ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବିସ୍ଫୋରଣରେ ୧୦ ମୃତ, ୪୦ରୁ ଅଧିକ ଆହତ

0

ଜୋହାନ୍ସବର୍ଗ; ଜୋହାନ୍ସବର୍ଗରେ ଗ୍ୟାସ୍ ଟ୍ୟାଙ୍କରରେ ଘଟିଲା ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୦ ଜଣ ଜୀବନ ହରାଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣରେ ନିକଟସ୍ଥ ଏକ ହସ୍ପିଟାଲର କିଛି ଅଂଶ, ଦୁଇଟି କୋଠା ଓ ଏକାଧିକ ଗାଡ଼ି ନଷ୍ଟ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି ଜଣାପଡିଛି ।

ସୂଚନା ଅନୁଯାୟୀ, ଏକ ପୋଲ ତଳେ ଟ୍ୟାଙ୍କର୍‌ଟି ଯାଉଥିବା ସମୟରେ ଲାଖିଯାଇଥିଲା । ଆଉ ଘର୍ଷଣ ଯୋଗୁଁ ସେଥିରେ ନିଆଁ ଲାଗି ଯାଇଥିଲା । ତେବେ ବିସ୍ଫୋରଣ ଏତେ ଭୟଙ୍କର ରହିଥିଲା ଯେ ସେଠାରେ ଉପସ୍ଥିତ ଥିବା ଆଠ ଜଣଙ୍କର ବ୍ୟକ୍ତି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ ଦୁଇ ଜଣ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଏହି ବିସ୍ଫୋରଣ ଯୋଗୁଁ ଏକ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ପରେ ରୋଗୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ଏହାସହ ଆଖପାଖ ଅଟ୍ଟାଳିକା ଉପରେ ମଧ୍ୟ ବିସ୍ପୋରଣର ପ୍ରଭାବ ପଡ଼ିଛି । ଖବର ଅନୁଯାୟୀ , ବର୍ତ୍ତମାନ ୧୯ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ଆଗାମୀ ସମୟରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

Leave A Reply

Your email address will not be published.