ପ୍ରମୁଖ ଖବର

କଟକ ରେଲ୍‌ଓ୍ବେ ଷ୍ଟେଶନରେ ଭୁଶୁଡ଼ିଲା ଛାତ
ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ
ବନ୍ୟାରେ ଭାସିଗଲା କାର୍‌ ; ଗୋଟିଏ ପରିବାରର ୪ ମୃତ
ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଟିକସ ସହକାରୀ କମିଶନର ଗିରଫ
ବୈଷ୍ଣୋଦେବୀ ମନ୍ଦିର ନିକଟରେ ଭୂସ୍ଖଳନ, ୩୨ ମୃତ
ଗଶେଣ ଚତୁର୍ଥୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଖାଇ ପାଇଁ ଅଗଷ୍ଟ ୨୯ରେ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଆଫଗାନିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

0

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଦ୍ବିତୀୟ ମ୍ୟାଚରେ ଭାରତର ବୃହତ୍ତ ବିଜୟ। ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କଲା ଟିମ୍ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ସହ ୫୦ ଓଭରରେ ୨୭୨ ରନ କରିବାରେ ସମର୍ଥ ହୋଇଥିଲା ଆଫଗାନିସ୍ତାନ । ତେବେ ୨୭୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅତି ସହଜରେ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି ଆଫଗାନ ବୋଲରଙ୍କୁ ପ୍ରେସରରେ ପକାଇଥିଲେ ଭାରତର କ୍ୟାପଟେନ ତଥା ଷ୍ଟାର ଓପନର ରୋହିତ ଶର୍ମା । 

ଭାରତୀୟ କ୍ରିକେଟର ରୋହିତ ଶର୍ମା ବୁଧବାର ଦିନ ଆଫଗାନିସ୍ତାନ ବିରୋଧରେ ଶତକ ହାସଲ କରିଛନ୍ତି। ନିଜର ୧୯ତମ ଦିନିକିଆ ବିଶ୍ବକପ ମ୍ୟାଚରେ ସେ ସପ୍ତମ ଶତକ ହାସଲ କରିଛନ୍ତି। ଏହା ପୁଣି ୬୩ଟି ବଲରେ ହାସଲ କରିଛନ୍ତି। ଏହି ରେକର୍ଡ ହାସଲ କରିବାରେ ରୋହିତ ହେଉଛନ୍ତି ପ୍ରଥମ। ସେ ବିଶ୍ବକପରେ ସର୍ବାଧିକ ୭ଟି ଶତକ ହାସଲ କରିପାରିଛନ୍ତି। ତାଙ୍କ ତଳକୁ ସଚିନ ତେନ୍ଦୁଲକର ୬ଟି ଶତକ ହାସଲ କରିଥିଲେ। ସ୍ଥାନୀୟ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ହିଟ୍ମ୍ୟାନ ଏକାଧିକ ରେକର୍ଡ ହାସଲ କରିଛନ୍ତି। ରୋହିତ ଶର୍ମା ବିଶ୍ବକପରେ ଆଜି ୧୦୦୦ ରନ୍ ପୂରା କରିଛନ୍ତି।

Leave A Reply

Your email address will not be published.