ପ୍ରମୁଖ ଖବର

ଖରିଫ ଧାନ ବିକ୍ରି ପାଇଁ ଆଗ୍ରିଷ୍ଟାକ୍‌ ବାଧ୍ୟତାମୂଳକ ନୁହେଁ
ଆସାମରେ ବନ୍ୟା ନେଲା ଆଉ ୨ ଜୀବନ, ମୃତ୍ୟୁସଂଖ୍ୟା ୧୦୦
ଆଇଗିଣୀଆ ଫ୍ଲାଏଓଭରରେ ବସ୍ ଧକ୍କା, ବାଇକ୍ ଆରୋହୀ ମୃତ
ପ୍ରବଳ ବର୍ଷାରେ ରାଉରକେଲା ଷ୍ଟେସନର ନବନିର୍ମିତ ସେଡ୍ ଭୁଶୁଡ଼ିଲା
ଆଉ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବନି, ‘ଅନ୍ନପୂର୍ଣ୍ଣା ଶସ୍ୟ ଏଟିଏମ୍‌’ରୁ ମିଳିବ ରାସନ
ଲାଲକିଲ୍ଲାରେ ଶୁଭିବ ‘ବନ୍ଦେ ମାତରମ୍‌’
ଡିଜି ପାହ୍ୟାକୁ ସଞ୍ଜୀବ ପଣ୍ଡା ଓ ଯଶୱନ୍ତ ଜେଠୱାଙ୍କ ପଦୋନ୍ନତି
ହୀରାକୁଦରେ ପୁଣି ୪ ଗେଟ୍‌ ଖୋଲିଲା, ୧୨ ଗେଟ୍‌ରେ ଚାଲିଛି ବନ୍ୟାଜଳ ନିଷ୍କାସନ
ମାଲକାନଗିରି ଜଙ୍ଗଲରୁ କେବିସି ମଞ୍ଚରେ ‘ଜଙ୍ଗଲ ରାଣୀ’ ଜୟନ୍ତୀ ବୁରୁଡ଼ା

ମଣିପୁରରେ ପୁଣି ହିଂସା

0

ମଣିପୁର: ମଣିପୁରରେ ଜିରିବାମ ଜିଲାରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଶନିବାର ଦୁଇଟି ପୁଲିସ ଆଉଟ୍‌ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଛନ୍ତି। ଏହାକୁ ନେଇ ପୂରା ଅଞ୍ଚଳରେ ଅଶାନ୍ତି ଲାଗି ରହିଛି।

ପୁଲିସ କହିବା ମୁତାବକ ସନ୍ଦିଗ୍ଧ ଆତଙ୍କବାଦୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ୩/୪ଟି ଡଙ୍ଗା ଯୋଗେ ଜିରିବାମ ଜିଲାର ବରାକ ନଦୀ କୂଳରେ ପହଞ୍ଚିଥିଲେ। ଏହାପରେ ସେମାନେ ପୁଲିସ୍‌ ଆଉଟ୍‌ପୋଷ୍ଟ ଓ ମେତେଇ ଗାଁରେ ଥିବା କିଛି ଘର ଉପରକୁ ଆକ୍ରମଣ କରିଥିଲେ। ଏହାପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ପରେ ସେମାନେ ଜିଲ୍ଲାର ଲମତାଇ ଖୁନୋ ଏବଂ ମଧୁପୁର ପୁଲିସ ଆଉଟ୍‌ପୋଷ୍ଟକୁ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ, ମଣିପୁରରେ ଗତବର୍ଷ ମେ’ ମାସରୁ ଏଠାରେ ଜାତୀୟ ହିଂସା ଜାରି ରହିଛି। ଜିରିବାମ ଅଞ୍ଚଳ ଏହି ହିଂସା ଠାରୁ ଦୂରେଇ ରହିଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ସନ୍ଦିଗ୍ଧ ଅ୍ରାତଙ୍କବାଦୀମାନେ ଏଠାକାର ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ଏହି ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ସ୍ଥାନୀୟ ଲୋକମାନେ କିଛି ସ୍ଥାନରେ ନିଆଁ ଲଗାଇ ଦେଇଥିଲେ। ଏହାପର ଠାରୁ ସେଠାରୁ କର୍ଫ୍ୟୁ ଲାଗୁ କରାଯାଇଥିଲା।  

Leave A Reply

Your email address will not be published.