ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟସଚିବ

0

ଭୁବନେଶ୍ବର: ୧୯୯୦ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହେବେ। ଆସନ୍ତା ଜୁନ୍ ୩୦ ତାରିଖ ଦିନ ବର୍ତ୍ତମାନର ମୁଖ୍ୟସଚିବ ପ୍ରଦୀପ କୁମାର ଜେନା ଅବସର ନେଉଛନ୍ତି। କେନ୍ଦ୍ର କୃଷି ସଚିବ ଶ୍ରୀ ଆହୁଜାଙ୍କୁ କେନ୍ଦ୍ର ସରକାର ଓଡ଼ିଶା କ୍ୟାଡରକୁ ଫେରିବା ଲାଗି ଆଜି ସମ୍ମତି ଜଣାଇଛନ୍ତି ଓ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଅନୁମୋଦନ ପରେ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଆହୁଜାଙ୍କୁ ଓଡ଼ିଶାକୁ ଫେରାଇବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଆସନ୍ତା ଡିସେମ୍ବର ମାସରେ ଶ୍ରୀ ଆହୁଜା ଅବସର ନେବେ।

Leave A Reply

Your email address will not be published.