ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

0

ନୂଆଦିଲ୍ଲୀ: ୩ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ ସୂଚନା ଦେଇଛନ୍ତି। ଏହି ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ। ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଗୋଟିଏ ଦିନରେ ଫଳାଫଳ ପ୍ରକାଶ ପାଇବ। ମାର୍ଚ୍ଚ ୨ ତାରିଖରେ ୩ ରାଜ୍ୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି।

ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ୧୨, ମେଘାଳୟର ୧୫ ଓ ନାଗାଲ୍ୟାଣ୍ଡର ମାର୍ଚ୍ଚ ୨୨ରେ ଶେଷ ହେବ। ତେଣୁ ଏହାପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛନ୍ତି। ଏହି ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୨.୨୮ ଲକ୍ଷ। ଏମାନଙ୍କ ମଧ୍ୟରେ ୯୭ ହଜାର ୮୦ ବର୍ଷରୁ ଅଧିକ ଓ ୨୬ଶହ ଭୋଟରଙ୍କ ବୟସ ୧୦୦ରୁ ଅଧିକ। ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ପାଇଁ ୩୭୬ଟି ପୋଲିଂ ଷ୍ଟେସନର ବ୍ୟବସ୍ଥା ହେବ ବୋଲି କମିଶନର କହିଛନ୍ତି।

ତ୍ରପିରା ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଜାନୁଆରୀ ୩୦ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଫେବୃଆରୀ ୨ ରହିଛି। ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁଆରୀ ୩୧ରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୭ ରହିଛି। ଫେବୃଆରୀ ୧୦ ସୁଦ୍ଧା ଏହି ଦୁଇ ରାଜ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୨୭ରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ତେବେ ଆଜି ୩ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଥିବାରୁ ନିର୍ବାଚନ ଆଚରଣବିଧି ମଧ୍ୟ ଆଜିଠାରୁ ଲାଗୁ ହୋଇଛି।

Leave A Reply

Your email address will not be published.