email address will not be published.