ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ବିଧାନସଭାରେ ବାଚସ୍ପତିଙ୍କ ଉପରକୁ ପେପର ଫୋପାଡ଼ିଲେ ତାରା

0

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ହୋହଲ୍ଲାରେ କମ୍ପିଲା ଗୃହ। ଶାଳୀନତାର ସୀମା ଟପିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବାଚସ୍ପତି ସୁରମା ପାଢୀଙ୍କ ଉପରକୁ ପେପର ଫୋପାଡ଼ିଲେ ତାରା। ମୁଖ୍ୟମନ୍ତ୍ରୀଙ୍କ ଉପରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବକୁ ଆଲୋଚନା କରାଯାଉ ଦାବି କରି କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି। ଆଜି ଗୃହରେ ବଜେଟ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଛି।
ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ହୋହଲ୍ଲା ଜାରି ରହିଛି। ଏହି ସମୟରେ କଂଗ୍ରେସ ନେତା ତାରା ବାହିନୀପତି ବାଚସ୍ପତିଙ୍କ ଉପରକୁ ବହି ଫିଙ୍ଗିଥିବା ସୂଚନା ମିଳିଛି। ପ୍ରଥମେ ପୋଡ଼ିୟମ ଉପରକୁ ଚଢ଼ିଥିଲେ ଆଉ ଏବେ ବହି ଫିଙ୍ଗିଥିବା ଜଣାପଡିଛି।

ବିଧାନସଭାରେ ବିରୋଧୀ ଦଳ ନେତା ନବୀନଙ୍କ ବୟାନ ପରେ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଯାଇ ହଙ୍ଗାମା କରିଛନ୍ତି। ବିଧାୟକ ତାରା ବାହିନୀପତି ପୋଡିୟମ ଉପରକୁ ଉଠି ବାଚସ୍ପତିଙ୍କ ଉପରକୁ କିଛି ପେପର ଫୋଫାଡିଥିଲେ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଂଗ୍ରେସ ସଦସ୍ୟମାନଙ୍କୁ ସିଟରେ ବସିବା ପାଇଁ ନିବେଦନ କରିଥିଲେ। ବିଜେପି ବିଧାୟକ ଭାସ୍କର ମଢେଇ ପୋଡିୟମ ପାଖକୁ ଆସି କଂଗ୍ରେସ ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ। ହେଲେ କଂଗ୍ରେସ ସଦସ୍ୟମାନେ ବୁଝି ନଥିଲେ। ପରେ ନିଜ ନିଜ ସ୍ଥାନକୁ ଯାଇ ଛିଡା ହୋଇଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ୩୦ ମିନିଟ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ୪.୩୦ ପରେ ଗୃହ ପୁଣି ଥରେ ସ୍ବାଭାବିକ ହୋଇଥିଲା।

Leave A Reply

Your email address will not be published.