ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ

0

ମହେନ୍ଦ୍ରଗଡ଼: ହରିୟାଣା ମହେନ୍ଦ୍ରଗଡ଼ରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସ୍କୁଲ ବସ୍ ଦୁର୍ଘଟଣାରେ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ଘଟିଛି। ଏହି ସ୍କୁଲ ବସରେ ୩୫ରୁ ୪୦ ଜଣ ଛାତ୍ରଛାତ୍ରୀ ଥିଲେ। ଘଟଣାସ୍ଥଳରେ ୫ ଛାତ୍ରଛାତ୍ରୀଙ୍କ ମୃତ୍ଯୁ ହୋଇଥିବାବେଳେ ଅନ୍ଯ ଜଣେ ଗୁରୁତର ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧିୀନ ଅବସ୍ଥାରେ ଛାତ୍ରଙ୍କର ମୃତ୍ଯୁ ହୋଇଥିଲା।

ସୂଚନାଯୋଗ୍ୟ, ହରିଆଣାର ନରନୌଲ ନିକଟସ୍ଥ ଉନହନି ଗାଁରେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକ ଜଣଙ୍କ ମଦ ପିଇଥିବା ଜଣାପଡିଛି । ଭାରସାମ୍ୟ ହରାଇବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ବସ ଚାଳକ ଏବେ ଗିରଫ ହୋଇଛନ୍ତି । ସ୍ଥାନୀୟ ମିଡିଆର ରିପୋର୍ଟ ଅନୁଯାୟୀ ବସ ଡ୍ରାଇଭର ଜଣଙ୍କ ମଦ ପିଇବା ସହିତ ବେପରୁଆ ଭାବେ ଗାଡି ଚଳାଉଥିଲେ । ଏବେ ଗିରଫ ହେବା ପରେ ସଂପୃକ୍ତ ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା ହେବ । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.